ଓଡିଶା

odisha

ETV Bharat / entertainment

Zeenat Aman: ଅମିତାଭ ବଚ୍ଚନଙ୍କ ପାଇଁ ଗାଳି ଶୁଣିଥିଲେ ଜୀନତ୍, ଖୁଲାସା କଲେ ଅଭିନେତ୍ରୀ - ଜୀନତ ଅମାନ

ଅମିତାଭ ବଚ୍ଚନଙ୍କ ପାଇଁ ସେଟରେ ଅପମାନିତ ହୋଇଥିଲେ ଜୀନତ ଅମାନ । ସୋସିଆଲ ମିଡିଆରେ ଏକ ନୋଟ୍ ସେୟାର କରି ଅଭିନେତ୍ରୀ ଅଭିନେତାଙ୍କ ସହ ଜଡିତ ଏହି ଘଟଣାର ଖୁଲାସା କରିଛନ୍ତି । ଅଧିକ ପଢନ୍ତୁ,

Zeenat Aman: ଅମିତାଭ ବଚ୍ଚନଙ୍କ ପାଇଁ ଗାଳି ଶୁଣିଥିଲେ ଜୀନତ୍, ଖୁଲାସା କଲେ ଅଭିନେତ୍ରୀ
Zeenat Aman: ଅମିତାଭ ବଚ୍ଚନଙ୍କ ପାଇଁ ଗାଳି ଶୁଣିଥିଲେ ଜୀନତ୍, ଖୁଲାସା କଲେ ଅଭିନେତ୍ରୀ

By ETV Bharat Odisha Team

Published : Oct 12, 2023, 7:39 PM IST

ହାଇଦ୍ରାବାଦ: ବି-ଟାଉନରେ 80-90 ଦଶକରେ ଲୋକପ୍ରିୟ ଯୋଡି ଥିଲା ଅମିତାଭ ବଚ୍ଚନ ଏବଂ ଜୀନତ ମାନଙ୍କ ଯୋଡି । ଲୋକେ ଏହି ଯୋଡିକୁ ବେଶ ପସନ୍ଦ କରିବା ସହ ଏମାନହ୍କ ଫିଲ୍ମ ମଧ୍ୟ ହିଟ୍ ହେଉଥିଲା । ଏହାରି ମଧ୍ୟରେ ବର୍ତ୍ତମାନ ଏହି ଯୋଡି ବିଶେଷୟରେ ଏକ ଖବର ସାମ୍ନାକୁ ଆସିଛି । ଅଭିନେତ୍ରୀ ଜୀନତ ଅମାନ ଅଭିନେତା ଅମିତାଭ ବଚ୍ଚନଙ୍କ ପାଇଁ ଦିନେ ସୁଟିଂ ସେଟରେ ନିର୍ଦ୍ଦେଶକଙ୍କ ଠାରୁ ଗାଳି ଶୁଣିଥିଲେ । ଯାହାର ଖୁଲାସା ଅଭିନେତ୍ରୀ ଖୋଦ୍ କରିଛନ୍ତି ।

ଜୀନତ୍ ନିଜ ଇନଷ୍ଟାଗ୍ରାମରେ ଅମିତାଭ ବଚ୍ଚନଙ୍କ ସହ ଥ୍ରୋବ୍ୟାକ୍ ଫଟୋ ସେୟାର କରିଛନ୍ତି । ଫଟୋରେ ଅଭିନେତ୍ରୀ ବ୍ଲୁ ରଙ୍ଗର ଆଉଟଫିଟରେ ନଜର ଆସିଥିବା ବେଳେ ଅମିତାଭଙ୍କୁ ଏକ ଫିଙ୍କ ହ୍ବାଇଟ୍ ସୁଟରେ ଦେଖିବାକୁ ମିଳିଛି । ଏହି ଫଟୋ ସହ ଜୀନତ୍ କ୍ୟାପସନରେ ଲେଖିଛନ୍ତି, “ମୁଁ ଗତକାଲି ଶ୍ରୀ ବଚ୍ଚନଙ୍କୁ ଜନ୍ମଦିନ କାମନା କରିବାକୁ ଭୁଲିଗଲି। ତେଣୁ ମୁଁ ତାଙ୍କ ବିଷୟରେ ଏକ କାହାଣୀ କହି କ୍ଷତିପୂରଣ କରୁଛି । ଯାହା ବିଷୟରେ ମୁଁ ପୂର୍ବରୁ କହିଥିଲି । ମୋର ସେହି ସମୟର କାହାଣୀ ମନେ ଅଛି ଯେତେବେଳେ ଶ୍ରୀ ବଚ୍ଚନ ସେଟକୁ ବିଳମ୍ବରେ ଆସିଥିଲେ । ମୋତେ ଗାଳି ଶୁଣିବାକୁ ପଡିଥିଲା ।

ସେ କହିଛନ୍ତି, “ସେଦିନ ଆମର ସକାଳର ସିଫ୍ଟ ଥିଲା ଏବଂ ମୁଁ ଫିଲ୍ମର ସେଟରେ ପହଞ୍ଚିଯାଇଥିଲି । ସବୁଥର ପରି, ମୋ ହାତରେ ମୋର ସ୍କ୍ରିପ୍ଟ ଥିଲା ଏବଂ ମୁଁ ମୋର ଡାଇଲଗ ଅଭ୍ୟାସ କରିବା ଆରମ୍ଭ କଲି । ମୁଁ ସିଧା ମୋ ମେକଅପ୍ ରୁମକୁ ଗଲି, ଏବଂ ମୁଁ ମୋର କ୍ରୁଙ୍କୁ କହିଲି ଯେତେବେଳେ ଶ୍ରୀ ବଚ୍ଚନ ସୁଟିଂ ପାଇଁ ଆସିଯିବେ ସେତେବେଳେ ମୋତେ ଏକ ମେସେଜ ପଠାଇଦେବେ । ଆମର “ରୋଲ୍ ଟାଇମ୍” ଆସି ସରିଗଲା, କିନ୍ତୁ ବଚ୍ଚନଙ୍କର କୌଣସି ପତ୍ତା ନଥିଲା ।

ପ୍ରାୟ ୧ ଘଣ୍ଟା ପରେ ଜଣେ ଏଡି ମୋତେ ସୂଚନା ଦେଲେ ଯେ ବଚ୍ଚନ ସେଟରେ ପହଞ୍ଚିଛନ୍ତି । ତାପରେ ମୁଁ ସେଟରେ ପାଦ ଦେବା ମାତ୍ରେ ନିର୍ଦ୍ଦେଶକ ମୋତେ ଗାଳି ଦେବା ଆରମ୍ଭ କରିଥିଲେ । ସେମାନଙ୍କୁ ଲାଗିଲା ଯେ, ମୁଁ ଭାବି ନଥିଲି ଯେ ମୋ ହେତୁ ସୁଟିଂ ବନ୍ଦ ହୋଇଛି, ଯେତେବେଳେ ନିର୍ଦ୍ଦେଶକ ମୋତେ କହୁଥିଲେ, ମୋ ଆଖିରେ ଲୁହ ଏବଂ ମୋତେ ରାଗ ଆସୁଥିଲା । ପରେ ମୁଁ ମେକଅପ ରୁମକୁ ଯାଇ ମୋର ଟିମକୁ ଜିନିଷ ପ୍ୟାକ କରିବାକୁ କହିଲି । ଏହି ସମୟରେ ଅମିତାଭ ସେଠାକୁ ଆସି କୁହନ୍ତି, ଏହା ମୋର ଭୁଲ ଥିଲା । ସେ ଲୋକ ମୁର୍ଖ ଏବଂ ନିଶାରେ ଥିଲା । ଏହି ସବୁ ଛାଡ ଆଉ ସେଟକୁ ଚାଲ । ପରେ ମୁଁ ତାଙ୍କୁ କ୍ଷମା କରି ସେଟକୁ ଯାଇଥିଲି । ସେଠାରେ ନିର୍ଦ୍ଦେଶକ ମଧ୍ୟ ତାଙ୍କୁ କ୍ଷମା ମାଗିଥିଲେ । ତାପରେ ସେ କାମ ଆରମ୍ଭ କରିଥିଲେ । ତେବେ ସୁଟିଂ କରୁଥିବା ଚଳଚ୍ଚିତ୍ରର ନାମ, କିମ୍ବା ଏଥିରେ ସଂପୃକ୍ତ ନିର୍ଦ୍ଦେଶକ ଏବଂ ନିର୍ମାତାଙ୍କ ନାମ ପ୍ରକାଶ କରିନାହାନ୍ତି ଅଭିନେତ୍ରୀ ।

ଏହା ମଧ୍ୟ ପଢନ୍ତୁ:ମଧ୍ୟରାତ୍ରିରେ ଫ୍ୟାନ୍ସଙ୍କ ସହ ଜନ୍ମଦିନ ପାଳିଲେ ବିଗ୍‌ ବି, ଜଲସାରୁ ବାହାରି ଜଣାଇଲେ ଅଭିବାଦନ

ସୂଚନା ଥାଉ କି, ଗତକାଲି ଅର୍ଥାତ ଅକ୍ଟୋବର ୧୧ରେ ଅମିତାଭ ବଚ୍ଚନ ତାଙ୍କର 81 ତମ ଜନ୍ମଦିନ ପାଳନ କରିଥିଲେ। ବିଗ୍ ବିଙ୍କ ଜନ୍ମଦିନରେ ତାଙ୍କ ପରିବାର, ପ୍ରଶଂସକ ଏବଂ ସମସ୍ତ ସେଲିବ୍ରିଟି ମାନେ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ ଏବଂ ତାଙ୍କର ଦୀର୍ଘ ଜୀବନ ପାଇଁ ମଧ୍ୟ ପ୍ରାର୍ଥନା କରିଥିଲେ। ଭେଟେରାନ୍ ଅଭିନେତ୍ରୀ ଜେନାତ୍ ଅମାନ୍ ଅମିତାଭ ବଚ୍ଚନଙ୍କୁ ତାଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇବାକୁ ଭୁଲି ଯାଇଥିଲେ, ତେଣୁ ଅଭିନେତ୍ରୀ ସୋସିଆଲ ମିଡିଆରେ ବିଗ୍ ବି ସହ ଥ୍ରୋବ୍ୟାକ୍ ଫଟୋ ସେୟାର କରି ଅଭିନେତାଙ୍କ ବିଷୟରେ ଏକ ସ୍ମୃତି ସେୟାର କରିଥିଲେ ।

ABOUT THE AUTHOR

...view details