ମୁମ୍ବାଇ: ଟେଲିଭିଜନ ଜଗତରେ ଜଣେ ଜଣାଶୁଣା ଅଭିନେତ୍ରୀ ହେଉଛନ୍ତି ଛବି ମିତ୍ତଲ । ଛବି ବର୍ତ୍ତମାନ ବ୍ରେଷ୍ଟ କ୍ୟାନ୍ସରରେ ଆକ୍ରାନ୍ତ ହୋଇଛନ୍ତି । ଏ ସମ୍ପର୍କରେ ଇନଷ୍ଟାଗ୍ରାମ ଏକ ଭାବବିହ୍ବଳ ପୋଷ୍ଟ ସେୟାର କରିଛନ୍ତି । ପୋଷ୍ଟରେ ସେ କିପରି କ୍ୟାନ୍ସର ସହ ସଂର୍ଘଷ କରୁଛନ୍ତି ତାହା କହିଛନ୍ତି । ଏହା ତାଙ୍କ ପାଇଁ ସହଜ ନୁହେଁ ବୋଲି କହିଛନ୍ତି ।
ପୋଷ୍ଟ ସେୟାର କରି ସେ ଲେଖିଛନ୍ତି ତାଙ୍କ ପାଇଁ କିଛି ବି ସହଜ ନାହିଁ କିନ୍ତୁ ସେ ଲଢିବାକୁ ପ୍ରସ୍ତୁତ । ମୁଁ ପୂର୍ବ ଭଳି ସାମାନ ଦେଖା ନ ଯାଇ ପାରେ କିନ୍ତୁ ମୋତେ ଭିନ୍ନ ଅନୁଭବ କରିବାକୁ ପଡିବ ନାହିଁ। ରୋଗ ଚିହ୍ନଟ ପାଇଁ ତାଙ୍କୁ 20 ଦିନ ଲାଗିଥିଲା । ଯେତେବେଳେ ଡାକ୍ତର ତାଙ୍କୁ ବାୟୋସ୍ପି କରିବାକୁ କହିଥିଲେ ସେତେବେଳେ ସ୍ବାସ୍ଥ୍ୟଗତ ତ୍ରୁଟି ନେଇ ତାଙ୍କ ମନରେ ଆଶଙ୍କା ଉପୁଜିଥିଲା ।