ଓଡିଶା

odisha

By

Published : Feb 1, 2023, 10:11 AM IST

ETV Bharat / entertainment

ଅଭିନେତା ପିଣ୍ଟୁ ନନ୍ଦ ଅସୁସ୍ଥ, ଲିଭର୍ ସିରୋସିସ ରୋଗରେ ପୀଡିତ

ଓଲିଉଡ ଅଭିନେତା ପିଣ୍ଟୁ ନନ୍ଦ ଅସୁସ୍ଥ । ଲିଭର୍ ସିରୋସିସ ରୋଗରେ ପୀଡିତ ଅଛନ୍ତି । ଅଧିକ ପଢନ୍ତୁ

ଅଭିନେତା ପିଣ୍ଟୁ ନନ୍ଦ ଅସୁସ୍ଥ,
ଅଭିନେତା ପିଣ୍ଟୁ ନନ୍ଦ ଅସୁସ୍ଥ,

ଭୁବନେଶ୍ବର: ଓଲିଉଡ ଜଣାଶୁଣା ଅଭିନେତା ପିଣ୍ଟୁ ନନ୍ଦ ଅସୁସ୍ଥ ଥିବା ଜଣାପଡିଛି । ତାଙ୍କ ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ରହିଛି । ସେ ଲିଭର୍ ସିରୋସିସ ରୋଗରେ ପୀଡିତ ଅଛନ୍ତି। ବର୍ତ୍ତମାନ ଘରେ ରହିଥିବା ବେଳେ ଅଧିକ ଚିକତ୍ସା ପାଇଁ ଦିଲ୍ଲୀ ନେବା ପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି । ଚିକିତ୍ସା ପାଇଁ ଆବଶ୍ୟକ ୫୦ ଲକ୍ଷ ଟଙ୍କାର ଆବଶ୍ୟକ ରହିଛି । ଏ ନେଇ ସୋସିଆଲ ମିଡିଆରେ ତାଙ୍କର ଆଶୁ ଆରୋଗ୍ୟ ସହ ସହାୟତାର ହାତ ବଢାଇବା ପାଇଁ ନିବେଦନ କରିଛନ୍ତି ପରିବାର ଓ ଶୁଭେଛୁ । ଦିଲ୍ଲୀ ଯିବା ପରେ ତାଙ୍କର ଲିଭର୍ ପ୍ରତିରୋପଣ ହେବ ।

କିଛି ଦିନ ତଳେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ପିଣ୍ଟୁ ନନ୍ଦ । ତାଙ୍କର ଚିକିତ୍ସା କରୁଛିବା ଡାକ୍ତର ତାଙ୍କୁ ଦିଲ୍ଲୀ ନେଇ ଅତ୍ୟାଧୁନିକ ପ୍ରଣାଳୀରେ ଟ୍ରିଟେମେଣ୍ଟ କରିବାକୁ ପରାମର୍ଶ ଦେଇଥିବା କୁହାଯାଉଛି । ଏ ନେଇ ପ୍ରାୟ 50 ଲକ୍ଷ ଟଙ୍କା ଆବଶ୍ୟକ ରହିଛି । ତାଙ୍କ ଶୁଭେଚ୍ଛୁ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ପିଣ୍ଟୁ ନନ୍ଦ ଓଲିଉଡରେ 30ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ତାଙ୍କ ଅଭିନୀତ ରାଣ୍ଡି ପୁଅ ଅନନ୍ତା ଦର୍ଶକଙ୍କ ମନକୁ ଛୁଇଁଥିଲା । ଓଲିଉଡର ଜଣେ ଲୋକପ୍ରିୟ ଅଭିନେତା ପିଣ୍ଟୁ ନନ୍ଦ ଓଡିଆ ସିନେମାରେ ଜଣେ ଜଣାଶୁଣା ଅଭିନେତା । ତାଙ୍କୁ ଭିନ୍ନଭିନ୍ନ ଚରିତ୍ରରେ ଅଭିନୟ କରିଥିବା ଦେଖିବାକୁ ପାଇଛନ୍ତି ଦର୍ଶକ । କେତେବେଳ ଖଳନାୟକ ତ ପୁଣି କେତେବେଳେ ଭାଇ ତ କେତେବେଳେ ପୁଅ ସବୁ ଭୂମିକାରେ ଦର୍ଶକଙ୍କ ମନ ଜିଣିଛନ୍ତି ପିଣ୍ଟୁ ନନ୍ଦ ।

ତାଙ୍କ ଅଭିନୀତ କେତେକ ସିନେମା ହେଲା ଜୟ ଜଗନ୍ନାଥ, ବାହୁଡ଼ିବେ ମୋ ଜଗାବଳିଆ, ଆଇ ଲଭ୍ ମାଇ ଇଣ୍ଡିଆ, ସାଥୀରେ, ପ୍ରେମ ପାଇଁ ମହାଭାରତ, କଥା ଦେଲି ମଥା ଛୁଇଁ, ଲଭ୍ ମାଷ୍ଟର, ଦୋସ୍ତି, ପ୍ରେମ ଋତୁ ଆସିଲାରେ, ହାତ ଧରି ଚାଲୁଥା, ରଙ୍ଗନମ୍ବର ଓ ଲଭ୍‌ ଏକ୍ସପ୍ରେସ୍‌ ଆଦି ଫିଲ୍ମରେ ଦମଦାର ଅଭିନୟ କରିଛନ୍ତି । ତାଙ୍କ ଅଭିନୀତ ଆଲବମ ଏ ଗଉରା ତାଙ୍କୁ ପ୍ରାରମ୍ଭିକ ସମୟରେ ସର୍ବାଧିକ ଲୋକପ୍ରିୟ କରାଇଥିଲା ।

ଇଟିିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details