ମୁମ୍ବାଇ: 'ଶେହଜାଦା' ପରେ 'ସତ୍ୟପ୍ରମ କି କଥା' ସହ ବକ୍ସ ଅଫିସରେ ପୁଣି ଧମାକା କରିବାକୁ ଆସୁଛନ୍ତି ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନ । 'ସତ୍ୟପ୍ରେମ କି କଥା'ର ଟ୍ରେଲର ଜୁନ ୨ରେ ରିଲିଜ ହୋଇଛି ଏବଂ ପ୍ରଶଂସକମାନେ ମଧ୍ୟ ଏହାକୁ ପସନ୍ଦ କରୁଛନ୍ତି । ଏହି ଫିଲ୍ମଟି ଜୁନ 29ରେ ରିଲିଜ ହେବ । ତେବେ ଫିଲ୍ମ ରିଲିଜ୍ ହେବା ପୂର୍ବରୁ କାର୍ତ୍ତିକ ଆର୍ଯ୍ୟନଙ୍କ ନିଦ ହଜିଯାଇଛି । ଦୁଇଟି କାରଣରୁ ଭଲ ଭାବରେ ଶୋଇପାରୁ ନାହାଁନ୍ତି ବୋଲି ଅଭିନେତା କହିଛନ୍ତି । ଏନେଇ ସୋସିଆଲ ମିଡିଆରେ ପୋଷ୍ଟ କରି ସେ କାରଣ ଜଣାଇଛନ୍ତି ।
କାର୍ତ୍ତିକ ଆର୍ଯ୍ୟନ ନିଜ ଇନ୍ଷ୍ଟାଗ୍ରାମରେ ମଧ୍ୟରାତ୍ରିର ଏକ ପୋଷ୍ଟ ସେୟାର କରିଛନ୍ତି । ଏବଂ କ୍ୟାପ୍ସନରେ ଅଭିନେତା ଲେଖିଛନ୍ତି, 'ଗତକାଲି ରାତିରେ ମୁଁ ନର୍ଭସେସ୍ ହେତୁ ଶୋଇ ପାରିଲି ନାହିଁ ଏବଂ ଆଜି ମୁଁ ଖୁସି ହେତୁ ଶୋଇ ପାରିଲି ନାହିଁ ।' ଏଭଳି କ୍ୟାପସନ୍ ସହ ହାର୍ଟ ଇମୋଜୀ ଦେଇଛନ୍ତି । ଏହି ପୋଷ୍ଟ ସହ 2ଟି ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ଫିଲ୍ମ 'ସତ୍ୟପ୍ରେମ କି କଥାର' ଟିମ ସହ ନଜର ଆସିଛନ୍ତି । ଏହି ଦୁଇଟି ଫଟୋରେ ଫିଲ୍ମର ନିର୍ମାତା ସାଜିଦ ନାଦିଆଡୱାଲା ଏବଂ ଅଭିନେତ୍ରୀ କିଆରା ଆଡଭାନୀ ମଧ୍ୟ ନଜର ଆସିଛନ୍ତି । ଏହି ଫଟୋଗୁଡ଼ିକରେ ଏଥିରେ ପୁରା ଟିମ୍ ସହ କାର୍ତ୍ତିକ ଆର୍ଯ୍ୟନ୍ ବହୁତ ଖୁସି ଦେଖାଯାଉଛନ୍ତି ।