ମୁମ୍ବାଇ: ବଲିଉଡ ଲୋକପ୍ରିୟ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ ଷ୍ଟାର କ୍ରିକେଟର ବିରାଟ କୋହଲିଙ୍କ ଯୋଡ଼ି ସାରା ବିଶ୍ବରେ ବେଶ୍ ଲୋକପ୍ରିୟତା ହାସଲ କରିଛି । ନିଜନିଜ କ୍ଷେତ୍ରରେ ଦକ୍ଷତା ପ୍ରମାଣିତ କରିବା ସହ ଏହି ଦମ୍ପତିଙ୍କ ମଧ୍ୟରେ ଥିବା ଭଲ ସ୍ନେହ ଓ ଭଲ ପାଇବା ଚର୍ଚ୍ଚାରେ ରହିଥାଏ । ବିରାଟ-ଅନୁଷ୍କା ସୋସିଆଲ ମିଡିଆରେ ମଧ୍ୟ ବହୁତ ସକ୍ରିୟ ରୁହନ୍ତି । ଫଟୋ ଏବଂ ଭିଡିଓ ସେୟାହ କରି ଉଭୟ ନିଜ ପ୍ରଶଂସକମାନଙ୍କ ମନୋରଞ୍ଜନ କରିଥାଆନ୍ତି । କେତେବେଳେ ବିରାଟ ତାଙ୍କ ଝିଅଙ୍କ ସହ ଫଟୋ ସେୟାର କରନ୍ତି ତ ଆଉ କେତେବେଳେ ସେ ତାଙ୍କର ମଜାଳିଆ ଭିଡିଓ ପ୍ରଶଂସକଙ୍କ ହୃଦୟ ଜିତୁଥିବା ଦେଖିବାକୁ ମିଳିଥାଏ । ଏହାରି ମଧ୍ୟରେ ବର୍ତ୍ତମାନ ସୋସିଆଲ ମିଡିଆରେ ଏହି ଦମ୍ପତି ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ଏହି ପଞ୍ଜାବୀ ଗୀତରେ ଉଭୟ ଝୁମୁଥିବା ନଜର ଆସିଛନ୍ତି । ଯାହା ବେଶ ଭାଇରାଲ ହେବାରେ ଲାଗିଛି ।
ରବିବାର ଖେଳାଯାଇଥଇବା ଆଇପିଏଲ୍ର ଏକ ମ୍ୟାଚ୍ରେ ଅନୁଷ୍କାଙ୍କୁ ବିରାଟ କୋହଲି ଫ୍ଲାଇଂ କିସ୍ ଦେଉଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ବର୍ତ୍ତମାନ ଉଭୟଙ୍କ ଆଉ ଏକ ଭିଡିଓ ବେଶ ଭାଇରାଲ ହେଉଛି । ଅନୁଷ୍କା ଇନଷ୍ଟାଗ୍ରାମରେ ଉଭୟଙ୍କ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ଅନୁଷ୍କା ଏବଂ ବିରାଟ ଜିମ୍ରେ ପଞ୍ଜାବୀ ଗୀତରେ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି। ଏବଂ ପରବର୍ତ୍ତୀ ମୁହୂର୍ତ୍ତରେ ବିରାଟ ସାମାନ୍ୟ ଆହତ ହୋଇଥିବା ଦେଖିବାକୁ ମିଳୁଛି । ଯାହାପରେ ନେଇ ଅନୁଷ୍କା ଖୁବ ହସିବାରେ ଲାଗିଛନ୍ତି । ଭିଡିଓ ସେୟାର କରି ଅନୁଷ୍କା କ୍ୟାପସନରେ ଲେଖିଛନ୍ତି, 'ଡ୍ୟାନ୍ସ ପେ ଚାନ୍ସ ' ଏହି ଭିଡିଓ ସେୟାର ହେବାର ମାତ୍ର କିଛି ମୁହୂର୍ତ୍ତ ଭିତରେ 5 ଲକ୍ଷରୁ ଅଧିକ ପ୍ରଶଂସକ ଏହାକୁ ଲାଇକ୍ କରିବା ସହ ପ୍ରତିକ୍ରିୟାରେ ହାର୍ଟ ଏବଂ ଫାୟାର ଇମୋଜି ଦେଇଛନ୍ତି।