ମୁମ୍ବାଇ:ଟେଲିଭିଜନର ଲୋକପ୍ରିୟ କଳାକାର ଗୁରମିତ ଚୌଧୁରୀ ପିତା ହୋଇଛନ୍ତି । ଗୁରମିତ ଓ ଦେବିନା ବାନାର୍ଜୀ ନିଜର ପ୍ରଥମ ସନ୍ତାନଙ୍କୁ ସ୍ବାଗତ କରିଛନ୍ତି । ତେବେ ସେମାନେ ଏକ କନ୍ୟ ସନ୍ତାନର ପିତାମାତା ହୋଇଛନ୍ତି । ଏହି ଯୋଡ଼ି ନିଜ ଇନଷ୍ଟାଗ୍ରାମରେ ଏକ ଭିଡ଼ିଓ ସେୟାର କରିଛନ୍ତି । ଯେଉଁଥିରେ ଗୁରମିତ, ଦେବିନା ଓ ଦୁହିଁଙ୍କ ନହ୍ନି ପରିର ହାତ ଥିବା ଦେଖିବାକୁ ମିଳିଛି ।
ଭିଡ଼ିଓ କ୍ୟାପସନରେ ଉଭୟ ଲେଖିଛନ୍ତି ଯେ," ଆମେ କୃତଜ୍ଞତାର ସହିତ ନିଜ ଶିଶୁକୁ ଏହି ଦୁନିଆକୁ ସ୍ବାଗତ କରୁଛୁ । ସମସ୍ତଙ୍କ ଭଲ ପାଇବା ଓ ଆଶୀର୍ବାଦ ପାଇଁ ଧନ୍ୟବାଦ" । ଏହାସହିତ ସେ ଆଜିର ତାରିଖ(୩.୪.୨୦୨୨)କୁ ଲେଖିଛନ୍ତି । ନିଜ ପ୍ରଶଂସକଙ୍କୁ ଏହି ଖବର ଦେବା ସହ ଭଲ ପାଇବା ପାଇଁ ଉଭୟ ଧନ୍ୟବାଦ ଜଣାଇଛନ୍ତି । ତେବେ ସୂଚନା ଥାଉ କି ଗୁରମିତ ଓ ଦେବିନା ଗତ ୨୦୧୧ ମସିହାରେ ବିବାହ କରିଥିଲେ । ଏହାପରେ ସେମାନେ ନିଜ ନିଜ କାର୍ଯ୍ୟରେ ବ୍ୟସ୍ତ ରହୁଥିଲେ ।