ଭୋପାଳ:ଟେଲି ଅଭିନେତ୍ରୀ ବୈଶାଳୀ ଠକ୍କରଙ୍କ ଆତ୍ମହତ୍ୟା ମାମଲା, ସୁଇସାଇଟ ନୋଟର ଖୁଲାସା କଲା ପୋଲିସ । ତାଙ୍କ ପୁରୁଷ ବନ୍ଧୁ(Ex-lover) ତାଙ୍କୁ ହଇରାଣ କରୁଥିବାରୁ ସେ ଆତ୍ମହତ୍ୟା କରିଥିବା ନୋଟରେ ଉଲ୍ଲେଖ ରହିଛି । ଏହାକୁ ଆଧାରା କରି ବୈଶାଳୀଙ୍କ ପୁରୁଷ ବନ୍ଧୁ ରାହୁଲ ନାଭଲାନିଙ୍କୁ ଖୋଜୁଛି ପୋଲିସ ।
ଏହି ଘଟଣାରେଏସିପି ମୋତି ଉର ରେହମାନ କହିଛନ୍ତି ଯେ, ''ବୈଶାଳୀଙ୍କ ଆତ୍ମହତ୍ୟା ନୋଟରେ ରାହୁଲ ନାମକ ଜଣେ ଯୁବକଙ୍କ ନାମ ରହିଛି । ସେ ବୈଶାଳୀଙ୍କ ପୁରୁଷ ବନ୍ଧୁ ଥିଲେ, ଟେଲି ଅଭିନେତ୍ରୀଙ୍କ ନିର୍ବନ୍ଧ ହୋଇଥିବା ଜାଣିବା ପରେ ସେ ତାଙ୍କୁ ଅନେକ ସମୟରେ ହଇରାଣ କରୁଥିଲେ । ଏଥିରେ ଅତିଷ୍ଠ ହୋଇ ଆତ୍ମହତ୍ୟା କରିବାକୁ ବୈଶାଳୀ ନିଷ୍ପତ୍ତି ନେଇଥିବା ସୁଇସାଇଟ ନୋଟରେ ଉଲ୍ଲେଖ ରହିଛି, ବର୍ତ୍ତମାନ ପୋଲିସ ଏହି ମାମଲାର ତଦନ୍ତ କରୁଥିବା କହିଛନ୍ତି ଏସିପି ମୋତି ଉପ ରେହମାନ ।''
ସୁଇସାଇଡ ନୋଟକୁ ନେଇ ପୋଲିସ ରାହୁଲଙ୍କ ବାସଭବନରେ ପହଞ୍ଚିଥିଲା । କିନ୍ତୁ ତାଙ୍କ ଘରେ ତାଲା ପଡିଥିବାରୁ ବର୍ତ୍ତମାନ ସେ ଫେରାର ରହିଥିବା ବେଳେ ଅଧିକ ତଦନ୍ତ ଜାରି ରଖିଛି ପୋଲିସ । ଖୁବଶୀଘ୍ର ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ କହିଛନ୍ତି ଏସପି । ମିଳିଥିବା ସୂଚନା ଅନୁଯାୟୀ, ମଧ୍ୟପ୍ରଦେଶ ଇନ୍ଦୋରରେ ବୈଶାଳୀ ରହୁଥିବାବେଳେ, ରବିବାର ମଧ୍ୟାହ୍ନ ସମୟରେ ଘର ମଧ୍ୟରୁ ତାଙ୍କ ଝୁଲନ୍ତା ମୃତେଦହ ଦେଖିବାକୁ ମିଳିଥିଲା । ଏନେଇ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ପରେ ନେଜାଜୀ ନଗର ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ କରିଥିଲା । ଏହାପରେ ଘଟଣା ସ୍ଥଳରୁ ଜବତ ସୁଇସାଇଡ ନୋଟକୁ ନେଇ ତଦନ୍ତ ଆରମ୍ଭ କରିଥିଲା ପୋଲିସ ।