ମୁମ୍ବାଇ:ଅଡୁଆରେ କମେଡି କିଙ୍ଗ କପିଲ ଶର୍ମା । ଜୁନ ମାସରୁ କପିଲ ତାଙ୍କ ଟିମ ସହ ୟୁଏସ ଓ କାନାଡା ଟୁର ଆରମ୍ଭ କରି ସାରିଛନ୍ତି । ଏହି ସମୟରେ ତାଙ୍କ ନାମରେ ଏକ ସଙ୍ଗୀନ ଅଭିଯୋଗ ହୋଇଛି । କପିଲ ଶର୍ମା ଚୁକ୍ତି ପୂରଣ କରିନଥିବା ନେଇ ଅଭିଯୋଗ ହୋଇଛି । ଘଟଣାଟି ୨୦୧୫ ମସିହାର ଅଟେ ।
ଇ ଟାଇମ୍ସ ଖବର ଅନୁଯାୟୀ ଆମେରିକାର ଜଣାଶୁଣା ପ୍ରମୋଟକ କପିଲ ଶର୍ମାଙ୍କ ନାମରେ ଚୁକ୍ତର ଉଲ୍ଲଘଂନ କରିଥିବା ଅଭିଯୋଗ ଆଣିଛନ୍ତି। ପ୍ରମୋଟର ଜଣକ କହିଛନ୍ତି କପିଲ 6 ସହରରେ କେମିଡି ସୋ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ଯେଉଁଥିରୁ ସେ ଗୋଟିଏ ସ୍ଥାନରେ ସୋ କରିବାକୁ ପହଞ୍ଚି ନଥିଲେ । ଏହା ସହିତ ସେ ଆହୁରି କହିଛନ୍ତି ଗୋଟିଏ ସ୍ଥାନରେ ସୋ ନକରିବା ପାଇଁ କପିଲ ତାଙ୍କୁ କ୍ଷତିପୂରଣ ଦେବାକୁ ମଧ୍ୟ କହିଥିଲେ ।