ଓଡିଶା

odisha

ETV Bharat / entertainment

OMG 2: ମହାକାଲ ରୂପରେ ଅକ୍ଷୟ କୁମାର, 11 ଅଗଷ୍ଟ ରିଲିଜ ହେବ ଫିଲ୍ମ

ଅକ୍ଷୟ କୁମାରଙ୍କ ଫିଲ୍ମ OMG2 ର ରିଲିଜ୍ ତାରିଖ ଘୋଷଣା ହୋଇଛି । ଅକ୍ଷୟ କୁମାର ନିଜେ ସୋସିଆଲ ମିଡିଆରେ ଏକ ପୋଷ୍ଟର ସେୟାର କରି ଫିଲ୍ମର ରିଲିଜ୍ ତାରିଖ ସେୟାର କରିଛନ୍ତି । 11 ଅଗଷ୍ଟ 2023ରେ ରିଲିଜ ହେବ ଫିଲ୍ମ । ଅଧିକ ପଢନ୍ତୁ

ମହାକାଲ ରୂପରେ ଅକ୍ଷୟ କୁମାର, 11 ଅଗଷ୍ଟ 2023 ରେ ରିଲିଜ ହେବ ଫିଲ୍ମ
ମହାକାଲ ରୂପରେ ଅକ୍ଷୟ କୁମାର, 11 ଅଗଷ୍ଟ 2023 ରେ ରିଲିଜ ହେବ ଫିଲ୍ମ

By

Published : Jun 9, 2023, 1:58 PM IST

ମୁମ୍ବାଇ: ବଲିଉଡ ଖିଲାଡି ଷ୍ଟାର ଅକ୍ଷୟ କୁମାରଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । ଗତ କିଛି ଫିଲ୍ମ ଫ୍ଲପ୍ ହେବା ପରେ ପୁଣି ଥରେ ଅକ୍ଷୟ କୁମାର ବଡ ପରଦାରେ ଧମାକା କରିବାକୁ ଯାଉଛନ୍ତି । ଆଗାମୀ ଫିଲ୍ମ 'ଓ ମାଇ ଗଡ'ର ସିକ୍ୱେଲ ସହ ବଡ ପରଦାରେ ନଜର ଆସିବେ । ବର୍ତ୍ତମାନ 'ଓ ମାଇ ଗଡ-୨' ରିଲିଜ୍ ତାରିଖ ଘୋଷଣା ହୋଇଛି ।

ଅକ୍ଷୟ କୁମାର ନିଜେ ସୋସିଆଲ ମିଡିଆରେ ତାଙ୍କ ଫିଲ୍ମ 'ଓ ମାଇ ଗଡ-୨'ର ରିଲିଜ ତାରିଖ ପ୍ରକାଶ କରିଛନ୍ତି । ଏହି ଫିଲ୍ମଟି OTT ରେ ନୁହେଁ ବରଂ ସିନେମାହଲରେ ରିଲିଜ କରିବ ବୋଲି ମଧ୍ୟ କୁହାଯାଇଛି । ଏଥିସହ ଓ ମାଇ ଗଡ୍-୨ ରୁ ଅକ୍ଷୟଙ୍କ ନୂଆ ଲୁକ ମଧ୍ୟ ରିଲିଜ୍ କରିଛନ୍ତି । ଏହି ପୋଷ୍ଟରରେ ଅକ୍ଷୟ କୁମାର ମହାକାଲଙ୍କ ରୂପରେ ଦେଖିବାକୁ ମିଳିଛି । ତେବେ 11 ଅଗଷ୍ଟ 2023ରେ ରିଲିଜ ହେବ ଫିଲ୍ମ ।

ଅକ୍ଷୟ ନିଜ ଇନଷ୍ଟାଗ୍ରାମରେ OMG 2ର ଏକ ପୋଷ୍ଟ ରିଲିଜ କରିଛନ୍ତି । ଏଥିସହ ଫିଲ୍ମର ରିଲିଜ ତାରିଖ ଘୋଷଣା କରିଛନ୍ତି । ଏହି ପୋଷ୍ଟରରେ ଅକ୍ଷୟ ମହାକାଲ ଭଗବାନ ଶିବଙ୍କ ଅବତାର ରୂପରେ ଦେଖିବାକୁ ମିଳିଛି । ଭୋଲେ ବାବାଙ୍କ ପରି ପାଉଁଶରେ ଆବୃତ ଅକ୍ଷୟଙ୍କ ଲମ୍ବା କେଶ, ବେକରେ ରୁଦ୍ରାକ୍ଷ ଏବଂ ହାତରେ ଡମ୍ବରୁ ଧରି ଠିଆ ହୋଇଥିବା ନଜର ଆସିଛନ୍ତି । ଏହି ପୋଷ୍ଟର ଦେଖି ଅକ୍ଷୟଙ୍କ ପ୍ରଶଂସକଙ୍କ ବେଶ ପସନ୍ଦ କରିଛନ୍ତି । ଏହି ପୋଷ୍ଟର ସେୟାର କରି ଅକ୍ଷୟ ଲେଖିଛନ୍ତି, 'ଆ ରାହେ ହମ୍, ଆଏଗେଁ ଆପ୍ ଭୀ, ଅଗଷ୍ଟ 11 ରେ ସିନେମାହଲରେ ଭେଟିବା '। ଏହାର ଅର୍ଥ ଆମୋ ଆସୁଛୁ, ଆପଣ ମଧ୍ୟ ଆସନ୍ତୁ । ଅଗଷ୍ଟ 11ରେ ସିନେମାହଲରେ ଭେଟିବା । ପୋଷ୍ଟର ସେୟାର ପରେ ଫ୍ୟାନ୍ସ ଏହାକୁ ଲାଇକ କରିବା ସହ ପ୍ରିତକ୍ରିୟାରେ ଫିଲ୍ମ ରିଲିଜକୁ ଉତ୍ସାହର ଅପେକ୍ଷା କରି ରହିଥିବା କହିଛନ୍ତି ।

ଫିଲ୍ମ ବିଷୟରେ କହିବାକୁ ଗଲେ, 2012 ମସିହାରେ ଓ ମାଇ ଗଡ ରିଲିଜ କରିଥିଲା ​​ଏବଂ 11 ବର୍ଷ ପରେ ଫିଲ୍ମର ଦ୍ୱିତୀୟ ଭାଗ ଅଗଷ୍ଟ 11ରେ ସିନେମାହଲରେ ରିଲିଜ କରିବାକୁ ଯାଉଛି । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଅମିତ ରାୟ । ଏହି ଚଳଚ୍ଚିତ୍ରରେ ଅଭିନେତା ଅକ୍ଷୟ କୁମାର, ଅଭିନେତା ପଙ୍କଜ ତ୍ରିପାଠୀ, ଅଭିନେତ୍ରୀ ୟାମି ଗୌତମ ଏବଂ ଅଭିନେତା ଅରୁଣ ଗୋବିଲ ମଧ୍ୟ ନଜର ଆସିବେ। ଏହି ଚଳଚ୍ଚିତ୍ରର ନିର୍ମାତା ହେଉଛନ୍ତି ଭିପୁଲ ଡି ଶାହା, ରାଜେଶ ବେହଲ, ଅଶ୍ୱିନ ବୈଦ ।

ABOUT THE AUTHOR

...view details