ଓଡିଶା

odisha

By ETV Bharat Odisha Team

Published : Oct 26, 2023, 10:34 PM IST

ETV Bharat / entertainment

Sussane Bday: ବୟଫ୍ରେଣ୍ଡ ଅର୍ସଲାନ ସେୟାର କଲେ ରୋମାଣ୍ଟିକ ପୋଷ୍ଟ, ଏମିତି କମେଣ୍ଟ ଦେଲେ ହ୍ରିତିକ

ସୁଜାନ ଖାନ ଆଜି ତାଙ୍କର 48 ତମ ଜନ୍ମଦିନ ପାଳନ କରୁଛନ୍ତି । ଏହି ବିଶେଷ ଅବସରରେ ପ୍ରେମିକ ଅର୍ସଲାନ ଗୋନି ଏକ ରୋମାଣ୍ଟିକ ପୋଷ୍ଟ ସେୟାର କରି ତାଙ୍କୁ ବର୍ଥ ଡେ ୱିସ କରିଛନ୍ତି । ଏହି ପୋଷ୍ଟ ଉପରେ ହ୍ରିତିକ ରୋଶନ ପ୍ରତିକ୍ରିୟା ଦେଇଛନ୍ତି । ଅଧିକ ପଢନ୍ତୁ

ବୟଫ୍ରେଣ୍ଡ ଅର୍ସଲାନ ସେୟାର କଲେ ରୋମାଣ୍ଟିକ ପୋଷ୍ଟ, ଏମିତି କମେଣ୍ଟ ଦେଲେ ହ୍ରିତିକ
ବୟଫ୍ରେଣ୍ଡ ଅର୍ସଲାନ ସେୟାର କଲେ ରୋମାଣ୍ଟିକ ପୋଷ୍ଟ, ଏମିତି କମେଣ୍ଟ ଦେଲେ ହ୍ରିତିକ

ହାଇଦ୍ରାବାଦ: ହ୍ରିତିକ ରୋଶନଙ୍କ ପୂର୍ବତନ ପତ୍ନୀ ସୁଜାନ ଖାନ ଆଜି ତାଙ୍କର 48 ତମ ଜନ୍ମଦିନ ପାଳନ କରୁଛନ୍ତି । ଏହି ବିଶେଷ ଅବସରରେ ତାଙ୍କ ବୟଫ୍ରେଣ୍ଡ ଅର୍ସଲାନ୍ ଗୋନି ସୁଜାନଙ୍କୁ ଏକ ରୋମାଣ୍ଟିକ ପୋଷ୍ଟ ସେୟାର କରି ସୁଜାନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ଉଭୟ ବିତାଇଥିବା ପ୍ରତ୍ୟେକ ମୁହୂର୍ତ୍ତକୁ ଏକ ଭିଡିଓ କରି ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଯାହା ପରେ ହ୍ରିତିକ ରୋଶନ ପ୍ରତିକ୍ରିୟା ଦେଇଛନ୍ତି ।

ଅର୍ସଲାନ ନିଜ ଇନଷ୍ଟାଗ୍ରାମରେ ସୁଜାନଙ୍କ ପାଇଁ ଏକ ପୋଷ୍ଟ ସେୟାର କରିଛନ୍ତି । ଭିଡିଓରେ ଉଭୟ ବିତାଇଥିବା ପ୍ରତ୍ୟେକ ମୁହୂର୍ତ୍ତ ଦେଖିବାକୁ ମିଳିଛି ଏବଂ ଏହାକୁ ସେୟାର କରି ସେ ଲେଖିଛନ୍ତି, 'ମୁଁ ପ୍ରଥମେ କ୍ଷମା ମାଗିବାକୁ ଚାହେଁ କାରଣ ମୁଁ ଏହି ସମୟରେ ତୁମ ସହ ନାହିଁ । କିନ୍ତୁ ମୁଁ ଆମର ଯାତ୍ରାକୁ ବେଶ ଉପଭୋଗ କରୁଛି । ଆମେ ବହୁତ କିଛି ହରାଇବା ସହ ଅନେକ ସୁନ୍ଦର ସ୍ମୃତି ମଧ୍ୟ ସାଉଁଟୁଛନ୍ତି । ମୁଁ ତୁମକୁ ବହୁତ ଭଲ ପାଏ ଏବଂ ପ୍ରତିଜ୍ଞା କରୁଛି ଯେ ମୁଁ ତୁମକୁ ଦୁନିଆର ସବୁ ସୁଖ ଦେବି । ଏବଂ ଆମେ ଯେବେ ମିଶିବା ସେଲିବ୍ରେସନ କରିବା ।'

ସେପଟେ ସୁଜାନ ଅର୍ସଲାନଙ୍କ ପୋଷ୍ଟକୁ ଲାଇକ କରି ଲେଖିଛନ୍ତି, 'ମୋ ଲଭ୍ ତୁମେ ମୋ ପାଇଁ ସବୁକିଛି । ମୁଁ ଏହି ଦୁନିଆର ସବୁଠାରୁ ଭାଗ୍ୟଶାଳୀ ମହିଳା ଅଟେ ଯେ, ତୁମେ ମୋ ସହ ଅଛ ।' ସେହିପରି ଏହି ପୋଷ୍ଟ ସେୟାର ହେବା ପରେ ହ୍ରିତିକ ରୋଶନ ପ୍ରତିକ୍ରିୟା ଦେଇଛନ୍ତି ଏବଂ ଲେଖିଛନ୍ତି, 'ସୁନ୍ଦର, ହାପି ବର୍ଥ ଡେ ।' ପରେ ଅର୍ସଲାନଙ୍କ ଭଉଣୀ ଫରାହ ଖାନ ଅଲିଙ୍କ ସମେତ ଅନେକ ସେଲିବ୍ରିଟି ଏବଂ ଫ୍ୟାନ୍ସ ସୁଜାନଙ୍କୁ ଜନ୍ମଦିନ ଶୁଭକାମନା ଜଣାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ:ଭ୍ୟାକେସନ ଫଟୋ ସେୟାର କରି ସ୍ମୃତି ତାଜା କଲେ ହ୍ରିତିକ ଏବଂ ସୁଜାନ

ସୂଚନା ଥାଉ କି, 2004 ମସିହାରେ ହ୍ରିତିକ ରୋଶନ ଏବଂ ସୁଜାନ ଖାନଙ୍କ ବିବାହ ବହୁତ ଧୁମଧାମରେ ହୋଇଥିଲା । କିନ୍ତୁ କିଛି ବର୍ଷ ପରେ ଉଭୟଙ୍କ ମଧ୍ୟରେ ମତଭେଦ ଆରମ୍ଭ ହୋଇଥିଲା । ତା’ପରେ 14 ବର୍ଷ ଏକାଠି ରହିବା ପରେ ଦୁହେଁ ଅଲଗା ହେବାକୁ ନିଷ୍ପତ୍ତି ନେଲେ । ତାଙ୍କର ଏହି ନିଷ୍ପତ୍ତି ସମସ୍ତଙ୍କୁ ଚକିତ କରିଥିଲା । ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ସୁଜାନଙ୍କଠାରୁ ଅଲଗା ହେବା ପାଇଁ ହ୍ରିତିକ ପ୍ରାୟ 380 କୋଟି ଟଙ୍କା ପ୍ରଦାନ କରିଥିଲେୋ । ତେବେ ସେମାନଙ୍କ ଛାଡପତ୍ରର ପ୍ରକୃତ କାରଣ ପ୍ରକାଶ କରାଯାଇନାହିଁ ।

ABOUT THE AUTHOR

...view details