ହାଇଦ୍ରାବାଦ :ଅସୁସ୍ଥ ହୋଇଛନ୍ତି ଅଭିନେତ୍ରୀ ଇଲିଆନା ଡି କ୍ରୁଜ । ସୋସିଆଲ ମିଡିଆରେ ସେ ଅସୁସ୍ଥ ଥିବା ଫଟୋ ସେୟାର କରିଛନ୍ତି । ସାଲାଇନ୍ ଇଣ୍ଟ୍ରାଭେନସ୍ ସହିତ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ଏକ ଫଟୋ । ଏହି ଫଟୋର ସେ ତାଙ୍କ ଫ୍ୟାନ୍ସଙ୍କୁ ଜଣାଇଛନ୍ତି ଯେ ସେ ଏବେ ସୁସ୍ଥ ଅଛନ୍ତି । ହେଲେ ଅଭିନେତ୍ରୀଙ୍କର ଏହି ଫଟୋ ଦେଖି ପ୍ରଶଂସକ ଇଲିଆନାଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତିତ କରିଦେଇଛି । ପ୍ରଶଂସକମାନେ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଇଲିଆନା ସମସ୍ତ ଶୁଭେଚ୍ଛୁମାନଙ୍କୁ ଧନ୍ୟବାଦ ଜଣାଇ କହିଥିଲେ ଯେ, ଠିକ୍ ସମୟରେ ଚିକିତ୍ସା ପାଇବା ପରେ ସେ ସୁସ୍ଥ ଅନୁଭବ କରୁଛନ୍ତି ।
ରବିବାର ଦିନ, ପୋକିରି ଷ୍ଟାର୍ ତାରକା ଇନଷ୍ଟାଗ୍ରାମ ଷ୍ଟୋରୀରେ ଦୁଇଟି କୋଲାଜ ଫଟୋ ସେୟାର କରିଥିଲେ । ଯେତେବେଳେ ତାଙ୍କୁ ସାଲାଇନ୍ ଲାଗିଥିଲା ସେହି ସମୟର ଏହି ଫଟୋ ଉଠାଇଥିଲେ । ସେ ଲେଖିଥିଲେ "ଗୋଟିଏ ଦିନରେ କ’ଣ ପାର୍ଥକ୍ୟ ଆସେ ।" ହସ୍ପିଟାଲରେ ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କୁ ମଧ୍ୟ ପ୍ରଶଂସା କରିଥିଲେ । କହିଥଲେ, "ଯେଉଁମାନେ ମୋର ଚିକିତ୍ସା କରୁଛନ୍ତି ସେମାନେ ବହୁତ ଭଲ ଡାକ୍ତର ।" ସେହିପରି ସ୍ମିତହାସ୍ୟ ଦେଇ ଅନ୍ୟ ଏକ ପୋଷ୍ଟ ସେୟାର କରି ତାଙ୍କ ପ୍ରଶଂସକଙ୍କୁ ଜଣାଇଲେ ଯେ ସେ ଧୀରେଧୀରେ ସୁସ୍ଥ ହେଉଛନ୍ତି ।
୨୦୧୭ ମସିହାରେ ଅଭିନେତ୍ରୀ ଇଲିଆନା ଜଟିଳ ରୋଗର ଶିକାର ହୋଇଥିଲେ । ଯାହାର ନାଁ ହେଲା ବଡ଼ି ଡିସମୋର୍ଫିକ ଡିସଅର୍ଡର । ଏହି ରୋଗରେ ସେ ବହୁ କଷ୍ଟ ପାଇଥିଲେ । ଏହି ରୋଗ ହେଲେ ମଣିଷ ବାରମ୍ବାର ଆତ୍ମହତ୍ୟା କରିବାକୁ ଭାବିଥାଏ । ଏହି ରୋଗ ହେଲେ ମଣିଷ ନିଜ ଶରୀରକୁ ଘୃଣା କରିଥାଏ। ଇଲିଆନାଙ୍କ ସ୍ବାସ୍ଥ୍ୟ ସମସ୍ୟା କଥା ଶୁଣି ବହୁ ୟୁଜର୍ସ ତାଙ୍କୁ କମେଣ୍ଟ କରିଛନ୍ତି । ତୁମେ ଶୀଘ୍ର ସୁସ୍ଥ ହେଇ ଯାଅ ।