ଓଡିଶା

odisha

ETV Bharat / entertainment

HBD Kamal Haasan: ୬୦ ବର୍ଷ ଧରି ଇଣ୍ଡଷ୍ଟ୍ରିରେ ରାଜ୍‌ କରିଛନ୍ତି କମଲ ହାସନ, ୪ ଥର ହାତେଇଛନ୍ତି ଜାତୀୟ ପୁରସ୍କାର

ସାଉଥ ସୁପରଷ୍ଟାର କମଲ ହାସନ ପିଲାଦିନରୁ ହିଁ ଅଭିନୟ ଆରମ୍ଭ କରିଥିବା ବେଳେ ଦୀର୍ଘ ୬୦ ବର୍ଷରୁ ଅଧିକ ସମୟ ଧରି ସିନେ ଇଣ୍ଡଷ୍ଟ୍ରିରେ ରାଜ କରି ଆସୁଛନ୍ତି । ତେବେ ଆଜି ତାଙ୍କର ୬୯ତମ ଜନ୍ମଦିନରେ ଜାଣନ୍ତୁ, ତାଙ୍କ ବିଷୟରେ କିଛି ରୋଚକ କଥା...

Etv Bharat
Etv Bharat

By ETV Bharat Odisha Team

Published : Nov 7, 2023, 1:37 PM IST

ହାଇଦ୍ରାବାଦ:ସାଉଥ ଅଭିନେତା କମଲ ହାସନ ଲୋକପ୍ରିୟ ଏବଂ ସଫଳ ତାରକା ମଧ୍ୟରେ ଅନ୍ୟତମ । ସେ ସମସ୍ତ ଭୂମିକାରେ ଅତି ନୁଖୁଣ ଭାବେ ନିଜର ଅଭିନୟର ଯାଦୁ ଦେଖାଇ ଦର୍ଶକଙ୍କ ମନ ଜିତିଥାନ୍ତି । ୭ ନଭେମ୍ବର ୧୯୫୪ରେ ତାମିଲନାଡୁର ପରମକୁଡି ଗାଁରେ ଜନ୍ମଗ୍ରହଣ କରିଥିବା କମଲ ହାସନ ଆଜି ତାଙ୍କ ୬୯ତମ ଜନ୍ମଦିନ ପାଳନ କରୁଛନ୍ତି । ଏହି ଅବସରରେ ତାଙ୍କ ଜୀବନୀ ବିଷୟରେ ଜାଣନ୍ତୁ କିଛି ରୋଚକ କଥା...

୬ ବର୍ଷ ବୟସରେ ଗୋଲ୍ଡ ମେଡାଲ ହାସଲ କରିଥିଲେ

ସାରା ଦେଶରେ ଅଭିନେତା କମଲ ହାସନଙ୍କ ନାଁରେ ବେଶ ପରିଚିତ । କିନ୍ତୁ କମଲ ହାସନଙ୍କ ଅସଲି ନାଁ ହେଉଛି ପ୍ରାର୍ଥସାରଥୀ ଶ୍ରୀନିବାସନ । ଯାହାକୁ ପରେ ତାଙ୍କ ବାପା ପରିବର୍ତ୍ତନ କରି କମଲ ହାସନ ରଖିଥିଲେ । ୬ ବର୍ଷ ବୟସରୁ ହିଁ କମଲ ହାସନ ନିଜ ଅଭିନୟ କ୍ୟାରିଅର ଆରମ୍ଭ କରିଥିଲେ । ସେ ଫିଲ୍ମ କାଲାଥୁର କାନ୍ନମ୍ମା ରେ ଶିଶୁ କଳାକାର ଭାବେ ଇଣ୍ଡଷ୍ଟ୍ରିରେ ପାଦ ଦେଇଥିଲେ । ଏହି ଫିଲ୍ମ ପାଇଁ ତାଙ୍କୁ ଶ୍ରେଷ୍ଠ ଅଭିନେତା ଭାବେ ରାଷ୍ଟ୍ରପତିଙ୍କଠାରୁ ଗୋଲ୍ଡ ମେଡାଲ୍‌ ପାଇଥିଲେ । ଏହାପରେ ସେ ଅନେକ ଫିଲ୍ମରେ ଶିଶୁ କଳାକାର ଭାବେ କାମ କରିଥିଲେ ।

ଫିଲ୍ମରୁ ବ୍ରେକ୍‌ ପରେ ଡ୍ୟାନ୍ସର ହୋଇଥିଲେ କମଲ ହାସନ

କମଲ ହାସନ ଶିଶୁ କଳାକାର ଭାବେ କାମ କରିବା ପରେ ନିଜ ପାଠପଢା ପାଇଁ ସେ କିଛି ବର୍ଷ ପାଇଁ ସିନେ ଜଗତରୁ ଦୂରେଇ ଯାଇଥିଲେ । ପରେ ଯେତେବେଳେ ଇଣ୍ଡଷ୍ଟ୍ରିକୁ ଫେରିଥିଲେ ସେତେବେଳେ ସେ ଜଣେ ଅଭିନେତା ନୁହଁ ବରଂ ଫେମସ କୋରିଓଗ୍ରାଫର ଭାବେ କମବ୍ୟାକ୍‌ କରିଥିଲେ । ଅନ୍ନାଇ ବେଲକୋନି(୧୯୭୧), କାଶି ୟଥିରାଇ(୧୯୭୩) ଭଳି ଫିଲ୍ମରେ ସେ କୋରିଓଗ୍ରାଫର ଭାବେ କାମ କରିଛନ୍ତି ।

ଓସ୍କାର ଦୌଡ଼ରେ ସାମିଲ ହୋଇଛି କମଲ ହାସନଙ୍କ ୭ଟି ଫିଲ୍ମ

କମଲ ହାସନ ପ୍ରଥମ ଅଭିନେତା, ଯାହାଙ୍କ ୭ଟି ଫିଲ୍ମ ଓସ୍କାର ଦୌଡରେ ସାମିଲ ହୋଇଛି । ଏହି ୭ଟି ଫିଲ୍ମ ଶ୍ରେଷ୍ଠ ଫରେନ ଫିଲ୍ମ ବର୍ଗରେ ଭାରତ ପାଇଁ ପ୍ରତିନିଧିତ୍ବ କରିଥିଲା । ଫିଲ୍ମ ଗୁଡିକ ମଧ୍ୟରେ ହେ ରାମ, ଇଣ୍ଡିଆନ, କୁରୁଥିପୁନଲ, ଥେୱର ମଗମ, ନୟାଗନ, ସାଗର(ହିନ୍ଦୀ), ସ୍ବତୀ ମୁଥ୍ୟମ(ତେଲୁଗୁ) ଇତ୍ୟାଦି ।

କମଲ ହାସନଙ୍କୁ ମିଳିଛି ଏହି ଆୱାର୍ଡ

କମଲ ହାସନଙ୍କୁ ୧୯୯ ମସିହାରେ ସବୁଠାରୁ ଦାମୀ ଅଭିନେତାମାନଙ୍କ ମଧ୍ୟରେ ବିବେଚନା କରାଯାଉଥିଲା । କାରଣ ସେ ତାଙ୍କ ଫିଲ୍ମ ପାଇଁ ଅଧିକ ଫି' ଆଦାୟ କରୁଥିଲେ । କମଲ ହାସନ ସାଉଥ୍‌ ବ୍ୟତୀତ ବଲିଉଡରେ ମଧ୍ୟ ନିଜର ଅଭିନୟ ଯାଦୁ ଦେଖାଇଛନ୍ତି । ୧୯୮୫ରେ ରିଲିଜ୍‌ ହୋଇଥିବା କମଲଙ୍କ ଫିଲ୍ମ 'ସାଗର' ହିଟ୍‌ ହେବା ସହ ବେଶ ଲୋକପ୍ରିୟତା ହାସଲ କରିଥିଲା । ଏହି ଫିଲ୍ମ ପାଇଁ କମଲ ହାସନଙ୍କୁ ଶ୍ରେଷ୍ଠ ଅଭିନେତା ଏବଂ ଶ୍ରେଷ୍ଠ ସହ ଅଭିନେତା ଭାବେ ୨ଟି ପୁରସ୍କାର ମିଳିଥିଲା । ଏହିପରି ସେ ନିଜ କ୍ୟାରିଅରରେ ୧୯ଟି ଫିଲ୍ମଫେୟାର ଆୱାର୍ଡ, ୪ଟି ଜାତୀୟ ପୁରସ୍କାର ହାସଲ କରିଛନ୍ତି । ଏଥିସହ ସେ କଳା ଇଣ୍ଡଷ୍ଟ୍ରିରେ ତାଙ୍କର ଅବଦାନ ପାଇଁ ପଦ୍ମଶ୍ରୀ ଏବଂ ପଦ୍ମଭୂଷଣ ସମ୍ମାନରେ ମଧ୍ୟ ତାଙ୍କୁ ସମ୍ମାନିତ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ:କମଲ ହାସଲଙ୍କ ପ୍ରଥମ ଲୁକ ଆଉଟ୍, ଏହି ଦିନ ଦେଖିବାକୁ ମିଳିବ ଫିଲ୍ମର ପ୍ରଥମ ଝଲକ

କମଲ ହାସନଙ୍କ ଆଗାମୀ ଫିଲ୍ମ

କମଲ ହାସନଙ୍କ ହାତରେ ବର୍ତ୍ତମାନ ଅନେକ ଫିଲ୍ମ ରହିଛି । ସେ ପ୍ରଭାସଙ୍କ ବହୁ ପ୍ରତିକ୍ଷୀତ ଫିଲ୍ 'କଲ୍କି ୨୮୯୮AD'ରେ ନଜର ଆସିବେ । ଏଥିସହ କମଲ ହାସନଙ୍କୁ ଇଣ୍ଡିଆନ ୨ରେ ଦେଖିବାକୁ ମିଳିବ । କମଲ ହାସନଙ୍କ 'ଇଣ୍ଡିଆନ୍-୨' ଉଦୟନିଧି ଷ୍ଟାଲିନ ଏବଂ ଏ ସୁବାସ୍କରନଙ୍କ ଦ୍ୱାରା ନିର୍ମିତ ହୋଇଥିବାବେଳେ ନିର୍ଦ୍ଦେଶକ ଏସ୍ ଶଙ୍କର ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି । ଏଥିସହ ସେ ନିର୍ଦ୍ଦେଶକ ମଣି ରତ୍ନମଙ୍କ ଫିଲ୍ମ ଥଗ୍‌ ଲାଇଫ(KH 234)ରେ ମଧ୍ୟ ନଜର ଆସିବେ ।

ABOUT THE AUTHOR

...view details