ଓଡିଶା

odisha

ETV Bharat / entertainment

ରିୟଲ ଲାଇଫ ହିରୋ ସାଜିଲେ ଗୁରୁମିତ ଚୌଧୁରୀ, ସିପିଆର୍‌ ଦେଇ ବ୍ୟକ୍ତିଙ୍କ ଜୀବନ ବଞ୍ଚାଇଲେ - ସିପିଆର୍‌ ଦେଇ ବ୍ୟକ୍ତିଙ୍କର ଜୀବନ ବଞ୍ଚାଇଲେ ଗୁରୁମିତ

ଛୋଟ ପରଦାର ଚର୍ଚ୍ଚିତ କଳାକାର ଗୁରୁମିତ ଚୌଧୁରୀଙ୍କ ଏକ ନୂଆ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି। ଏହି ଭିଡିଓରେ ଗୁରୁମିତ ସିଆରପି ଦେଇ ରାସ୍ତାରେ ଚେତାଶୂନ୍ୟ ଅବସ୍ଥାରେ ପଡ଼ିଥିବା ବ୍ୟକ୍ତିଙ୍କ ଜୀବନ ବଞ୍ଚାଇବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

ଗୁରୁମିତ ଚୌଧୁରୀ
ଗୁରୁମିତ ଚୌଧୁରୀ

By ETV Bharat Odisha Team

Published : Oct 6, 2023, 9:59 AM IST

ହାଇଦ୍ରାବାଦ: 'ରାମାୟଣ' ଏବଂ 'ଗୀତ୍‌ ହୁଇ ସବରେ ପରାଇ' ଭଳି ଟିଭି ସିରିଏଲରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଗୁରମିତ ଚୌଧୁରୀଙ୍କୁ କିଏ ବା ନଜାଣେ । ଦମଦାର ଅଭିନୟ ହେତୁ ଗୁରୁମିତ ସମସ୍ତଙ୍କର ପ୍ରିୟ ବୋଲି ବିବେଚନା କରାଯାଏ । ବର୍ତ୍ତମାନ ଗୁରୁମିତ ଚୌଧୁରୀଙ୍କ ଏକ ନୂଆ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ ରାସ୍ତା କଡ଼ରେ ଅଚେତ ଅବସ୍ଥାରେ ପଡ଼ିଥିବା ଜଣେ ବ୍ୟକ୍ତିଙ୍କୁ ସିପିଆର୍‌ ଦେଇ ଜୀବନ ବଞ୍ଚାଇବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି ।

ବର୍ତ୍ତମାନ ସମୟରେ, ଏହା ଅନେକ ଥର ଦେଖାଯାଇଛି ଯେ ଲୋକମାନେ ହଠାତ୍ ଚେତାଶୂନ୍ୟ ହୋଇ ପଡିଯାଉଛନ୍ତି ଏବଂ ସେହି ସ୍ଥାନରେ ଉପସ୍ଥିତ ଥିବା ଅନେକ ଲୋକ ସେମାନଙ୍କୁ ସାହାଯ୍ୟ କରିବା ପାଇଁ ସିପିଆର ଦେଉଥିବାର ଦେଖାଯାଏ । ଗୁରୁବାର ମୁମ୍ବାଇର ଅନ୍ଧେରି ଅଞ୍ଚଳରେ ଏହିପରି କିଛି ଘଟିଛି ।

ଏହି ସମୟରେ ଜଣେ ବ୍ୟକ୍ତି ହଠାତ୍ ରାସ୍ତା କଡ଼ରେ ଚେତାଶୂନ୍ୟ ହୋଇ ପଡ଼ିଯାଇଥିଲେ । ଯାହା ପରେ ଟିଭି ଅଭିନେତା ଗୁରୁମିତ ଚୌଧୁରୀ ସେହି ବ୍ୟକ୍ତିଙ୍କୁ ସାହାଯ୍ୟ କରିବାକୁ ଆଗକୁ ଚାଲି ଆସିଥିଲେ । ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଭିଡିଓରେ, ଗୁରୁମିତ କିପରି ସେହି ବ୍ୟକ୍ତିଙ୍କୁ କ୍ରମାଗତ ଭାବରେ ସିପିଆର ଦେଉଛନ୍ତି, ତାହା ଦେଖିବାକୁ ମିଳିଛି । ଯଦିଓ ଗୁରୁମିତଙ୍କର ଅନେକ ଉଦ୍ୟମ ସତ୍ତ୍ୱେ ବ୍ୟକ୍ତି ଜଣଙ୍କ ବାରମ୍ବାର ଅଚେତ ହୋଇପଡୁଥିଲେ । ଯାହା ପରେ ଗୁରୁମିତ ତାଙ୍କୁ ଉଠାଇବାରେ ସାହାଯ୍ୟ କରିଥିଲେ ଏବଂ ପରେ ଘଟଣାସ୍ଥଳରେ ଉପସ୍ଥିତ ଥିବା ଅନ୍ୟ ଲୋକଙ୍କ ସାହାଯ୍ୟରେ ତାଙ୍କୁ ଡାକ୍ତରଖାନା ପଠାଇବାରେ ସାହାଯ୍ୟ କରିଥିଲେ ।

ଏହା ମଧ୍ୟ ପଢନ୍ତୁ: Gaming App Case: ରଣବୀରଙ୍କ ପରେ ଏହି 4 ସେଲିବ୍ରିଟିଙ୍କୁ ଇଡିର ସମନ୍‌, କପିଲ ବି ଅଛନ୍ତି ସାମିଲ

ସୋସିଆଲ ମିଡିଆରେ ଗୁରୁମିତଙ୍କ ପ୍ରଶଂସା

ଏହି ଭିଡିଓରେ ସ୍ପଷ୍ଟ ଦେଖାଯାଉଛି ଯେ, କିଛି ଲୋକ ଅଭିନେତାଙ୍କୁ ସାବାସି ଦେଉଛନ୍ତି । ଜଣେ ଅସହାୟ ବ୍ୟକ୍ତିଙ୍କୁ ସାହାଯ୍ୟ କରିବା ପରେ ଗୁରୁମିତଙ୍କ ଫ୍ୟାନ୍ସ ଫଲୋଇଂ ଆହୁରି ବଢ଼ି ଯାଇଛନ୍ତି । ସୋସିଆଲ ମିଡିଆରେ ଗୁରୁମିତଙ୍କୁ ବହୁତ ପ୍ରଶଂସା କରାଯାଉଛି । ଅନେକ ପ୍ରଶଂସକ ଗୁରୁମିତ ଚୌଧୁରୀଙ୍କୁ ପ୍ରକୃତ ହିରୋ ବୋଲି କହିଛନ୍ତି ।

ABOUT THE AUTHOR

...view details