ହାଇଦ୍ରାବାଦ:ଆଉ କିଛି ଦିନର ଅପେକ୍ଷା.... ବିଦାୟ ନେବ ୨୦୨୩ ବର୍ଷ । କେତେ ନୂଆ ଆଶା ନେଇ ପୁଣି ଆରମ୍ଭ ହେବ ଆଉ ଏକ ବର୍ଷ । ସେଥିପାଇଁ ସମସ୍ତେ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ଇତି ମଧ୍ୟରେ ଚଳିତ ବର୍ଷ (୨୦୨୩) ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ ବେଶ ସାନଦାର ରହିଥିଲା । କୋରୋନା କାଳ ପରେ ବି ୨୦୨୨ରେ ବେଶ କ୍ଷତି ସହିଥିଲା ଇଣ୍ଡଷ୍ଟ୍ରି । କିନ୍ତୁ ଚଳିତ ବର୍ଷ ଇଣ୍ଟଷ୍ଟ୍ରି ପାଇଁ ଶୁଭ ପ୍ରତିଫଳନ ହୋଇଛି । ଅନେକ ଲୋକପ୍ରିୟ ତାରକା ନିଜ ଭାଗ୍ୟ ଚମକାଇବା ସହ ବ୍ଲକବ୍ଲଷ୍ଟର ଫିଲ୍ମ ଦେଇଛନ୍ତି । ଏହାରି ମଧ୍ୟରେ କିନ୍ତୁ କିଛି ଫିଲ୍ମ ଦର୍ଶକଙ୍କ ମନ ଜିତିପାରିନଥିଲା । ନାମଦାମୀ ଚେହେରା ସହ ବିଗ ବଜେଟ ସତ୍ତ୍ବେ ବକ୍ସ ଅଫିସରେ ଚାଲିପାରିଲାନି ଫିଲ୍ମ । ସଲମାନ ଖାନଙ୍କ ଠାରୁ ପ୍ରଭାସ, କଙ୍ଗନା ରାଣାୱତ, ଅକ୍ଷୟ କୁମାର ଭଳି ତାରକାଙ୍କ ଫିଲ୍ମ ସୁପର ଫ୍ଲପ୍ ହୋଇଛି ।
- କିସି କା ଭାଇ କିସି କି ଜାନ
'କିସି କା ଭାଇ କିସି କି ଜାନ୍' ଫରହାଦ୍ ସାମଜୀଙ୍କ ନିର୍ଦ୍ଦେଶିତ ତାମିଲ ଚଳଚ୍ଚିତ୍ର ଭୀରମର ରିମେକ୍ ଅଟେ । ଏହି ଫିଲ୍ମରେ ଭାଇଜାନ ସଲମାନ ଖାନ, ସାଉଥ ଅଭିନେତ୍ରୀ ପୂଜା ହେଗଡେ, ଭୂମିକା ଚାୱଲା, ସାଉଥ ତାରକା ଭେଙ୍କଟେଶ ଭଳି ତାରକା ଏହି ଫିଲ୍ମରେ ନଜର ଆସିଥିଲେ। ଏଥିସହ ସାଉଥ ସୁରଷ୍ଟାର ରାମଚରଣ ମଧ୍ୟ ଏହି ଫିଲ୍ମରେ କ୍ୟାମିଓ ରୋଲରେ ନଜର ଆସିଥିଲେ । ସଲମାନ ଖାନଙ୍କ ଏହି ଫିଲ୍ମ 21 ଏପ୍ରିଲ(୨୦୨୩) ରେ ଇଦ୍ ଅବସରରେ ରିଲିଜ କରିଥିଲା । ସଲମାନ ଖାନଙ୍କ ଏହି ଆକ୍ସନ୍ ଫିଲ୍ମର ପୁରା ବଜେଟ୍ ୧୩୨.୫ କୋଟିର ଥିଲା । ଏହି ଫିଲ୍ମ କିନ୍ତୁ ବକ୍ସ ଅଫିସରେ ଚାଲିପାରିଲା ନାହିଁ । ଏବଂ ଚଳଚ୍ଚିତ୍ରର ମୋଟ ରୋଜଗାର ପ୍ରାୟ ୧୭୫.୨୫କୋଟି ପାଖାପାଖି ରହିଥିଲା ।
- ଆଦିପୁରୁଷ
ଓମ ରାଉତ୍ଙ୍କ ନିର୍ଦ୍ଦେଶିତ ଆଦିପୁରୁଷ ଚଳଚ୍ଚିତ୍ର 'ରାମାୟଣ' ଉପରେ ଆଧାରିତ ଥିଲା । ଏହି ଚଳଚ୍ଚିତ୍ରର ବଜେଟ୍ ପ୍ରାୟ ୭୦୦କୋଟି ଥିଲା । ସାଉଥ ସୁପରଷ୍ଟାର ପ୍ରଭାସ, ବଲିଉଡ ଅଭିନେତ୍ରୀ କ୍ରିତି ସାନନଙ୍କ ସହ ଅଭିନେତା ସୈଫ ଅଲି ଖାନ ଭଳି ଷ୍ଟାର ଏହି ଫିଲ୍ମରେ ଅଭିନୟ କରିଥିଲେ । ଏହି ଫିଲ୍ମ ୧୬ ଜୁନ୍ (୨୦୨୩)ରେ ବଡ଼ ପରଦାରେ ତାମିଲ, ମାଲାୟାଲମ୍, ତେଲୁଗୁ, ହିନ୍ଦୀ ଏବଂ ଅନ୍ୟାନ୍ୟ ଭାଷାରେ ରିଲିଜ କରିଥିଲା । ପ୍ରଥମ ଦିନରେ ଫିଲ୍ମଟି ୮୬.୭୫ କୋଟି ରୋଜଗାର କରିଥିଲା । ପରେ ବିବାଦୀୟ ସଂଳାପ ଏବଂ ଖରାପ VFX ଯୋଗୁଁ ଚଳଚ୍ଚିତ୍ରକୁ ଅନେକ ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିଲା । ବିବାଦ ପରେ ଏ ସମସ୍ତ ଜିନିଷ ପରିବର୍ତ୍ତନ କରାଯିବା ସତ୍ତ୍ବେ ବି ଦର୍ଶକଙ୍କ ମନ ଜିତିପାରିନଥିଲା । ଫଳରେ ଏହି ଫିଲ୍ମ ବକ୍ସ ଅଫିସରେ ମାତ୍ର ୩୦୦ କୋଟି ରୋଜଗାର କରିବାରେ ସକ୍ଷମ ହୋଇଥିଲା । ଯାହା ଏକପ୍ରକାର ଫ୍ଲପ୍ ବୋଲି ପ୍ରମାଣିତ ହୋଇଛି । ବର୍ତ୍ତମାନ ଏହି ଚଳଚ୍ଚିତ୍ରଟି ସମସ୍ତ ଭାଷାରେ ଓଟିଟ ପ୍ଲାଟଫର୍ମରେ ଷ୍ଟ୍ରିମିଂ ହୋଇଛି ।
- ସେଲଫି
ଅକ୍ଷୟ କୁମାର ପ୍ରତିବର୍ଷ ଅନେକ ଫିଲ୍ମ ସହ ପରଦାକୁ ଆସି ଲୋକଙ୍କୁ ମନୋରଞ୍ଜନ କରିଥାନ୍ତି । ହେଲେ ଚଳିତବର୍ଷ ତାଙ୍କ ପାଇଁ ଭଲ ପ୍ରମାଣିତ ହୋଇନଥିଲା । ଅକ୍ଷୟ କୁମାର ଏବଂ ଇମ୍ରାନ ହାସମିଙ୍କ ଫିଲ୍ମ 'ସେଲଫି' ଚଳଚ୍ଚିତ୍ର ମଧ୍ୟ ପ୍ଲପ ଲିଷ୍ଟ ତାଲିକାରେ ସାମିଲ ହୋଇଛି । ଯେଉଁଥିରେ ଉଭୟ ତାରକା ଏକାଠି ନଜର ଆସିଥିଲେ । ଚଳିତ ବର୍ଷ(୨୦୨୩) ଫେବୃଆରୀ ୨୪ରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ରର ପ୍ରଥମ ଦିନର ଆୟ ମାତ୍ର ୨ କୋଟି ଟଙ୍କା ଥିଲା । ଏହି ଚଳଚ୍ଚିତ୍ରର ପୁରା କଲେକ୍ସନ୍ ୨୩ କୋଟିରେ ଅଟକି ଯାଇଥିଲା । ଏହି ଫିଲ୍ମ ସହ ୨୦୨୩ ବର୍ଷ ଆରମ୍ଭ କରିଥିଲେ । ତେବେ ପ୍ରଥମ ଫିଲ୍ମ ବକ୍ସ ଅଫିସରେ ଫ୍ଲପ ପ୍ରମାଣିତ ହୋଇଥିଲା ।
- ମିଶନ ରାନିଗଞ୍ଜ
ସେହିପରି ସେ ଚଳିତ ବର୍ଷର ଆଉ ଏକ ଫିଲ୍ମ 'ମିଶନ ରାନିଗଞ୍ଜ' ସହ ପରଦାକୁ ଫେରିଥିଲେ । ଏହି ଫିଲ୍ମ ଅକ୍ଷୟ କୁମାରଙ୍କ ଫିଲ୍ମ 'ମିଶନ ରାନିଗଞ୍ଜ' ୬ ଅକ୍ଟୋବର (୨୦୨୩)ରେ ରିଲିଜ ହୋଇଥିଲା । ସ୍ୱର୍ଗତ କୋଇଲା ଖଣି ଇଞ୍ଜିନିୟର ଜସୱନ୍ତ ସିଂ ଗିଲ୍ଙ୍କ ଉପରେ ଆଧାରିତ ଏହି ଫିଲ୍ମ । ଯିଏ 1989 ପଶ୍ଚିମବଙ୍ଗ ବନ୍ୟା ସମୟରେ ୬୪ ଖଣି ଶ୍ରମିକଙ୍କ ଜୀବନ ରକ୍ଷା କରିଥିଲେ । ଏହି ଫିଲ୍ମରେ ଅକ୍ଷୟଙ୍କୁ ଜସୱନ୍ତ ସିଂଙ୍କ ଭୂମିକାରେ ଦେଖିବାକୁ ମିଳିଥିଲା । ଏହି ଫିଲ୍ମରେ ସେ ପୁଣି ପରିଣୀତି ଚୋପ୍ରାଙ୍କ ସହ ସ୍କ୍ରିନ୍ ସେୟାର କରିଛନ୍ତି । ଏହି ଫିଲ୍ମଟି ବାସୁ ଭଗ୍ନାନି, ଦୀପଶିଖା ଦେଶମୁଖ, ଜ୍ୟାକି ଭଗ୍ନାନୀ, ଏବଂ ଅଜୟ କପୁରଙ୍କ ଦ୍ୱାରା ନିର୍ମିତ । ନିର୍ଦ୍ଦେଶକ ଟିନୁ ସୁରେଶ ଦେଶାଇ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି । ୫୫ କୋଟି ବଜେଟରେ ନିର୍ମିତ ଏହି ଫିଲ୍ମ ୪୫ କୋଟି ଆୟ କରିଥିବା ସତ୍ତ୍ବେ ଲୋକଙ୍କୁ ପସନ୍ଦ ଆସିନଥିଲା । ଫଳରେ ଫ୍ଲପ ପ୍ରମାଣିତ ହୋଇଥିଲା । କିନ୍ତୁ ଅକ୍ଷୟ କୁମାରଙ୍କ ଯୌନ ଶିକ୍ଷା ଉପରେ ଆଧାରିତ ଫିଲ୍ମ 'ଓଏମଜି ୨' ଦର୍ଶକଙ୍କ ମନ ଜିତିବା ସହ ୨୨୦ କୋଟି ଆୟ କରିବାରେ ସଫଳ ହୋଇଥିଲା । ତେବେ ଚଳିତ ବର୍ଷର ୩ଟି ଫିଲ୍ମ ମଧ୍ୟରେ ଗୋଟିଏରେ ସଫଳତା ହାସଲ କରିଥିଲେ ଅକ୍ଷୟ ।
- ଥ୍ୟାଙ୍କ ୟୁ ଫର କମିଂ
'ଥ୍ୟାଙ୍କ ୟୁ ଫର୍ କମିଂ' ଫିଲ୍ମରେ ଭୂମି ପେଡନେକରଙ୍କ ସହ ଶେହନାଜ ଗିଲ୍, ଡଲି ସିଂ, କୁଶା କପିଲା ଏବଂ ଶିବାନୀ ବେଦୀ, କରଣ କୁନ୍ଦ୍ରା ଏବଂ ଅନୀଲ କପୁରଙ୍କ ସେମତ ଅନେକ ତାରକା ନଜର ଆସିଛନ୍ତି । ଏହି ଚଳଚ୍ଚିତ୍ରର ନିର୍ମାତା ହେଉଛନ୍ତି ଏକତା କପୁର ଏବଂ ଅଭିନେତା ଅନୀଲ କପୁରଙ୍କ ଝିଅ ତଥା ଫିଲ୍ମ ନିର୍ମାତା ରିୟା କପୁର । ରିୟାଙ୍କ ସ୍ବାମୀ କରଣ ବୁଲାନି ଏହି ଫିଲ୍ମ ସହ ନିର୍ଦ୍ଦେଶନାରେ ଡେବ୍ୟୁ କରିଥିଲେ । ଏହି ଫିଲ୍ମ 'ମିଶନ ରାନିଗଞ୍ଜ' ସହ ଟକ୍କର ଦେଇଥିଲା । କିନ୍ତୁ ଦର୍ଶକଙ୍କ ଆକୃଷ୍ଟ କରିବାରେ ବିଫଳ ହେବା ସହ ମାତ୍ର ୯.୬୪ କୋଟି ଆୟ କରି ସୁପର ଫ୍ଲପ ହୋଇଛି ଫିଲ୍ମ ।
- ଗଣପଥ