ହାଇଦ୍ରାବାଦ: ବର୍ତ୍ତମାନ ୨୦୨୩ ବର୍ଷ ଶେଷ ହେବାକୁ ଆଉ କିଛି ଦିନ ବାକି ଅଛି । ପୁଣି ଆସିବ ନୂଆ ବର୍ଷ । ଏହି ବର୍ଷ କିଛି ଲୋକଙ୍କ ପାଇଁ ଭଲ ଥିଲା । କାରଣ ଅନେକୁ ଏହି ବର୍ଷ ଜୀବନସାଥୀ ମିଳିଥିବା ବେଳେ ଅନେକଙ୍କ ଘରକୁ ଆସିଛନ୍ତି ନୂଆ ଅତିଥି । ଅନେକ ଟିଭି ସେଲିବ୍ରିଟି ଏବଂ ବଲିଉଡରୁ ଓଲିଉଡ ସେଲିବ୍ରିଟି ଚଳିତ ବର୍ଷ ବିବାହ କରିଥିବାବେଳେ ଅନେକ ପିତାମାତା ହୋଇଛନ୍ତି । ଏମାନଙ୍କ ମଧ୍ୟରେ କିଛି ସେଲିବ୍ରିଟି ଅଛନ୍ତି, ଯେଉଁମାନେ ବିବାହର ଅନେକ ବର୍ଷ ପରେ ଏହି ଖୁସି ପାଇଛନ୍ତି । ସାଉଥ୍ ସୁପରଷ୍ଟାର ରାମଚରଣଙ୍କଠାରୁ ଆରମ୍ଭ କରି ଇଲିଆନା ଡିକ୍ରୁଜ, ସନା ଖାନ, ଦିଶା ପରମାର ଏବଂ ଓଲିଉଡର ଏଲି ପାଢୀ ଭଳି ସେଲିବ୍ରିଟି ଚଳିତ ବର୍ଷ କୁନି ଅତିଥୀଙ୍କୁ ସ୍ବାଗତ କରିବା ସହ ଫ୍ୟାନ୍ସଙ୍କୁ ପିତାମାତା ହେବାର ଖୁସି ଖବର ଦେଇଛନ୍ତି ।
- ଏଲି ପାଢୀ
ଓଡ଼ିଆ ଅଭିନେତ୍ରୀ ଏବଂ ଉପସ୍ଥାପିକା ଭାବେ ବେଶ ପରିଚିତ ଏଲି ପାଢ଼ୀ । ୨୦୧୯ ମସିହାର ଜାନୁଆରୀ ୨୫ ତାରିଖରେ ସେ ତାଙ୍କର ବାଲ୍ୟ ବନ୍ଧୁ ତଥା ବ୍ୟବସାୟୀ ଶ୍ରୀମୟ କୁମାର ପଣ୍ଡାଙ୍କୁ ବିବାହ କରିଥିଲେ । ଦୀର୍ଘ ୪ ବର୍ଷ ପରେ ଚଳିତ ବର୍ଷ ଏହି ଦମ୍ପତି ଏକ ଶିଶୁ କନ୍ୟାର ପିତାମାତା ହୋଇଛନ୍ତି । ଅଭିନେତ୍ରୀଙ୍କ ଝିଅର ନାଁ କ୍ରିତିକା ରଖିଛନ୍ତି । ତେବେ ଏଲି ପ୍ରଥମେ ଆଲବମ ପରେ ୨୦୧୦ରେ ଏଇ ମିଳନ ଯୁଗ ଯୁଗର ଫିଲ୍ମ ସହ ଓଲିଉଡ୍ରେ ଡେବ୍ୟୁ କରିଥିଲେ । ପରେ ରାସ୍ତା, ୨୦୧୪ ଫିଅର ଅଫ୍ ଦ ଇଅର ଭଳି ଫିଲ୍ମ ଏବଂ ଅବୁଠା ମନ, ତୁଳସୀ, ବଧୂ ପରି ଓଡ଼ିଆ ସିରିଏଲରେ ଅଭିନୟ କରି ଦର୍ଶକଙ୍କ ମନ ଜିତିଛନ୍ତି । ଏଥିସହ ସେ ଲୋକପ୍ରିୟ ଉପସ୍ଥାପିକା(ହୋଷ୍ଟ) ଭାବେ ମଧ୍ୟ ଘରେ ଘରେ ବେଶ ପରିଚିତ ।
- ରାମ ଚରଣ-ଉପାସନା
ଜୁନ ୨୦, ୨୦୨୩ରେ ଉପାସନା ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ । ବିବାହର ୧୧ ବର୍ଷ ପରେ ପିତାମାତା ହୋଇଛନ୍ତି ସାଉଥ୍ ସୁପରଷ୍ଟାର ରାମ ଚରଣ ଏବଂ ପତ୍ନୀ ଉପାସନା କାମିନେନି ।ରାମ ଚରଣ ଏବଂ ଉପାସାନା ୧୪ ଜୁନ୍ ୨୦୧୨ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ୧୧ ବର୍ଷ ପରେ ଉଭୟଙ୍କ ଘରକୁ ନୂଆ ଅତିଥିକୁ ସ୍ବାଗତ କରିଥିଲେ । ଏହି ଦମ୍ପତିଙ୍କ ଝିଅର ନାଁ 'କ୍ଲିନ କାରା'। ମେଗାଷ୍ଟାର ଚିରଞ୍ଜୀବୀ ଏବଂ ତାଙ୍କ ପତ୍ନୀ ସୁରେଖାଙ୍କ ପୁଅ ଅଟନ୍ତି ରାମଚରଣ ।
- ଇଲିଆନା ଡି’କ୍ରୁଜ
ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ମଧ୍ୟ ଚଳିତ ବର୍ଷ ମା' ହୋଇଛନ୍ତି । ବିନା ବିବାହରେ ଅଭିନେତ୍ରୀ ମା' ହୋଇଛନ୍ତି । ଅଗଷ୍ଟ ୧ , ୨୦୨୩ରେ ଅଭିନେତ୍ରୀ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଛନ୍ତି । ଇଲିଆନା ତାଙ୍କ ପୁଅର ନାମ କୋଆ ଫିନିକ୍ସ ଡୋଲାନ୍ ରଖିଛନ୍ତି । ତେବେ ଫ୍ୟାନ୍ସଙ୍କୁ ଏହି ଖୁସି ଖବର ଜଣାଇବା ପରେ ସମସ୍ତେ ବିନା ବିବାହରେ ଅଭିନେତ୍ରୀ ମା' ହେବା ନେଇ ଚକିତ ହୋଇଛନ୍ତି । ଏବଂ ଶିଶୁର ବାପା କିଏ ସେନେଇ ପ୍ରଶ୍ନ କରିଛନ୍ତି । ହେଲେ ଏବେ ସୁଦ୍ଧା ଇଲିଆନା ପୁତ୍ର ସନ୍ତାନର ବାପା ବିଷୟରେ କୌଣସି ସୂଚନା ଦେଇନାହାନ୍ତି । ଅନେକ ଥର ରୁମର ବୟଫ୍ରେଣ୍ଡଙ୍କ ଫଟୋ ସେୟାର କରୁଥିବା ବେଳେ କିନ୍ତୁ ତାଙ୍କର ପରିୟର କୌଣସି ଖୁଲାସା କରିନାହାନ୍ତି ।
- ସ୍ୱରା ଭାସ୍କର-ଫହାଦ ଅହମ୍ମଦ
ବଲିଉଡ ଅଭିନେତ୍ରୀ ସ୍ବରା ଭାସ୍କର ଏବଂ ତାଙ୍କ ସ୍ବାମୀ ଫହାଦ ଅହମ୍ମଦ ଚଳିତ ବର୍ଷ ଜାନୁଆରୀରେ ଦୁହେଁ ବିବାହ କରିଥିଲେ ଏବଂ ୨୩ ସେପ୍ଟେମ୍ବରରେ ଏହି ଦମ୍ପତି ଏକ ସୁନ୍ଦର ଶିଶୁ କନ୍ୟାର ପିତାମାତା ହୋଇଥିଲେ । ଏହି ଦମ୍ପତି ସେମାନଙ୍କ ଝିଅର ନାମ ରାବିଆ ରଖିଛନ୍ତି । ପ୍ରାୟତଃ ଅଭିନେତ୍ରୀ ସୋସିଆଲ ମିଡିଆରେ ନିଜ ଝିଅର ଅନେକ ଫଟୋ ସେୟାର କରିଥା’ନ୍ତି ।
- ଅର୍ଜୁନ ରାମପାଲ ଏବଂ ଗାବ୍ରିଏଲା ଡେମେଟ୍ରିଏଡସ୍
୨୦୧୮ ରେ ଅର୍ଜୁନ ରାମପାଲ ତାଙ୍କ ଗର୍ଲଫ୍ରେଣ୍ଡ ଗାବ୍ରିଏଲ୍ଙ୍କ ସହ ସମ୍ପର୍କ ସ୍ଥାପନ କରିଥିଲେ । ଏବଂ ଏହି ବର୍ଷ ସେମାନେ ପୁଣି ଜୁଲାଇ ୨୦,୨୦୨୩ରେ ଏକ ଶିଶୁ ପୁତ୍ରର ପିତାମାତା ହୋଇଥିଲେ । ଉଭୟ ଏପର୍ଯ୍ୟନ୍ତ ବିବାହ କରିନାହାନ୍ତି । କିନ୍ତୁ ଉଭୟଙ୍କ ପୂର୍ବରୁ ଗୋଟିଏ ପୁଅ ରହିଥିବା ବେଳେ ପୁଣି ୨ୟ ଥର ପାଇଁ ଏହି ଦମ୍ପତି ପୁତ୍ର ସନ୍ତାନର ପିତାମାତା ହୋଇଛନ୍ତି । ତେବେ ଅର୍ଜୁନ ରାମପାଲଙ୍କ ପୂର୍ବତନ ପତ୍ନୀ ମେହେର ଜେସିୟାଙ୍କର ମଧ୍ୟ ଦୁଇଟି ଝିଅ ଅଛନ୍ତି । ମାହିକା ରାମପାଲ ଏବଂ ମିରା ରାମପାଲ । 2019 ରେ ଅର୍ଜୁନ ଏବଂ ମେହେରଙ୍କ ଛାଡ଼ପତ୍ର ହୋଇଥିଲା । ୨୦ ବର୍ଷର ବିବାହ ଭାଙ୍ଗି ତାଙ୍କଠାରୁ ଅଲଗା ହୋଇ ଯାଇଥିଲେ ଅର୍ଜୁନ । ତେବେ ଅର୍ଜୁନଙ୍କ ୪ଟି ସନ୍ତାନ ରହିଛନ୍ତି ।
- ଇଶିତା ଦତ୍ତା-ଭାଟସାଲ ସେଠ୍