ଓଡିଶା

odisha

ETV Bharat / entertainment

Zara Hatke Zara Bachke: 60 କୋଟି କ୍ଲବରେ ପହଞ୍ଚିବାକୁ ଆଉ ଟିକେ ଦୂର,ଟିମର ସେଲିବ୍ରେସନ - ସାରା ଅଲି ଖାନ

ସାରା ଅଲି ଖାନ ଏବଂ ବିକି କୌଶଲଙ୍କ ଫିଲ୍ମ 'ଜରା ହଟକେ ଜରା ବଚକେ' ବକ୍ସ ଅଫିସରେ ଧମାକା କରୁଛି । ଫିଲ୍ମ 11 ଦିନ ମଧ୍ୟରେ 50 କୋଟିରୁ ଅଧିକ ଆୟ କରିସାରିଲାଣି । ଫିଲ୍ମର ସଫଳତାକୁ ନେଇ ସେଲିବ୍ରସନ କଚିଛି ପୁରା ଟିମ । ଅଧିକ ପଢନ୍ତୁ

ଖୁବଶୀଘ୍ର ଜରା ହଟକେ ଜରା ବଚକେ 60 କୋଟି କ୍ଲବରେ ହେବ ସାମିଲ, ସଫଳତା ନେଇ ଟିମର ସେଲିବ୍ରେସନ
ଖୁବଶୀଘ୍ର ଜରା ହଟକେ ଜରା ବଚକେ 60 କୋଟି କ୍ଲବରେ ହେବ ସାମିଲ, ସଫଳତା ନେଇ ଟିମର ସେଲିବ୍ରେସନ

By

Published : Jun 14, 2023, 7:00 AM IST

ହାଇଦ୍ରାବାଦ: ସାରା ଅଲି ଖାନ ଏବଂ ବିକି କୌଶଲ 'ଜରା ହଟକେ ଜରା ବଚକେ' ଭଲ ପ୍ରଦର୍ଶନ କରୁଛି । ପ୍ରଥମ ଥର ପାଇଁ ସ୍କ୍ରିନ ସେୟାର କରିଥିବା ସାରା ଏବଂ ବିକିଙ୍କ ଯୋଡିକୁ ଦର୍ଶକ ବେଶ ପସନ୍ଦ କରୁଛନ୍ତି । ଫିଲ୍ମ 11 ଦିନ ମଧ୍ୟରେ 50କୋଟିରୁ ଅଧିକ ଆୟ କରିସାରିଲାଣି । ତେବେ ଏହି ପରିପ୍ରକ୍ଷୀରେ ଫିଲ୍ମର ସଫଳତା ନେଇ ସେଲିବ୍ରସନ କରିଛନ୍ତି ଫିଲ୍ମର ପୁରା ଟି ମ। ଯାହାର ଅନେକ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଛି ।

ଲକ୍ଷ୍ମଣ ଉତ୍ତେକରଙ୍କ ନିର୍ଦ୍ଦେଶିତ ଫିଲ୍ମ 'ଜରା ହଟକେ ଜରା ବଚକେ' 10ଦିନ ମଧ୍ୟରେ 50କୋଟି କ୍ଲବରେ ସାମିଲ ହୋଇଥିଲା । ଏକାଦଶ ଦିନରେ ଏହି ଫିଲ୍ମ 2.70 କୋଟି ଟଙ୍କା ଆୟ କରିଛି । ତେବେ ଫିଲ୍ମର ମୋଟ ଆୟ 56.25 କୋଟିକୁ ବୃଦ୍ଧି ପାଇଛି । ତେବେ ଫିଲ୍ମର ସଫଳତା ଖୁସିରେ ନିର୍ମାତା ଏକ ପାର୍ଟିର ଆୟୋଜନ କରିଥିଲେ । ଯେଉଁଥିରେ ଅନେକ ପିଲ୍ମର ପୁରା ଟିମ ସହ ଅନେକ ବଲିଉଡ କଳାକାର ସାମିଲ ହୋଇଥିଲେ । ପାର୍ଟିର ଅନେକ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ଭାଇରାଲ ଭିଡିଓରେ ସାରା ଅଲି ଖାନ ଏବଂ ବିକି କୌଶଲ ପାପାରାଜି ପାଇଁ ପୋଜ୍ କରୁଥିବା ଦେଖିବାକୁ ମିଳିଛି । ତେବେ ଏହି ଅବସରରେ ଉଭୟ ଷ୍ଟାରଙ୍କ ଟି-ସାର୍ଟରେ ଫିଲ୍ମର ଟାଇଟଲ ଲେଖାହୋଇଥିଲା । ଏହି ପାର୍ଟିରେ ଅଭିନେତ୍ରୀ କ୍ରିତି ସାନନ୍, ତମନ୍ନା ଭାଟିଆ ଏବଂ ବରୁଣ ଶର୍ମା, ସୋନାକ୍ଷୀ ସିହ୍ନା ଏବଂ ତାଙ୍କ ରୁମର ବୟଫ୍ରେଣ୍ଡ ଜାହିର ଇକବାଲଙ୍କ ସମେତ ଅନେକ ସେଲିବ୍ରେଟି ମଧ୍ୟ ସାମିଲ ହୋଇଥିଲେ । 40 କୋଟି ଟଙ୍କା ବଜେଟରେ ନିର୍ମିତ 'ଜରା ହଟକେ ଜରା ବଚକେ' ଫିଲ୍ମ ବର୍ତ୍ତମାନ ବଜେଟରୁ ଅଧିକ ଆୟ କରି ସଫଳତା ହାସଲ କରିଛି ।

ଜରା ହଟକେ ଜରା ବଚକେ: ବକ୍ସ ଅଫିସ କଲେକ୍ସନ

ଜୁନ୍ 2 ଅର୍ଥାତ୍ ଶୁକ୍ରବାର (ପ୍ରଥମ ଦିନ) 5.40 କୋଟି

ଜୁନ୍ 3 ଅର୍ଥାତ୍ ଶନିବାର (ଦ୍ୱିତୀୟ ଦିନ) 7.20 କୋଟି

ଜୁନ୍ 4 ଅର୍ଥାତ୍ ରବିବାର (ତୃତୀୟ ଦିନ) 9.90 କୋଟି

ଜୁନ୍ 5 ଅର୍ଥାତ୍ ସୋମବାର (ଚତୁର୍ଥ ଦିନ) 4.14 କୋଟି

ଜୁନ୍ 6 ଅର୍ଥାତ୍ ମଙ୍ଗଳବାର (ପଞ୍ଚମ ଦିନ) 3.87 କୋଟି

ଜୁନ୍ 7 ଅର୍ଥାତ୍ ବୁଧବାର (ଷଷ୍ଠ ଦିନ) 3.51 କୋଟି

ଜୁନ୍ 8 ଅର୍ଥାତ୍ ଗୁରୁବାର (ସପ୍ତମ ଦିନ) 3.24 କୋଟି

ଜୁନ୍ 9 ଅର୍ଥାତ୍ ଶୁକ୍ରବାର (ଅଷ୍ଟମ ଦିନ) 3.42 କୋଟି

ଜୁନ୍ 10 ଅର୍ଥାତ୍ ଶନିବାର (ନବମ ଦିନ) 5.50 କୋଟି

ଜୁନ୍ 11 ଅର୍ଥାତ୍ ରବିବାର (ଦଶମ ଦିନ) 6.75 କୋଟି

ଜୁନ୍ 12 ଅର୍ଥାତ୍ ସୋମବାର (ଏକାଦଶ ଦିନ) 2.70 କୋଟି

ଫିଲ୍ମର ମୋଟ ଆୟ 56.25 କୋଟି ଟଙ୍କାକୁ ବୃଦ୍ଧି ପାଇଛି।

ABOUT THE AUTHOR

...view details