ମୁମ୍ବାଇ: ଗ୍ଲୋବାଲ ଷ୍ଟାର୍ ପ୍ରିୟଙ୍କା ଚୋପ୍ରାଙ୍କ ବଲିଉଡ୍ ଡେବ୍ୟୁ ଫିଲ୍ମ ଥିଲା 'ଅନ୍ଦାଜ' । ଆଜି, ଯଦିଓ ପ୍ରିୟଙ୍କା ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ଅଭିନୟ ପାଇଁ ପ୍ରଶଂସା ସାଉଁଟି ପାରିଛନ୍ତି, କିନ୍ତୁ ତାଙ୍କୁ କ୍ୟାରିୟର ଆରମ୍ଭରେ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିଥିଲା । ପ୍ରିୟଙ୍କାଙ୍କ ବିଷୟରେ 'ଅନ୍ଦାଜ' ଫିଲ୍ମ ନିର୍ମାତା ସୁନୀଲ ଦର୍ଶନ ଏକ ଖୁଲାସା କରିଛନ୍ତି । ପ୍ରିୟଙ୍କାଙ୍କୁ ଏହି ଫିଲ୍ମ ବେଳେ ଡ୍ୟାନ୍ସ ଆସୁନଥିଲା ବୋଲି କହିଛନ୍ତି ସୁନୀଲ ।
ସୂଚନା ଅନୁସାରେ ସୁନୀଲ ଦର୍ଶନ କହିଛନ୍ତି ଯେ ପ୍ରିୟଙ୍କା ତାଙ୍କ ପ୍ରଥମ ଚଳଚ୍ଚିତ୍ରରେ ବଲିଉଡ ଡ୍ୟାନ୍ସ ଶିଖିବାରେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ସେତେବେଳେ ଅକ୍ଷୟଙ୍କ ପତ୍ନୀ ଟ୍ୱିଙ୍କଲ ପ୍ରଥମ ସନ୍ତାନକୁ ଜନ୍ମ ଦେବାକୁ ଯାଉଥିଲେ । ଯେଉଁଥି ପାଇଁ ଫିଲ୍ମ ନିର୍ମାତା ତାଙ୍କୁ ଏକ ମାସର ଛୁଟି ଦେଇଥିଲେ । ଏହି ସମୟରେ ଅକ୍ଷୟ ତାଙ୍କ ପତ୍ନୀ ନବଜାତ ଶିଶୁର ଯତ୍ନ ନେଉଥିବାବେଳେ ପ୍ରିୟଙ୍କା ଏହି ସମୟରେ ଡ୍ୟାନ୍ସ ଶିଖୁଥିଲେ । ପ୍ରିୟଙ୍କାଙ୍କୁ ଯଥାଶୀଘ୍ର ଡ୍ୟାନ୍ସ ଶିଖାଇବା ପାଇଁ ଫିଲ୍ମର ନିର୍ମାତା ସୁନୀଲ ଦର୍ଶନ ଜଣାଶୁଣା କୋରିଓଗ୍ରାଫର ଭୀରୁ କୃଷ୍ଣନଙ୍କୁ ନିଯୁକ୍ତି ଦେଇଥିଲେ ।
ଏକ ସାକ୍ଷାତକାରରେ ସୁନୀଲ ଦର୍ଶନ କହିଛନ୍ତି, "ହଁ ଏହା ହିଁ ହୋଇଥିଲା, ଏବଂ ସେହି ସମୟରେ ଅକ୍ଷୟ କୁମାର ଏବଂ ଟ୍ୱିଙ୍କଲ ଖାନାଙ୍କ ପ୍ରଥମ ସନ୍ତାନକୁ ଜନ୍ମ ନେବାକୁ ଥିଲା । ଏଥିପାଇଁ ଅକ୍ଷୟ ଏକ ମାସର ଛୁଟି ନେଇଥିଲେ । ସେହି ସମୟରେ ମୁଁ ପ୍ରିୟଙ୍କାଙ୍କୁ ଡ୍ୟାନ୍ସ ଶିଖାଇବା ପାଇଁ ଭୀରୁ କୃଷ୍ଣନଙ୍କୁ ନିଯୁକ୍ତି ଦେଇଥିଲି । ପରେ ସେମାନେ କେପ୍ଟାଉନ୍ ଗଲେ ଏବଂ ପ୍ରିୟଙ୍କା ଖୁବ ଭଲ ଡ୍ୟାନ୍ସ କରିଥିଲେ ।" ଅନ୍ଦାଜ ହେଉଛି 2003ର ରୋମାଣ୍ଟିକ୍ ବଲିଉଡ ଚଳଚ୍ଚିତ୍ର ଯାହା ରାଜ କମ୍ବରଙ୍କ ଦ୍ୱାରା ନିର୍ଦ୍ଦେଶିତ ଏବଂ ସୁନୀଲ ଦର୍ଶନଙ୍କ ଦ୍ୱାରା ନିର୍ମିତ । ଏହି ଚଳଚ୍ଚିତ୍ରରେ ଅକ୍ଷୟ କୁମାର ଏବଂ ପ୍ରିୟଙ୍କା ଚୋପ୍ରାଙ୍କ ସହ ଲାରା ଦତ୍ତା ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଏମାନଙ୍କ ବ୍ୟତୀତ ଅମନ ବର୍ମା, ଜନି ଲିଭର ଏବଂ ପଙ୍କଜ ଧୀର ମଧ୍ୟ ଏହି ଚଳଚ୍ଚିତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।
ସୂଚନା ଥାଉ କି, କିଛି ଦିନ ପୂର୍ବେ ଏକ ସାକ୍ଷାତକାରରେ ପ୍ରିୟଙ୍କା ନିଜ କ୍ୟାରିୟର ସଂଘର୍ଷ ବିଷୟରେ ଖୁଲାସା କରିଥିଲେ । 20 ବର୍ଷ ପୁରୁଣାର କଥାକୁ ମନେ ପକାଇ ପ୍ରିୟଙ୍କା କହିଥିଲେ ଯେ, ଏକ ଫିଲ୍ମରେ କାମ କଲା ବେଳେ ଫିଲ୍ମ ନିର୍ଦ୍ଦେଶକ ତାଙ୍କୁ ଅନ୍ତଃବସ୍ତ୍ର ଦେଖାଇବାକୁ କହିଥିଲେ । ପରେ ସେ ନିର୍ଦ୍ଦେଶକଙ୍କୁ ଟଙ୍କା ଫେରାଇ ଫିଲ୍ମ କରିବାକୁ ମନା କରିଦେଇଥିଲେ । ପରେ ଏଭଳି କିଛି ଘଟଣା ଘଟିଥିଲା ଯେଉଁଥି ପାଇଁ ସେ ବଲିଉଡ୍ ଇଣ୍ଡଷ୍ଟ୍ରି ମଧ୍ୟ ଛାଡ଼ିଥିଲେ ।
ପ୍ରିୟଙ୍କାଙ୍କ ୱାର୍କଫ୍ରଣ୍ଟ ବିଷୟରେ କହିବାକୁ ଗଲେ, ଆଜିକାଲି ସେ ତାଙ୍କର ନୂଆ ଚଳଚ୍ଚିତ୍ର 'ହେଡ୍ ଅଫ୍ ଷ୍ଟେଟ୍'ର ସୁଟିଂ ପାଇଁ ଲଣ୍ଡନରେ ଅଛନ୍ତି । ଏହି ଚଳଚ୍ଚିତ୍ରରେ ପ୍ରିୟଙ୍କା ଚୋପ୍ରା ବିଶ୍ୱ ପ୍ରସିଦ୍ଧ ରିଙ୍ଗ୍ ରେସଲର ଜୋନ୍ ଏବଂ ଇଦ୍ରିସ୍ ଏଲ୍ବାଙ୍କ ସହ ମୁଖ୍ୟ ଭୂମିକାରେ ନଜର ଆସିବେ । ଇୟା ନୈସୁନାଲ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେବେ ଏବଂ ଫିଲ୍ମର ନିର୍ମାତା ହେଉଛନ୍ତି ଆମାଜନ ଷ୍ଟୁଡିଓ ।