ହାଇଦ୍ରାବାଦ: ସାଉଥ ଲୋକପ୍ରିୟ ଅଭିନେତା ଅଲ୍ଲୁ ଅର୍ଜୁନଙ୍କ ଝିଅ ଅଲ୍ଲୁ ଆରହା ସାଉଥର ଅନେକ ପ୍ରସିଦ୍ଧ ତାରକାଙ୍କ ପିଲାମାନଙ୍କ ମଧ୍ୟରୁ ଜଣେ । ଅଲ୍ଲୁ ଆରହାଙ୍କ ସୋସିଆଲ ମିଡିଆରେ ଅନେକ ଫ୍ୟାନ୍ସ ରହିଛନ୍ତି । କ୍ୟୁଟ୍ କିଡ ଆରହା ସାଉଥ ଫିଲ୍ମ ଶକୁନ୍ତଲାମରେ ଶିଶୁ କଳାକାର ଭାବେ ଅଭିନୟ କରି ଫିଲ୍ମି କ୍ୟାରିୟର ଆରମ୍ଭ କରିଛନ୍ତି । ସାମନ୍ଥା ରୁଥ ପ୍ରଭୁଙ୍କ ସହ ଆରହା ନଜର ଆସିଛନ୍ତି । ତେବେ ଅଲ୍ଲୁ ନିଜ ପରିବାର ଏବଂ ଝିଅ ଆରହାଙ୍କ ଅନେକ ଫଟୋ ସେସିଆଲ ମିଡିଆରେ ସେୟାର କରୁଥିବା ଦେଖିବାକୁ ମିଳିଥାଏ । ଏହାରି ମଧ୍ୟରେ ବର୍ତ୍ତମାନ ଅଲ୍ଲୁ ଅର୍ଜୁନ ପୁଣି ଝିଅ ଆରହାଙ୍କ ସହ ଏକ ସୁନ୍ଦର ଭିଡିଓ ସେୟାର କରିଛନ୍ତି । ଯାହକୁ ଫ୍ୟାନ୍ସ ଖୁବ ଲାଇକ କରିବା ସହ କମେଣ୍ଟ ଦେଇଛନ୍ତି ।
ଗୁରୁବାର ଅଲୁ ଅର୍ଜୁନ ଇନଷ୍ଟାଗ୍ରାମରେ ଝିଅ ଆରହାଙ୍କ ସହ ଏକ ସୁନ୍ଦର ଭିଡିଓ ସେୟାର କରିଛନ୍ତି । ଅଲ୍ଲୁ କାର୍ରେ ଯାତ୍ରା କରୁଥିବାବେଳେ ତାଙ୍କ ଝିଅ ସହ ଏହି ଭିଡିଓ କରିଥିବା ଦେଖିବାକୁ ମିଳିଛି । ଭିଡିଓରେ ଅଲ୍ଲୁ ଏବଂ ଆରହା ଖୁବ୍ ମସ୍ତି କରୁଛନ୍ତି । ଇଲିୟାରାଜାଙ୍କ ଦ୍ବାରା ରଚିତ ଏକ ଲୋକପ୍ରିୟ ମାଲାୟାଲମ୍ ଗୀତ ଥମ୍ବି ଭା ସହ ଅଭିନେତା ଏହି ଭିଡିଓ ସେୟାର କରିଛନ୍ତି । ଭିଡିଓ ସେୟାର ହେବା ମାତ୍ରେ ଫ୍ୟାନ୍ସ ଏହାକୁ ଖୁବ୍ ଲାଇକ କରିବା ସହ କମେଣ୍ଟରେ ହାର୍ଟ ଇମୋଜି ଦେଇଛନ୍ତି ।