ହାଇଦ୍ରାବାଦ: ବଲିଉଡ୍ରୁ ଦୂରେଇ ରହିଥିଲେ ସୁଦ୍ଧା ଆଜିକାଲି ନିଜ ସାଥୀଙ୍କୁ ନେଇ ବେଶ ଚର୍ଚ୍ଚାରେ ରହିଛନ୍ତି ଅଜୟ ଦେବଗନଙ୍କ ଝିଅ ନିଶା ଦେବଗନ । ନିଶାଙ୍କ ଅନେକ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥାଏ । କେତେବେଳେ ସେ ନିଜ ସାଥୀଙ୍କ ସହ ସମୟ ବିତାଉଥାନ୍ତି ତ କେତେବେଳେ ପାର୍ଟିରେ ସ୍ପଟ୍ ହୋଇଥାନ୍ତି । ବର୍ତ୍ତମାନ ନିଶାଙ୍କ ଆଉ ଏକ ଭିଡିଓ ଇଣ୍ଟରନେଟରେ ଭାଇରାଲ ହେଉଛି । ଏହି ଭିଡିଓରେ ସେ କାର୍ ଭିତରକୁ ଯିବାବେଳେ ତାଙ୍କ ପାଦ ଖସି ଯାଇଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ୟୁର୍ଜସ ତାଙ୍କୁ ଟ୍ରୋଲ୍ କରିଛନ୍ତି ।
ଏହି ଭାଇରାଲ ଭିଡିଓ ପ୍ରସିଦ୍ଧ ଇଣ୍ଡୋ-କାନାଡିଆନ ଗାୟକ ତଥା ରାପର୍ ଏପି ଢିଲୋଙ୍କ ପାର୍ଟିରୁ ଆସିଛି, ଯେଉଁଠାରେ ନିଶା ଗ୍ରାନ୍ ଟପ୍ ଏବଂ ହ୍ବାଇଟ୍ ପ୍ୟାଣ୍ଟ୍ରେ ନଜର ଆସିଛନ୍ତି । ଭିଡିଓରେ ଏହା ଦେଖିବାକୁ ମିଳୁଛି ଯେ, ନିଶା କାର ଭିତରକୁ ଯାଉଥିବା ବେଳେ ଗୋଡ଼ ଉଠାଇବା ସମୟରେ ଖସି ଯାଇଥିଲେ । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭିଡିଓ ଭାଇରାଲ ପରେ ଫ୍ୟାନ୍ସ ନିଶାଙ୍କୁ ଟ୍ରୋଲ୍ କରିଛନ୍ତି । ଏବଂ ଅନେକ କମେଣ୍ଟ୍ ଦେଉଛନ୍ତି । ଜଣେ ଲେଖିଛନ୍ତି, ଏତେ କାହିଁକି ମଦ୍ୟପାନ କରୁଛ ? ଆଉ ଜଣେ ଲେଖିଛନ୍ତି, ସେ ସବୁବେଳେ ମଦ୍ୟପାନ କରୁଛନ୍ତି । ଆଉ ଜଣେ ଲେଖିଛନ୍ତି, ଇଏ ତ ସବୁବେଳେ ନିଶାରେ ରୁହନ୍ତି ।