ଓଡିଶା

odisha

Elvish Yadav: ରେଭ ପାର୍ଟିରେ ସାପ ବିଷ ସପ୍ଲାଇ କରୁଥିଲେ ଏଲଭିଶ ଯାଦବ ! ମାମଲା ରୁଜୁ

By ETV Bharat Odisha Team

Published : Nov 3, 2023, 1:35 PM IST

Rave party with snake venom: ପୁଣି ଚର୍ଚ୍ଚାରେ ବିଗ୍ ବସ୍ OTT 2 ବିଜେତା ଏଲଭିଶ ଯାଦବ। ଗୁରୁବାର ରାତିରେ ଏକ ରେଭ୍ ପାର୍ଟିରୁ 5ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଏଲଭିଶ ସାପ ବିଷ କାରବାର କରୁଥିବା ନେଇ ତାଙ୍କ ନାମରେ ରୁଜୁ ହୋଇଛି । ଅଧିକ ପଢନ୍ତୁ

Elvish Yadav FIR
Elvish Yadav FIR

ନୂଆଦିଲ୍ଲୀ:ଫସିଲେବିଗ୍ ବସ୍ OTT 2 ବିଜେତା ଏଲଭିଶ ଯାଦବ । ରେଭ ପାର୍ଟିରେ ସାପ ଏବଂ ସାପ ବିଷ କାରବାର କରୁଥିବା ଅଭିଯୋଗରେ ମାମଲା ପଞ୍ଜିକରଣ କରିଲା ନୋଏଡା ପୋଲିସ । ଏକ ଷ୍ଟିଙ୍ଗ ଅପରେସନ କରି ଏଲଭିଶ ଯାଦବଙ୍କ ସମେତ 6 ଜଣ ସାପୁଆ ଏବଂ ଅନ୍ୟ ଅଜ୍ଞାତ ଲୋକଙ୍କ ବିରୋଧରେ ମଧ୍ୟ ମାମଲା ପଞ୍ଜିକୃତ କରିଛି । ତେବେ ଖବର ଅନୁସାରେ, ଏଲଭିଶ ଯାଦବ ନୋଏଡାରେ ରେଭ ପାର୍ଟି କରି ସାପ ବିଷ ସପ୍ଲାଇ କରୁଥିଲେ । ତେବେ ଷ୍ଟିଙ୍ଗ ଅପରେସନରେ ଜୀବନ୍ତ ସାପ ସମେତ ବିଷ ମଧ୍ୟ ଜବତ କରିଛି ନୋଏଡା ପୋଲିସ ।

ଖବରମୁତାବକ, PFA ସଂସ୍ଥାର ପଶୁ କଲ୍ୟାଣ ଅଧିକାରୀ ଗୌରବ ଗୁପ୍ତା ନୋଏଡାର ସେକ୍ଟର 49 ଥାନାରେ ବିଗ୍ ବସ୍ OTT 2 ବିଜେତା ଏଲଭିଶ ଯାଦବଙ୍କ ନାମରେ ଅଭିଯୋଗ କରିଥିଲେ । ନୋଏଡା ଏବଂ ଏନସିଆରର ଫାର୍ମ ହାଉସରେ ତାଙ୍କ ଗ୍ୟାଙ୍ଗ ସହିତ ସାପକୁ ନେଇ ଭିଡିଓ ଏବଂ ବେଆଇନ ରେଭ ପାର୍ଟି କରୁଥିବା ନେଇ ସେ ଅଭିଯୋଗ କରିଥିଲେ । ଏହି ପାର୍ଟିରେ ସାପ ବିଷ ଏହଂ ଜୀବନ୍ତ ସାପ ମଧ୍ୟ ବ୍ୟବହାର କରାଯାଉଥିବା ନେଇ ସେ ଅଭିଯୋଗରେ ଦର୍ଶାଇଥିଲେ। ଏହା ବ୍ୟତୀତ ବିଦେଶୀ ଯୁବତୀମାନଙ୍କୁ ଆଣି ସାପ ବିଷ ଏବଂ ଅନ୍ୟାନ୍ୟ ନିଶା ପଦାର୍ଥ ଦେଉଥିବା ନେଇ ମଧ୍ୟ ଅଭିଯୋଗ କରିଥିଲେ ଗୌରବ ଗୁପ୍ତା ।

ତେବେ ଅଭିଯୋଗ ଆଧାରରେ ପୋଲିସ ଏଲଭିସ ଯାଦବଙ୍କୁ ରେଡ ହ୍ୟାଣ୍ଡରେ ଧରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲା । ଜଣେ ବ୍ୟକ୍ତିଙ୍କୁ ଏଲଭିଶ ଯାଦବଙ୍କ ସହ କଥା ହୋଇ ରେଭ ପାର୍ଟି ଆୟୋଜନ କରିବାକୁ କହିଥିଲା । ତେବେ ଏଲଭିଶଙ୍କ ସହ ଏନେଇ କଥା ହେବା ପରେ ସେ ତାଙ୍କ ଏଜେଣ୍ଟ ରାହୁଲଙ୍କର ନମ୍ବର ଦେବା ସହିତ ମୋ ନାମ ନେଇ କଥା ହେବା ପାଇଁ କହିଥିଲେ । ତେବେ ବ୍ୟକ୍ତି ଜଣକ ରାହୁଲଙ୍କ ସହ କଥା ହେବା ପରେ ସେ ରେଭ ପାର୍ଟି କରିବା ପାଇଁ ରାଜି ହୋଇଥିଲେ । ଏହାସହ ଆପଣ ଯେଉଁ ସ୍ଥାନକୁ କହିଲେ ସେଠାକୁ ସାଥି ସହ ସାପଙ୍କୁ ନେଇ ଆସିବା ପାଇଁ ପ୍ରତିଶୃତି ଦେଇଥିଲେ।

ତେବେ ଠିକଣା ମୁତାବକ ଗତକାଲି(ଗୁରୁବାର) ଦିନ ରାହୁଲ ସାପ ସହ ସାଙ୍ଗକୁ ନେଇ ପହଞ୍ଚିଥିଲେ । ସେକ୍ଟର 51 ସ୍ଥିତସେବରୋନ ବେଙ୍କ୍ବେଟ ହଲକୁ ଆସିଥିଲେ । ଅନ୍ୟପଟେ ତାଙ୍କୁ ରେଡ ହ୍ୟାଣ୍ଡରେ ଧରିବା ପାଇଁ ବନ ବିଭାଗକୁ ମଧ୍ୟ ଖବର ଦିଆଯାଇଥିଲା । ସମସ୍ତେ ଠିକଣାକୁ ପହଞ୍ଚିବା ପରେ ସାପ ମଧ୍ୟ ଦେଖାଇଥିଲେ । ସୂଚନା ନିଶ୍ଚିତ ହେବା ମାତ୍ରେ ସେକ୍ଟର 49 ପୋଲିସ ଏବଂ ବନ ବିଭାଗ ଟିମ ଚଢାଉ କରି 5ଜଣଙ୍କୁ ଗିରଫ କରିବା ସହିତ ରହିଥିବା ସାମଗ୍ରୀକୁ ମଧ୍ୟ ଜବତ କରିଥିଲା।

ଏହା ମଧ୍ୟ ପଢନ୍ତୁ: Big Boss Ott 2 Winner: ଏଲଭିଶ ଯାଦବଙ୍କୁ ହତ୍ୟା ଧମକ, ୧ କୋଟି ଡିମାଣ୍ଡ କଲା ଦୁର୍ବୃତ୍ତ

ଏହି ପ୍ରସଙ୍ଗରେ ସେକ୍ଟର 49 ପୋଲିସ ଷ୍ଟେସନ ଇନଚାର୍ଜ ସନ୍ଦୀପ ଚୌଧରୀ କହିଛନ୍ତି, "ଗିରଫ ହୋଇଥିବା ଲୋକଙ୍କ ମଧ୍ୟରେ ରାହୁଲ, ଟିଟୁନାଥ, ଜୟକରନ, ନାରାୟଣ ଏବଂ ରବିନାଥ ସମାଲ ରହିଛନ୍ତି । ତେବେ ଗିରଫ କରି ତଦନ୍ତ କରିବା ପରେ ରାହୁଲ ନିକଟରୁ 20 ମିଲି ସାପ ବିଷ ଉଦ୍ଧାର କରାଯାଇଥିଲା । ଏହା ବ୍ୟତୀତ ସେମାନଙ୍କ ଠାରୁ ସମୁଦାୟ ନଅଟି ସାପ, ଗୋଟିଏ ପାଇଥନ୍, ଦୁଇ ମୁଣ୍ଡିଆ ସାପ ଏବଂ ଗୋଟିଏ ରେଟ ସ୍ନେକ ମଧ୍ୟ ଉଦ୍ଧାର କରାଯାଇଛି। ସେମାନେ ସାପ ବିଷକୁ ରେଭ ପାର୍ଟିରେ ବ୍ୟବହାର କରୁଥିବା ନେଇ ପଚରାଉଚରା ସମୟରେ କହିଛନ୍ତି । ବନ୍ୟଜନ୍ତୁ ସୁରକ୍ଷା ଆଇନ 1972 ର ବିଭିନ୍ନ ଧାରା ଅନୁସାରେ ଏଲଭିଶ ଯାଦବଙ୍କ ସମେତ ସମସ୍ତଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details