ଓଡିଶା

odisha

By

Published : Apr 3, 2023, 7:20 AM IST

ETV Bharat / entertainment

Indian Idol 13: ବିଜୟ ମୁକୁଟ ପିନ୍ଧିଲେ ଅଯୋଧ୍ୟାର ଋଷି ସିଂହ

ଲୋକପ୍ରିୟ ସିଙ୍ଗିଙ୍ଗ ରିୟାଲିଟି ଶୋ' ଇଣ୍ଡିଆନ ଆଇଡଲ ସିଜିନ 13ରେ ଆଯୋଧ୍ୟାର ଋଷି ସିଂହ ବିଜେତା ହୋଇଛନ୍ତି । ଟ୍ରଫି ସହ 25 ଲକ୍ଷ ଟଙ୍କା ପୁରସ୍କାର ରାଶି ଓ ଏକ କାର ପ୍ରଦାନ କରାଯାଇଛି । ଅଧିକ ପଢନ୍ତୁ

ଋଷି ସିଂହ ଇଣ୍ଡିଆନ ଆଇଡଲ ସିଜିନ 13 ବିଜେତା
Indian Idol 13

ମୁମ୍ବାଇ:ଲୋକପ୍ରିୟ ସିଙ୍ଗିଙ୍ଗ ରିୟାଲିଟି ଶୋ' ଇଣ୍ଡିଆନ ଆଇଡଲର 13ତମ ସଂସ୍କରଣ ଶେଷ ହୋଇଛି । 38ଟି ଅଧ୍ୟାୟ ପରେ ରବିବାର ଗ୍ରାଣ୍ଡ ଫାଇନାଲ ଅନୁଷ୍ଠିତ ହୋଇଥିଲା । 2022 ସେପ୍ଟମ୍ବର 10 ତାରିଖରୁ ଆରମ୍ଭ ହୋଇଥିବା ଇଣ୍ଡିଆନ ଆଇଡଲର 13ତମ ସିଜିନର ବିଜେତା ହୋଇଛନ୍ତି ଅଯୋଧ୍ୟାର ଋଷି ସିଂହ । ଟ୍ରଫି ସହ 25 ଲକ୍ଷ ଟଙ୍କା ପୁରସ୍କାର ରାଶି ସହ ଏକ କାର ପ୍ରଦାନ କରାଯାଇଛି । ଦ୍ବିତୀୟ ସ୍ଥାନରେ କୋଲକାତାର ଦେବୋସ୍ମିତା ରଏ ରହିଥିବା ବେଳେ ତୃତୀୟ ସ୍ଥାନରେ ଜମ୍ମୁ-କାଶ୍ମୀରର ଚିରାଗ କୋଟୱାଲ ରହିଛନ୍ତି ।

ବିଜୟ ମୁକୁଟ ପିନ୍ଧିଲେ ଅଯୋଧ୍ୟାର ଋଷି ସିଂହ

ଋଷି ସିଂହ ଜଣେ ଦମଦାର ପ୍ରତିଯୋଗୀ ଥିଲେ । ସମସ୍ତ ଏପିସୋଡରେ ଖୁବ ଭଲ ସଙ୍ଗୀତ ଗାଇ ବିଚାରପତି ଓ ଅତିଥିଙ୍କ ମନ ଜିଣୁଥିଲେ । ଋଷିଙ୍କ ପ୍ରଦର୍ଶନରୁ ହିଁ ସ୍ପଷ୍ଟ ଆକଳନ କରାଯାଉଥିବା ଯେ ସେ ହିଁ ବିଜେତା ହେବେ । ଆକଳନ ସତ ହୋଇଛି । ଅଧିକ ଭୋଟ ପାଇଁ ଋଷି ସିଂହ ଇଣ୍ଡିଆନ ଆଇଡଲ ଚଳିତ ସିଜିନରେ ବାଜି ମାରି ନେଇଛନ୍ତି । ଦେବୋସ୍ମିତା ରଏ ଦ୍ବିତୀୟ ସ୍ଥାନରେ ରହିଥିଲା ବେଳେ ଚିରାଗ କୋଟୱାଲ ତୃତୀୟ ସ୍ଥାନ, ବିଦିପ୍ତା ଓ ସୋନିଷୀ ଯଥାକ୍ରମେ ଚତୁର୍ଥ ଓ ପଞ୍ଚମ ସ୍ଥାନରେ ରହିଛନ୍ତି ।

ଟ୍ରଫି ଜିତିବା ପରେ ଖୁସିରେ ବିଭୋର ହୋଇଥିଲେ ଋଷି ସିଂହ । ସେ ପ୍ରତିକ୍ରିୟାରେ କହିଥିଲେ,'' ମୁଁ ବିଶ୍ବାସ କରିପାରୁ ନାହିଁ ମୋ ହାତରେ ଟ୍ରଫି ରହିଛି । ମୋ ସ୍ବପ୍ନ ସତ ହୋଇଛି । ମୋ ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଦେଉଛି । ମୋ ସ୍ବପ୍ନ ସତ କରିଥିବାରୁ ସମସ୍ତ ଫ୍ୟାନ୍ସଙ୍କୁ ଧନ୍ୟବାଦ ।'' ଦ୍ବିତୀୟ ସ୍ଥାନରେ ଥିବା ଦେବୋସ୍ମିତା ରଏ ଓ ତୃତୀୟ ସ୍ଥାନରେ ଥିବା ଚିରାଗ କୋଟୱାଲଙ୍କୁ ଟ୍ରଫି ସହ 5 ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରାଯାଇଛି । ସେହିପରି ବିଦିପ୍ତା ଓ ଶିବମଙ୍କୁ 3 ଲକ୍ଷ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଛି । ସମସ୍ତ 6 ଫାଇନାଲିଷ୍ଟଙ୍କୁ 1 ଲକ୍ଷ ଟଙ୍କା ସହ ଗିପ୍ଟ ହାମ୍ପର ଦିଆଯାଇଛି ।

ଏହା ବି ପଢନ୍ତୁ...Master Chef India 2023: ଟ୍ରଫି ହାତେଇଲେ ନୟନଜ୍ୟୋତି

ଗତ ବର୍ଷ ସେପ୍ଟେମ୍ବର 10ରୁ ଇଣ୍ଡିଆନ ଆଇଡଲ ସିଜିନ 13 ଆରମ୍ଭ ହୋଇଥିଲା । ଜୁଲାଇ 8ରୁ 31 ତାରିଖ ଯାଏଁ ଅଡିସନ ହୋଇଥିଲା । ଏଥିରେ 30 ଜଣ ମନୋନୀତ ହୋଇଥିଲେ । ଏହାପରେ ଟପ 15 ଜଣଙ୍କୁ ନେଇ ଗୋଟିଏ ପରେ ଗୋଟିଏ ଏପିସୋଡ ହୋଇଥିଲା । ଫାଇନାଲ ସପ୍ତାହକୁ 5 ଜଣ ଉତୀର୍ଣ୍ଣ ହୋଇଥିଲେ । ଅଯୋଧ୍ୟାର ଋଷି ସିଂହ, କୋଲକାତାର ଦେବୋସ୍ମିତା ରଏ, ବିଦିପ୍ତା ଚକ୍ରବର୍ତ୍ତୀ, ସୋନାକ୍ଷୀ କର, ଶିବମ ସିଂହ ଓ ଚିରାଗ କୋଟୱାଲ ଫାଇନାଲରେ ପହଞ୍ଚିଥିଲେ । ସମସ୍ତଙ୍କୁ ପଛରେ ପକାଇ ବାଜି ମାରି ନେଇଛନ୍ତି ଅଯୋଧ୍ୟାର ଋଷି ସିଂହ ।

ଏହି ସଂସ୍କରଣରେ ହିମେଶ ରେଶମିଆ, ବିଶାଲ ଦଦଲାନୀ ଓ ନେହା କକ୍କର ବିଚାରପତି ଦାୟିତ୍ବ ତୁଲାଇଥିଲେ ମାତ୍ର ପରବର୍ତ୍ତୀ ସମୟରେ ନେହା କକ୍କର କିଛି ବ୍ୟକ୍ତିଗତ କାରଣ ପାଇଁ ବ୍ରେକ ନେଇଥିଲେ । ହିମେଶ ରେଶମିଆ ଓ ବିଶାଲ ଦଦଲାନୀ ଶେଷ ପର୍ଯ୍ୟନ୍ତ ବିଚାରକ ଦାୟିତ୍ବ ତୁଲାଇଥିଲେ । ଏହି ଲୋକପ୍ରିୟ ଶୋର ଏ ଯାଏ 317 ଏପିସୋଡ ଶେଷ ସମାପ୍ତ ହୋଇଛି । ପୂର୍ବ ସିଜନରେ ଉତ୍ତରାଖଣ୍ଡର ପବନଦୀପ ରାଜନ ଟ୍ରଫି ଜିତିଥିଲେ ।

ABOUT THE AUTHOR

...view details