ଓଡିଶା

odisha

By

Published : Apr 13, 2023, 12:39 PM IST

ETV Bharat / entertainment

ଆସୁଛି ସ୍ତ୍ରୀ ଓ ଭେଡିଆ ଫିଲ୍ମର ପାର୍ଟ-2, ଜାଣନ୍ତୁ କେବେ ହେବ ରିଲିଜ

ଦୀନେଶ ବିଜନଙ୍କ ହରର୍-କମେଡି ଫିଲ୍ମ 'ସ୍ତ୍ରୀ' ରୁ ଆରମ୍ଭ ହୋଇ 'ରୁହି' ଏବଂ 'ଭେଡିଆ' ବେଶ ଲୋକପ୍ରିୟତା ହାସଲ କରିଥିଲା । ଏହାରି ମଧ୍ୟରେ ବର୍ତ୍ତମାନ ସ୍ତ୍ରୀ ୨ ଏବଂ ଭେଡିଆ ୨ ଆସିବା ନେଇ ଘୋଷଣା କରିଛନ୍ତି । ଯାହା 2024 ଏବଂ 2025ରେ ରିଲିଜ ହେବ । ଅଧିକ ପଢନ୍ତୁ

ସ୍ତ୍ରୀ ଏବଂ ଭେଡିଆ ସିକ୍ବେଲ ନେଇ ଘୋଷଣା, 2024 ଏବଂ 2025ରେ ହେବ ଫିଲ୍ମ ରିଲିଜ
ସ୍ତ୍ରୀ ଏବଂ ଭେଡିଆ ସିକ୍ବେଲ ନେଇ ଘୋଷଣା, 2024 ଏବଂ 2025ରେ ହେବ ଫିଲ୍ମ ରିଲିଜ

ମୁମ୍ବାଇ: ସିନେ ପ୍ରେମୀଙ୍କ ପାଇଁ ଖୁସି ଖବର । ଆସିବାକୁ ଯାଉଛି ବରୁଣ ଧୱନଙ୍କ ଅଭିନୀତ ଫିଲ୍ମ 'ଭେଡିଆ' ଏବଂ ଶ୍ରଦ୍ଧା କପୁର ଏବଂ ରାଜକୁମାର ରାଓଙ୍କ ଫିଲ୍ମ 'ସ୍ତ୍ରୀ'ର ସିକ୍ବେଲ । ବୁଧବାର, ଜିଓ ଷ୍ଟୁଡିଓ ପକ୍ଷରୁ ଭେଡିଆ ଏବଂ ସ୍ତ୍ରୀ'ର ସିକ୍ବେଲ ଆସିବା ନେଇ ଘୋଷଣା କରିଛନ୍ତି । ତେବେ ଉଭୟ ଫିଲ୍ମ 2024 ଏବଂ 2025ରେ ରିଲିଜ ହେବ ବୋଲି କୁହାଯାଇଛି । ଫିଲ୍ମ ରିଲିଜ ଖବର ଫ୍ୟାନ୍ସ ଉତ୍ସାହିତ ହୋଇଛନ୍ତି ।

ବୁଧବାର ମୁମ୍ବାଇରେ ଏକ ଇଭେଣ୍ଟରେ ଏହାର ଆଗାମୀ ଫିଲ୍ମ ଏବଂ ୱେବ୍ ସିରିଜ୍ ଘୋଷଣା କରିଛି ଜିଓ ଷ୍ଟୁଡିଓ । ଏହାରି ମଧ୍ୟରେ 'ଭେଡିଆ' ଏବଂ 'ସ୍ତ୍ରୀ'ର ସିକ୍ବେଲ ପ୍ରସ୍ତୁତ କରୁଥିବା ନେଇ ଘୋଷଣା କରିବା ସହ ରିଲିଜ ତାରିଖ ମଧ୍ୟ ଘୋଷଣା କରିଛନ୍ତି । ତେବେ 'ସ୍ତ୍ରୀ-2' 2024 ଅଗଷ୍ଟ 31ରେ ଫିଲ୍ମ ରିଲିଜ ହେବାକୁ ଥିବା ବେଳେ 'ସ୍ତ୍ରୀ-୨' ପରେ 'ଭେଡିଆ-୨' ରିଲିଜ ହେବ । 'ଭେଡିଆ-୨' 2025ରେ ରିଲିଜ ହେବା ନେଇ ଘୋଷଣା କରାଯାଇଛି । ଏହି ଖବର ଶୁଣି ଫ୍ୟାନ୍ସଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।

ସୂଚନା ଥାଉ କି, ହରର୍-କମେଡି ଫିଲ୍ମ 'ସ୍ତ୍ରୀ'ର ପ୍ରଥମ ଭାଗରେ ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୁର ଏବଂ ଅଭିନେତା ରାଜକୁମାର ରାଓ ଏବଂ ପଙ୍କଜ ତ୍ରିପାଠୀଙ୍କ ଯୋଡି ଚତ୍ମକାର ଅଭିନୟ କରି ଦର୍ଶକଙ୍କ ମନ ଜିଣିପାରିଥିଲେ । ଏହି ଫିଲ୍ମଟି ଭାରତରେ 100 କୋଟି ଟଙ୍କାରୁ ଅଧିକ ବ୍ୟବସାୟ କରି ବେଶ ଲୋକପ୍ରିୟତା ହାସଲ କରିଥିଲା । ଏହାରି ମଧ୍ୟରେ ବର୍ତ୍ତମାନ ସ୍ତ୍ରୀର ସିକ୍ବେଲ ଆସିବାକୁ ଯାଉଛି । ଯାହା ପ୍ରଥମ ଭାଗ ରିଲିଜର 6 ବର୍ଷ ପରେ ରିଲିଜ ହେବ । ଏହି ସିକ୍ବେଲରେ ଶ୍ରଦ୍ଧା କପୁର, ରାଜକୁମାର ରାଓ ଏବଂ ପଙ୍କଜ ତ୍ରିପାଠୀ ଯଥାକ୍ରମେ ସ୍ତ୍ରୀ, ବିକି ଏବଂ ରୁଦ୍ରଙ୍କ ଭୂମିକାରେ ପୁଣି ଅଭିନୟ କରିବେ । ତେବେ ଭେଡ଼ିଆ ଫିଲ୍ମର ଠୁମକେଶ୍ବରୀ ଗୀତରେ ମଧ୍ୟ ସ୍ତ୍ରୀଙ୍କ ଚରିତ୍ର ଦେଖିବାକୁ ମିଳିଥିଲା ।

ସେହିପରି 'ସ୍ତ୍ରୀ-୨' ପରେ 'ଭେଡିଆ-୨' ରିଲିଜ ହେବ । ଭେଡିଆର ପ୍ରଥମ ଭାଗ ଭଳି ଦ୍ବିତୀୟ ଭାଗରେ ମଧ୍ୟ ବଲିଉଡ ଅଭିନେତା ବରୁଣ ଧୱନ ଏବଂ ଅଭିନେତ୍ରୀ କ୍ରିତି ସାନନ୍ ପୁଣି ଭାସ୍କର ଏବଂ ଡକ୍ଟର ଅଙ୍କିତାଙ୍କ ଭୂମିକାରେ ଅଭିନୟ କରିବେ । ତେବେ ଏହି ଫିଲ୍ମ 2025ରେ ମୁକ୍ତିଲାଭ କରିବ । ଆରଆଇଏଲ ମିଡିଆ ଏଣ୍ଡ କଣ୍ଟେଣ୍ଟ ବିଜନେସ ମୁଖ୍ୟ ଜ୍ୟୋତି ଦେଶପାଣ୍ଡେ ସ୍ଲେଟକୁ ନେଇ କହିଛନ୍ତି ଯେ, “ଆମେ ଭାରତୀୟ ମନୋରଞ୍ଜନର ସବୁଠାରୁ ଆକର୍ଷଣୀୟ ତଥା ଇଭେଣ୍ଟପୂର୍ଣ୍ଣ ଫେଜରେ ରହିଛୁ । ଯେଉଁଠି ଡିଜିଟାଲ ଯୁଗରେ କାହାଣୀ କହିବା କେନ୍ଦ୍ର ପର୍ଯ୍ୟାୟରେ ଅଛି । ପାଞ୍ଚ ବର୍ଷ ପୂର୍ବେ ଜିଓ ଷ୍ଟୁଡିଓସ୍ ଆରମ୍ଭରୁ ଲୋକଙ୍କୁ ମନୋରଞ୍ଜନ କରାଇବାରେ ବେଶ କଠିନ ପରିଶ୍ରମ କରିଛି । ଯାହା ଆଜି ପର୍ଯ୍ୟନ୍ତ ଜାରି ରହିଛି ।

ସେ ଆହୁରି ମଧ୍ୟ କହିଛନ୍ତି, 'ଆମେ ଭାରତରୁ ଆସିଥିବା ପ୍ରତ୍ୟେକ କାହାଣୀକୁ ଦୃଷ୍ଟି ଦେଉଛୁ । ଏବଂ ଆମେ ପ୍ରତ୍ୟେକ ଭାରତୀୟ ଭାଷାରେ ଏହି କାହାଣୀ ଗୁଡ଼ିକୁ ପ୍ରସ୍ତୁତ କରି ଲୋକଲୋଚନକୁ ଆଣିଥାଉ । ଏଥିସହ ଏହି କାହାଣୀଗୁଡିକୁ ମେକ୍ ଇନ୍ ଇଣ୍ଡିଆ ଏବଂ ସାରା ବିଶ୍ବକୁ ଦେଖାଇବା ଆମର ମିଶନ୍ ଅଟେ । ଯାହା କେବଳ ମନୋରଞ୍ଜନ କରାଏନାହିଁ ବରଂ ଲୋକଙ୍କୁ କିଛି ଶିକ୍ଷା ମଧ୍ୟ ପ୍ରଦାନ କରିଥାଏ।

ABOUT THE AUTHOR

...view details