ଓଡିଶା

odisha

By ETV Bharat Odisha Team

Published : Oct 27, 2023, 12:36 PM IST

ETV Bharat / entertainment

Priyanka Chopra: ମୁମ୍ବାଇରେ ଦେଶୀ ଗାର୍ଲ, ଝିଅ ‘ମାଲତୀ’ ନାଁର ପିନ୍ଧିଛନ୍ତି ନେକଲେସ୍‌

ଦେଶୀଗାର୍ଲ ପ୍ରିୟଙ୍କା ଚୋପ୍ରା ଜିଓ MAMI ଚଳଚ୍ଚିତ୍ର ମହୋତ୍ସବ 2023ରେ ଯୋଗଦେବା ପାଇଁ ଭାରତ ପହଞ୍ଚିଛନ୍ତି । ମୁମ୍ବାଇ ଏୟାରପୋର୍ଟରେ ଅଭିନେତ୍ରୀଙ୍କୁ ଦେଖିବାକୁ ମିଳିଥିଲା । ଏହି ସମୟରେ ସେ ପିନ୍ଧିଥିବା ମାଲତୀଙ୍କ ନାଁ ହାର ସମସ୍ତଙ୍କ ଦୃଷ୍ଚି ଆକର୍ଷଣ କରିଥିଲା । ଅଧିକ ପଢନ୍ତୁ

ମୁମ୍ବାଇ ଏୟାରପୋର୍ଟରେ ସ୍ପଟ ହେଲେ ପ୍ରିୟଙ୍କା, ଝିଅ ମାଲତୀଙ୍କ ନାଁର ହାର ପିନ୍ଧିଥିବା ଆସିଲେ ନଜର
ମୁମ୍ବାଇ ଏୟାରପୋର୍ଟରେ ସ୍ପଟ ହେଲେ ପ୍ରିୟଙ୍କା, ଝିଅ ମାଲତୀଙ୍କ ନାଁର ହାର ପିନ୍ଧିଥିବା ଆସିଲେ ନଜର

ହାଇଦ୍ରାବାଦ: ଗ୍ଲାବାଲ ଷ୍ଟାର ପ୍ରିୟଙ୍କା ଚୋପ୍ରା ଜୋନାସ୍ ଜିଓ ମାମି ଚଳଚ୍ଚିତ୍ର ମହୋତ୍ସବରେ ଯୋଗ ଦେବା ପାଇଁ ବର୍ତ୍ତମାନ ଭାରତ ପହଞ୍ଚିଛନ୍ତି । ଗତକାଲି(ଗୁରୁବାର) ରାତିରେ ମୁମ୍ବାଇ ଏୟାରପୋର୍ଟରେ ପ୍ରିୟଙ୍କାଙ୍କୁ ଦେଖିବାକୁ ମିଳିଛି । ଏହି ସମୟରେ ଅଭିନେତ୍ରୀ ପାପାରାଜିଙ୍କୁ ପୋଜ ଦେଇଥିଲେ । ଏଥିସହ ସେ ପିନ୍ଧିଥିବା ମାଲତୀଙ୍କ ନାଁ ହାର ସମସ୍ତଙ୍କ ଦୃଷ୍ଚି ଆକର୍ଷଣ କରିଥିଲା । ଯାହାର ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଇନଷ୍ଟାଗ୍ରାମରେ ଭାଇରାଲ ହେଉଥିବା ଫଟୋ ଏବଂ ଭିଡିଓରେ ପ୍ରିୟଙ୍କା ଚୋପ୍ରାଙ୍କୁ ବିମାନବନ୍ଦରରେ ଦେଖିବାକୁ ମିଳିଛି । ଏହି ସମୟରେ ସେ ବ୍ଲାକ ରଙ୍ଗର ଆଉଟଫିଟରେ ଗର୍ଜିୟସ ଲୁକରେ ନଜର ଆସିଥିଲେ । ଏଥିସହ ସେ ନିଜ ବେକରେ ଏକ ହାର ପିନ୍ଧିଥିଲେ । ଯେଉଁଥିରେ ତାଙ୍କ ଝିଅ ମାଲତୀଙ୍କ ନାଁ ଲେଖାଥିବା ଦେଖିବାକୁ ମିଳିଛି । ଯାହା ସମସ୍ତଙ୍କ ଆକର୍ଷଣ କରିଛି । ପ୍ରିୟଙ୍କାଙ୍କ ଫଟୋ ଏବଂ ଭିଡିଓ ଭାଇରାଲ ହେବା ପରେ ଫ୍ୟାନ୍ସ ଏହାକୁ ବେଶ ପସନ୍ଦ କରିଛନ୍ତି ।

ସୂଚନା ଥାଉଅନୁସାରେ, ମୁମ୍ବାଇ ଆସିବା ପୂର୍ବରୁ ପ୍ଲାଇଟ ଟିକେଟ ଏବଂ ପାସପୋର୍ଟର ଫଟୋ ସେୟାର କରିଥିଲେ ପ୍ରିୟଙ୍କା ଚୋପ୍ରା । ଏବଂ କ୍ୟାପସନରେ ଲେଖିଥିଲେ, ଆଉ ଅପେକ୍ଷା ହେଉନାହିଁ । ଏଥିସହ ସେ କାରରେ ଯାତ୍ରା ସମୟରେ ଝିଅ ମାଲତୀଙ୍କ ସହ କ୍ୟୁଟ ଫଟୋ ମଧ୍ୟ ସେୟାର କରିଥିଲେ । ଯେଉଁଥିରେ ଉଭୟଙ୍କ ଚେହେରା ଦେଖିବାକୁ ମିଳିନଥିଲା । କିନ୍ତୁ ମାଲତୀ ତାଙ୍କ ମା' ପ୍ରିୟଙ୍କାଙ୍କ ହାତ ଧରିଥିବା ନଜର ଆସିଥିଲେ । ଏଥିସହ ମୁମ୍ବାଇ ପହଞ୍ଚିବା ପରେ ପ୍ରିୟଙ୍କା ରାତ୍ରି ଯାତ୍ରାର ଏକ ଫଟୋ ମଧ୍ୟ ନିଜ ଇନଷ୍ଟା ଷ୍ଟୋରୀରେ ସେୟାର କରିଥିଲେ ।

ସୂଚନା ଥାଉ କି, Jio MAMI(ଜିଓ ମାମି) ଚଳଚ୍ଚିତ୍ର ମହୋତ୍ସବ ପ୍ରାୟ ୧୦ଦିନ ଧରି ଚାଲିବ । ଆଜି ଅର୍ଥାତ୍ ଅକ୍ଟୋବର ୨୭ ରୁ ଆରମ୍ଭ ହୋଇ ନଭେମ୍ବର ୫ ଯାଏଁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏଥିରେ ସାରା ବିଶ୍ୱରୁ 250 ରୁ ଅଧିକ ଚଳଚ୍ଚିତ୍ରର ଉଲ୍ଲେଖନୀୟ ଚୟନ କରାଯାଇଛି । ଅକ୍ଟୋବର 27ରୁ ନଭେମ୍ବର 5 ପର୍ଯ୍ୟନ୍ତ ମୁମ୍ବାଇର ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସର ଜିଓ ୱାର୍ଲ୍ଡ ସେଣ୍ଟରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।

ଏହା ମଧ୍ୟ ପଢନ୍ତୁ:ଝିଅ ମାଲତୀଙ୍କ ସହ ଭାରତ ଆସୁଛନ୍ତି ଦେଶୀ ଗାର୍ଲ, ସେୟାର କଲେ କ୍ୟୁଟ ଫଟୋ

ଜିଓ MAMI ଚଳଚ୍ଚିତ୍ର ମହୋତ୍ସବର ଚେୟାରପର୍ସନ ଅଟନ୍ତି ପ୍ରିୟଙ୍କା । ତେବେ ପ୍ରିୟଙ୍କାଙ୍କ ବ୍ୟତୀତ ଏହି କାର୍ଯ୍ୟକ୍ରମରେ କରୀନା କପୁର ଖାନ, ସୋନମ କପୁର, କରଣ ଜୋହର, କମଲ ହାସନ, ମଣି ରତ୍ନାମ, ଲୁକା ଗୁଆଡିଗ୍ନୋ, ହଂଶଲ ମେହେତା, ଏକତା କପୁର, ଭୂମି ପେଡନେକର, ଶୋବିତା ଧୂଲିପାଲା, ଅନୁରାଗ କଶ୍ୟପ ମଧ୍ୟ ସାମିଲ ହେବେ ବୋଲି ଜଣାପଡିଛି ।

ABOUT THE AUTHOR

...view details