ଓଡିଶା

odisha

26 ବର୍ଷ ପରେ ଏକାଠି ନଜର ଆସିଲେ ମାଧୁରୀ-କରିସ୍ମା, 'ବଲମ ପିଚକାରୀ'ରେ ଲଗାଇଲେ ଠୁମକା

By

Published : May 31, 2023, 5:43 PM IST

26 ବର୍ଷ ପରେ ପୁଣି ଏକାଠି ନଜର ଆସିଲେ ଧକ୍‌ ଧକ୍‌ ଗାର୍ଲ ମାଧୁରୀ ଦିକ୍ଷୀତ ଓ କରିସ୍ମା କପୁର । ଫିଲ୍ମ 'ଦିଲ୍ ତୋ ପାଗଲ୍ ହେ'ରେ ମାଧୁରୀ ଦୀକ୍ଷିତ ଏବଂ କରିସ୍ମା କପୁର ଏକାଠି ନଜର ଆସିଥିଲେ । ବର୍ତ୍ତମାନ ଏହି ଦୁଇ ସୁନ୍ଦରୀ ଅଭିନେତ୍ରୀଙ୍କୁ ପୁଣି ଏକାଠି ଦେଖିବାକୁ ମିଳିଛି। ଉଭୟ ଏକ ଗୀତରେ ନାଚୁଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଅଧିକ ପଢନ୍ତୁ

26 ବର୍ଷ ପରେ ଏକାଠି ନଜର ଆସିଲେ ମାଧୁରୀ-କରିସ୍ମା
26 ବର୍ଷ ପରେ ଏକାଠି ନଜର ଆସିଲେ ମାଧୁରୀ-କରିସ୍ମା

ମୁମ୍ବାଇ: ବଲିଉଡର 90 ଦଶକର ଦୁଇ ସୁନ୍ଦରୀ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ଏବଂ କରିସ୍ମା କପୁରଙ୍କୁ 26 ବର୍ଷ ପରେ ପୁଣି ଏକାଠି ଦେଖିବାକୁ ମିଳିଛି । ସୋସିଆଲ ମିଡିଆରେ ଉଭୟଙ୍କର ଏକ ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ମାଧୁରୀ ଏବଂ କରିସ୍ମା ଏକାଠି ନାଚି ଗାଇ ମଜା କରୁଥିବା ଦେଖିବାକୁ ମିଳିଛି । କରିସ୍ମା କପୁର ଏବଂ ମାଧୁରୀ ମଧ୍ୟ ଉଭୟଙ୍କ ଏହି ଭିଡିଓକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି । 26 ବର୍ଷ ପରେ ଦୁଇ ହସିନାଙ୍କ ଡ୍ୟାନ୍ସ ଜଲୱାକୁ ୟୁଜର୍ସ ମଧ୍ୟ ଖୁବ ପସନ୍ଦ କରୁଛନ୍ତି । ଏହି ଯୋଡି 1997 ଚଳଚ୍ଚିତ୍ର 'ଦିଲ୍ ତୋ ପାଗଲ ହେ'ରେ ସ୍କ୍ରିନ୍‌ ସେୟାର କରିଥିଲେ।

ଏକ ପାର୍ଟିରେ ବଲିଉଡର ଏହି ଦୁଇ ଲୋକପ୍ରିୟ ଅଭିନେତ୍ରୀ 'ୟେ ଜୱାନୀ ହେ ଦିୱାନୀ' ଫିଲ୍ମର ସୁପରହିଟ୍ ଗୀତ 'ବଲମ ପିଚକାରୀ' ଗୀତରେ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି । ଏହି ସମୟରେ କରିସ୍ମା ବ୍ଲାକ୍‌ ଆଉଟଫିଟରେ ନଜର ଆସିଥିବା ବେଳେ ମାଧୁରୀ ୟେଲୋ ଆଉଟଫିଟରେ ନଜର ଆସିଛନ୍ତି । ଉଭୟ ଡ୍ୟାନ୍ସ ସହ ସେଲ୍‌ଫି ମଧ୍ୟ ନେଇଛନ୍ତି । ମାଧୁରୀ ଏବଂ କରିସ୍ମା ନିଜ ଇନ୍‌ଷ୍ଟାଗ୍ରାମରେ ଉଭୟଙ୍କ ଫଟୋ ଏବଂ ଭିଡିଓ ସେୟାର କରିଛନ୍ତି । ସେପଟେ ସୋସିଆଲ ମିଡିଆରେ ମଧ୍ୟ ଉଭୟଙ୍କ ଡ୍ୟାନ୍ସର ଭିଡିଓ ଭାଇରାଲ ହେବାରେ ଲାଗିଛି ।

ଏହି ଭିଡିଓ ସେୟାର ହେବା ପରେ ଅନେକ କଳାକାର ଏବଂ ଫ୍ୟାନ୍ସ ଏହାକୁ ଲାଇକ୍‌ କରିବା ସହ ପ୍ରତିକ୍ରିୟା ଦେଇଛନ୍ତି । ଏହା ଉପରେ ପ୍ରତିକ୍ରିୟା ଦେଇ କରୀନା କପୁର ଖାନ ଲେଖିଛନ୍ତି, 'ଓଜି ସୁପରଷ୍ଟାର'। ସେହିପରି ସାଉଥ ସୁନ୍ଦରୀ ତମନ୍ନା ଭାଟିଆ ଏବଂ ରାଶି ଖାନ୍ନା ମଧ୍ୟ ଏହି ଭିଡିଓକୁ ଲାଇକ କରିବା ସହ ରେଡ୍‌ ହାର୍ଟ ଇମୋଜି ଦେଇଛନ୍ତି । ସେପଟେ ଚିତ୍ରଙ୍ଗଦା ସିଂ, ଭୁମି ପେଡନେକର ଏବଂ ଅଭିନେତା ସଞ୍ଜୟ କପୁରଙ୍କ ସମେତ ଅନେକ ତାରକା ଏହି ଭିଡିଓକୁ ଲାଇକ୍ କରିଛନ୍ତି ।

କରିସ୍ମା କପୁରଙ୍କ ୱାର୍କପ୍ରଣ୍ଟ କଥା କହିବାକୁ ଗଲେ, ସେ 2020ରେ ୱେବ୍ ସିରିଜ୍ ମେଣ୍ଟାଲହୁଡ୍‌ ସହ OTTରେ ଡେବ୍ୟୁ କରିଥିଲେ । ସେ ଅଭିନୟ ଦେଓଙ୍କ ଆଗାମୀ ୱେବ୍‌ ସିରିଜ୍ ବ୍ରାଉନରେ ବି ନଜର ଆସିବେ । ଏହା ବ୍ୟତୀତ ସେ ଚଳଚ୍ଚିତ୍ର ନିର୍ମାତା ହୋମି ଅଦାଜାନିଆଙ୍କ ଆଗାମୀ ଫିଲ୍ମ ମର୍ଡର ମୁବାରକରେ ସାରା ଅଲି ଖାନଙ୍କ ସହ ନଜର ଆସିବେ । ସେପଟେ ମାଧୁରୀଙ୍କୁ ଶେଷ ଥର ପାଇଁ 2019ରେ ରିଲିଜ ହୋଇଥିବା ଫିଲ୍ମ 'କଳଙ୍କ'ରେ ଦେଖିବାକୁ ମିଳିଥିଲା । ଏହାପରେ ସେ 2022ରେ ଆମାଜନ ପ୍ରାଇମରେ ରିଲିଜ ହୋଇଥିବା 'ମଜା ମା' ଫିଲ୍ମରେ ନଜର ଆସିଥିଲେ ।

ABOUT THE AUTHOR

...view details