ଓଡିଶା

odisha

ETV Bharat / entertainment

ନିର୍ଦ୍ଦେଶକ ମଣି ରତ୍ନମ ଏବଂ ଇଲାୟାରାଜାଙ୍କ ଜନ୍ମଦିନ, ଟଲିଉଡରୁ ଛୁଟୁଛି ଶୁଭେଚ୍ଛାର ସୁଅ

ଆଜି ଫିଲ୍ମ ନିର୍ମାତା ମଣି ରତ୍ନମଙ୍କ 67 ତମ ଜନ୍ମଦିନ। ଏଥିସହ ପ୍ରଖ୍ୟାତ ଭାରତୀୟ ସଂଗୀତଜ୍ଞ ଇଲାୟାରାଜାଙ୍କୁ ମଧ୍ୟ ଆଜି 80 ବର୍ଷ ବୟସରେ ପାଦ ଥାପିଛନ୍ତି । ଉଭୟଙ୍କୁ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନ ସମେତ ଅନେକ କଳାକାର ଏବଂ ଫ୍ୟାନ୍ସ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ଅଧିକ ପଢ଼ନ୍ତୁ

ନିର୍ଦ୍ଦେଶକ ମଣି ରତ୍ନମ ଏବଂ ଇଲାୟାରାଜାଙ୍କ ଜନ୍ମଦିନ, ଟଲିଉଡରୁ ଛୁଟୁଛି ଶୁଭେଚ୍ଛାର ସୁଅ
ନିର୍ଦ୍ଦେଶକ ମଣି ରତ୍ନମ ଏବଂ ଇଲାୟାରାଜାଙ୍କ ଜନ୍ମଦିନ, ଟଲିଉଡରୁ ଛୁଟୁଛି ଶୁଭେଚ୍ଛାର ସୁଅ

By

Published : Jun 2, 2023, 6:04 PM IST

ଚେନ୍ନାଇ: ପୋନିୟାନ ସେଲଭାନ ତଥା ସାଉଥ ଲୋକପ୍ରିୟ ନିର୍ଦ୍ଦେଶକ ମଣି ରତ୍ନାମ ଆଜି ତାଙ୍କ 67ତମ ଜନ୍ମଦିନ ପାଳନ କରୁଛନ୍ତି। ସେହିପରି ପ୍ରଖ୍ୟାତ ଭାରତୀୟ ମ୍ୟୁଜିସିଆନ ଇଲାୟାରାଜାଙ୍କ ମଧ୍ୟ ଆଜି 80ତମ ଜନ୍ମଦିନ । ଏହି ବିଶେଷ ଅବସରରେ ଉଭୟଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ୍‌ କେ ଷ୍ଟାଲିନ । ଏଥିସହ ଉଭୟଙ୍କୁ ଅନେକ ସେଲିବ୍ରିଟିଙ୍କ ସମେତ ଫ୍ୟାନ୍ସ ଶୁଭକାମନା ଜଣାଇଛନ୍ତି ।

ସୋସିଆଲ ମିଡିଆରେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ. ଷ୍ଟାଲିନ୍‌ ଏବଂ ବରିଷ୍ଠ ଅଭିନେତା କମଲ ହାସନଙ୍କ ସହ ସଂଗୀତଜ୍ଞ ଇଲାୟାରାଜାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେହିପରି 67 ବର୍ଷ ବୟସରେ ପାଦ ଥାପିଥିବା ଲୋକପ୍ରିୟ ନିର୍ଦ୍ଦେଶକ ମଣି ରତ୍ନମଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି । ଷ୍ଟାଲିନ୍‌ ଇଲାୟାରାଜାଙ୍କୁ ନିଜେ ଭେଟି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏକ ଟୁଇଟର ପୋଷ୍ଟରେ ମୁଖ୍ୟମନ୍ତ୍ରୀ ଉଭୟଙ୍କ ଫଟୋ ସେୟାର କରି ଲେଖିଛନ୍ତି, "ଆପଣ ସଂଗୀତ ରଚନାକୁ ନୂଆ ଶିଖରରେ ପହଞ୍ଚାଇ ଏକ ବିପ୍ଳବ ଆଣିଛନ୍ତି । କେବଳ ବାଦ୍ୟଯନ୍ତ୍ର ନୁହେଁ, ନିଜ ସଂଗୀତ ମାଧ୍ୟମରେ ଆପଣ ଆମ ହୃଦୟକୁ ମଧ୍ୟ କିଣି ନିଅନ୍ତି ।"

ସେପଟେ ଅଭିନେତା-ରାଜନେତା କମଲ ହାସନ ଟ୍ୱିଟରରେ ଇଲାୟାରାଜାଙ୍କୁ ନିଜର "ବଡ ଭାଇ" କହି ସମ୍ବୋଧନ କରିଛନ୍ତି । ତାଙ୍କୁ ସେ ସଙ୍ଗୀତ ଜଗତର "ସମ୍ରାଟ" ଭାବରେ ମଧ୍ୟ ବର୍ଣ୍ଣନା କରିଛନ୍ତି । ମକ୍କାଲ୍ ନେଡି ମାଆମ୍ (MNM) ପ୍ରତିଷ୍ଠାତା ମଧ୍ୟ ଏକ ଆଲୋଚନାରେ ଜଡିତ ଦୁଇଜଣଙ୍କର ଏକ ବ୍ଲାକ୍‌ ଆଣ୍ଡ୍‌ ହ୍ବାଇଟ୍‌ ଫଟୋ ସେୟାର କରିଥିଲେ । ଏଥିସହ ବହୁ ପ୍ରଶଂସକ ସୋସିଆଲ ମିଡିଆରେ ଇଲାୟାରାଜାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ମୁଖ୍ୟମନ୍ତ୍ରୀ ଏବଂ ହାସନ ଅନ୍ୟମାନଙ୍କ ବ୍ୟତୀତ ଚଳଚ୍ଚିତ୍ର ନିର୍ମାତା ମଣି ରତ୍ନମଙ୍କୁ ମଧ୍ୟ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ଷ୍ଟାଲିନ କହିଛନ୍ତି,"ରତ୍ନମ ଦେଶର ଜଣେ ପ୍ରମୁଖ ସିନେମା ନିର୍ଦ୍ଦେଶକଙ୍କ ମଧ୍ୟରୁ ଜଣେ । ସେ ଅଧିକରୁ ଅଧିକ ଚଳଚ୍ଚିତ୍ର ନିର୍ମାଣ କରି ସାରା ବିଶ୍ବରେ ପ୍ରଶଂସା ସାଉଁଟନ୍ତୁ ।"

ଫିଲ୍ମ ପୋନିୟିନ୍ ସେଲଭାନ୍‌ର ଫିଲ୍ମ ନିର୍ମାତା ମଣି ରତ୍ନମ ଏହି ଫିଲ୍ମର ପ୍ରଥମ ଏବଂ ଦ୍ବିତୀୟ ଭାଗର ନିର୍ଦ୍ଦେଶନା ଦେଇଛନ୍ତି । 2ଟି ଯାକ ଭାଗ ହିଟ୍‌ ହେବା ସହ ପ୍ରଶଂସା ଏବଂ ବ୍ୟବସାୟିକ ସଫଳତା ପାଇଛି । ଏହି ଫିଲ୍ମଟି ଅରୁଲମୋଜି ବର୍ମନ ଏବଂ ଚୋଳ ସାମ୍ରାଜ୍ୟର ସର୍ବଶ୍ରେଷ୍ଠ ଶାସକ ରାଜା ଚୋଳ ହେବାର ଯାତ୍ରାକୁ ନେଇ ନିର୍ମିତ ହୋଇଛି । ଫିଲ୍ମର କାହାଣୀକୁ କାଲ୍କିଙ୍କ ଉପନ୍ୟାସରୁ ନେଇ ପ୍ରସ୍ତୁତ କରାଯାଇଛି । ଏହି ଫିଲ୍ମରେ ଐଶ୍ବର୍ଯ୍ୟା ରାୟ ବଚ୍ଚନ, ବିକ୍ରମଙ୍କ ସମେତ ତ୍ରିଶା, କାର୍ତ୍ତି ଏବଂ ଜୟମ ରବି ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ।

ABOUT THE AUTHOR

...view details