ଓଡିଶା

odisha

ETV Bharat / entertainment

Gudu Gangstar: ଆଜି ମ୍ୟୁଜିକ୍ ଅଡିଓ ରିଲିଜ, ରଜରେ ହେବ ଫିଲ୍ମ ରିଲିଜ - ଗୁଡ୍ଡୁ ଗ୍ୟାଙ୍ଗଷ୍ଟାର ମ୍ୟୁଜିକ୍ ଅଡିଓ

ଚଳିତ ବର୍ଷ ରଜରେ ରିଲିଜ ହେବ ନୂଆ ଓଡିଆ ଚଳଚ୍ଚିତ୍ର "ଗୁଡ୍ଡୁ ଗ୍ୟାଙ୍ଗଷ୍ଟାର''। ଏହି କମେଡି, ଆକ୍ସନ ଏବଂ ରୋମାଣ୍ଟିକ ଫିଲ୍ମ ଦର୍ଶକଙ୍କୁ ବେଶ ମନୋରଞ୍ଜନ କରିବ ବୋଲି ନର୍ମାତା ଆଶା ରଖିଛନ୍ତି । ଆଜି ଫିଲ୍ମର ମ୍ୟୁଜିକ୍ ଅଡିଓ ରିଲିଜ ହୋଇଛି । ଅଧିକ ପଢନ୍ତୁ

ଗୁଡ୍ଡୁ ଗ୍ୟାଙ୍ଗଷ୍ଟାର ଆଜି ମ୍ୟୁଜିକ୍ ଅଡିଓ ରିଲିଜ
ଗୁଡ୍ଡୁ ଗ୍ୟାଙ୍ଗଷ୍ଟାର ଆଜି ମ୍ୟୁଜିକ୍ ଅଡିଓ ରିଲିଜ

By

Published : Apr 19, 2023, 5:39 PM IST

ଗୁଡ୍ଡୁ ଗ୍ୟାଙ୍ଗଷ୍ଟାର ମ୍ୟୁଜିକ୍ ଅଡିଓ ରିଲିଜ

ଭୁବନେଶ୍ବର: ଲୋକପ୍ରିୟ ନିର୍ଦ୍ଦେଶକ ଅଶୋକ ପତିଙ୍କ ନିର୍ଦ୍ଦେଶିତ ନୂଆ ଓଡିଆ ଚଳଚ୍ଚିତ୍ର "ଗୁଡ୍ଡୁ ଗ୍ୟାଙ୍ଗଷ୍ଟାର'' ଚଳିତ ବର୍ଷ ରଜରେ ରିଲିଜ ହେବ । ନିକଟରେ ଫିଲ୍ମ ''ଗୁଡ୍ଡୁ ଗ୍ୟାଙ୍ଗଷ୍ଟାର"ର ମୋଶନ ଟିଜର ରିଲିଜ ହୋଇଥିବା ବେଳେ ବର୍ତ୍ତମାନ ଫିଲ୍ମର ମ୍ୟୁଜିକ୍ ଅଡିଓ ଲଞ୍ଚ୍‌ ହୋଇଛି । ଭୁବନେଶ୍ବର ସ୍ଥିତ ଭବାନି ମଲ୍‌ରେ ଆଜି ଏହା ରିଲିଜ ହୋଇଛି ।

ଅନସମିସ୍ ପ୍ରଡକ୍ସନସ୍ ହାଉସ ଏବଂ ପ୍ରୀତମ ସାହୁଙ୍କ ବ୍ୟାନରରେ ନିର୍ମିତ ଏହି ଫିଲ୍ମର ଆଜି ଏହି ଚଳଚ୍ଚିତ୍ରର ମ୍ୟୁଜିକ ଅଡିଓ ଲଞ୍ଚ ହୋଇଛି । ଭବାନି ମଲ୍‌ରେ ଆୟୋଜିତ ଏହି ଲଞ୍ଚ ଇଭେଣ୍ଟରେ ଓଲିଉଡ ଅଭିନେତା ସିଦ୍ଧାନ୍ତ ମହାପାତ୍ର, ଅଭିନେତ୍ରୀ ନମ୍ରତା ଥାପ୍ପା, ଶିବାନୀ ସଙ୍ଗୀତା ଓ ଶୈଳେନ୍ଦ୍ରଙ୍କ ସମେତ ବହୁ କଳାକାର ଏବଂ କଣ୍ଠଶିଳ୍ପୀ, ପ୍ରଯୋଜକ ଉପସ୍ଥିତ ଥିଲେ। ତେବେ ସିନେମାରେ ମୋଟ 5ଟି ଗୀତ ଥିବା ବେଳେ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅସଦ ନିଜାମ । ଓଲିଉଡର ଭଏସ୍ କୁଇନ୍ ନାବିଆ, ଅନ୍ତରା ଚକ୍ରବର୍ତ୍ତୀ, ଅସୀମା ପଣ୍ଡା, ହ୍ୟୁମାନ୍ ସାଗର, ସ୍ବୟଂ ପ୍ରକାଶ, କୁଳଦୀପ କଣ୍ଠଦାନ କରିଥିବା ବେଳେ ପ୍ରଥମ କରି ଏହି ସିନେମାରେ ଏକ ପ୍ରମୋସନ ଗୀତକୁ ଗାଇଛନ୍ତି ସୂର୍ଯ୍ୟମୟୀ । ମୌଳିକ କାହାଣୀ ଉପରେ ଅଧାରିତ ଏହି ଫିଲ୍ମର ରଚନା, ସଂଳାପ ଓ ଚିତ୍ରନାଟ୍ୟ ଭଳି ଗୁରୁ ଦାୟିତ୍ବକୁ ବହନ କରିଛନ୍ତି ଭଗଦ୍ବାଜ ପଣ୍ଡା ।

ଏହି ଚଳଚ୍ଚିତ୍ରରେ ଲଭ୍ ରୋମାନ୍ସ୍, କମେଡି ଓ ଆକ୍ସନ ଭରପୁର ରହିଛି । ରଜରେ ରିଲିଜ ହେବାକୁ ଥିବା ଏହି ଫିଲ୍ମ ଦର୍ଶକଙ୍କ ଖୁବ ମନୋରଞ୍ଜନ କରିବ ବୋଲି ଆଶା ରଖିଛନ୍ତି ଫିଲ୍ମ ନିର୍ମାତା । ଏଥିସହ ଫିଲ୍ମରେ ଓଲିଉଡ୍ ସେନସେସନ୍ ଶୈଳେନ୍ଦ୍ର ଓ ଚୁଲବୁଲି ନାୟିକା ଶିବାନୀଙ୍କ ସହ ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ର ଓ ଅଭିନେତ୍ରୀ ନମ୍ରତା ଥାପ୍ପା, ବବି ମିଶ୍ର, ଜୟ ପ୍ରକାଶ ଦାସ, କ୍ରିଷ୍ଣା କର, ଏଲି ପାଢି ଓ ସମ୍ଭୁନାଥ ମୁଖ୍ୟ ଭୂମିକାରେ ନଜର ଆସିବେ । ଏହି ଚଳଚ୍ଚିତ୍ରରେ ଶୈଳେନ୍ଦ୍ର ଓ ଶିବାନୀଙ୍କ ଦମଦାର ଅନ୍‌ସ୍କ୍ରିନ୍ ରୋମାନ୍ସ ସହ ସିଦ୍ଧାନ୍ତ ମହାପାତ୍ର ଓ ନମ୍ରତା ଥାପ୍ପାଙ୍କ ନିଖୁଣ ଅଭିନୟ ଦର୍ଶକଙ୍କୁ ମତୁଆଲା କରିବ । ସେହିପରି ବବି ମିଶ୍ର, ଜୟ ପ୍ରକାଶ ଦାସ, କ୍ରିଷ୍ଣା କର, ଏଲି ପାଢି ଓ ସମ୍ଭୁନାଥଙ୍କ ଅଭିନୟ ମଧ୍ୟ ଦର୍ଶକ ବେଶ ମନେରଞ୍ଜନ କରିବ ବୋଲି ପ୍ରଯୋଜକ କହିଛନ୍ତି ।

ସୂଚନା ଥାଉ କି, ଦୀର୍ଘ ଦିନ ପରେ ଅଭିନେତା ସିଦ୍ଧାନ୍ତ ମହାପାତ୍ରଙ୍କ ସହ ଅଭିନେତ୍ରୀ ନମ୍ରତା ଥାପ୍ପା ଏହି ଫିଲ୍ମ ଜରିଆରେ ଓଲିଉଡକୁ କମ୍‌ବ୍ୟାକ କରିବାକୁ ଯାଉଛନ୍ତି । ଉଭୟ ରସିକ ନାଗର, ପ୍ରେମ ଋତୁ ଆସିଲାରେ, 143 ଆଇ ଲଭ ୟୁ ଏବଂ ମୁଁ ତୋତେ ଲଭ କରୁଛି ଭଳି 4ଟି ହିଟ ଫିଲ୍ମ ଦେଇଥିବା ବେଳେ ଏବେ ପୁଣି ଏହି ଯୋଡି ଧମାକା କରିବାକୁ ଯାଉଛନ୍ତି ।

ଇଟିଭି ଭାରତ,ଭୁବନେଶ୍ବର

ABOUT THE AUTHOR

...view details