ହାଇଦ୍ରାବାଦ:କଲେକ୍ସନ କ୍ଷେତ୍ରରେସାଉଥ ସୁପରଷ୍ଟାର ୟଶଙ୍କ ଫିଲ୍ମ 'KGF' ରେକର୍ଡ ଭାଙ୍ଗିଛି । ଏହାରି ମଧ୍ୟରେ ୟଶ ଆଗାମୀ ଫିଲ୍ମ ବଲିଉଡ ଫିଲ୍ମ ରାମାୟଣରେ ନଜର ଆସିବେ ବୋଲି ଚର୍ଚ୍ଚା ଜୋର ଧରିଛି । ଏହି ଫିଲ୍ମରେ ସେ ରାବଣ ଭୂମିକାରେ ନଜର ଆସିବେ ବୋଲି ଚର୍ଚ୍ଚା ହେଉଛି । ବର୍ତ୍ତମାନ ୟଶ ବଲିଉଡର ଏହି ଫିଲ୍ମର ଅଫରକୁ ପ୍ରତ୍ୟାଖ୍ୟାନ କରିଥିବା ଖବର ଆସୁଛି ।
ରିପୋର୍ଟ ଅନୁଯାୟୀ, "ୟଶ ଫିଲ୍ମରେ ରାବଣ ଭୂମିକା କରିବାକୁ ବହୁତ ଉତ୍ସାହିତ ଥିଲେ । ରାମଙ୍କ ଭୂମିକାରେ ଅଭିନୟ କରିବା ଅପେକ୍ଷା ରାବଣ ଭୂମିକାରେ ଅଭିନୟ କରିବା ତାଙ୍କ ପାଇଁ ଅଧିକ ଚ୍ୟାଲେଞ୍ଜିଂ ଥିଲା । ହେଲେ ଏବେ ତାଙ୍କ ଟିମ୍ ତାଙ୍କୁ ଏହି ଭୂମିକା ନକରିବାକୁ ପରାମର୍ଶ ଦେଇଛନ୍ତି । ସେମାନେ ଅନୁଭବ କରିଛନ୍ତି ଯେ ତାଙ୍କ ପ୍ରଶଂସକମାନେ ୟଶଙ୍କୁ ଏକ ନକାରାତ୍ମକ ଭୂମିକାରେ ଅଭିନୟ କରି ଖୁସି ହେବେ ନାହିଁ । ଏହା ରାବଣ ପରି ଜଣେ ଶକ୍ତିଶାଳୀ ଚରିତ୍ର ହେଉନା କାହିଁକି ଫ୍ୟାନ୍ସ ଖୁସି ହେବେ ନାହିଁ ।
ସେପଟେ ଏକ ସାକ୍ଷାତକାରରେ ୟଶ କହିଥିଲେ, "ମୋର ପ୍ରଶଂସକଙ୍କ ଭାବନା ପ୍ରତି ମୋତେ ବହୁତ ସତର୍କ ରହିବାକୁ ପଡିବ । ଯେତେବେଳେ ମୁଁ ସେମାନଙ୍କ ଇଚ୍ଛା ବିରୁଦ୍ଧରେ ଯାଏ, ସେମାନେ ଅତ୍ୟନ୍ତ ଭାବପ୍ରବଣ ଏବଂ ଅତ୍ୟଧିକ ପ୍ରତିକ୍ରିୟାଶୀଳ କରିବେ ।" ଏଣୁ ନୀତୀଶ ତିୱାରୀଙ୍କ ରାମାୟଣ ଉପରେ ଆଧାରିତ ଫିଲ୍ମରେ 'ରାବଣ' ଭୂମିକାରେ ଅଭିନୟ କରିବାକୁ ଅଭିନେତା ସମ୍ପୂର୍ଣ୍ଣ ଭାବେ ମନା କରି ଦେଇଛନ୍ତି ।
ଅନ୍ୟପଟେ ନିର୍ମାତାମାନେ ୟଶଙ୍କୁ ରାବଣର ଭୂମିକା ପ୍ରଦାନ କରିବାକୁ ନେଇ ବଲିଉଡ କୁଇନ କଙ୍ଗନା ରାଣାୱତ ପ୍ରତିକ୍ରିୟା ଦେଇଥିଲେ । ସେ କହିଥିଲେ, ୟଶ ରାବଣଙ୍କ ଅପେକ୍ଷା ରାମଙ୍କ ଭୂମିକା ପାଇଁ ଅଧିକ ଫିଟ୍ । ଏଥିସହ ପ୍ରଭୁ ରାମ ଭୂମିକାରେ ରଣବୀର କପୁରଙ୍କ ଅଭିନୟ କରିବା ଖବର ପାଇବା ପରେ ସେ ଫିଲ୍ମ ପାଇଁ କାଷ୍ଟିଂକୁ ନେଇ ସମାଲୋଚନା କରିଥିଲେ। ରଣବୀରଙ୍କୁ ନେଇ କଙ୍ଗନା ଆହୁରି ମଧ୍ୟ କହିଛନ୍ତି ଯେ, ହ୍ବାଇଟ ର଼୍ୟାଟ୍ (ଧଳା ମୂଷା) ରାମ ଭୂମିକାରେ ନଜର ଆସିବା କଥା ନୁହେଁ ।
ସୂଚନା ଥାଉ କି, ନୀତୀଶ ତିୱାରୀଙ୍କ ବଡ ପ୍ରୋଜେକ୍ଟ 'ରାମାୟଣ'ରେ ବଲିଉଡ ଅଭିନେତା ରଣବୀର କପୁରଙ୍କୁ ଭଗବାନ ଶ୍ରୀ ରାମଙ୍କ ଭୂମିକାରେ ନଜର ଆସିବାକୁ ଥିବା ବେଳେ ସୀତାଙ୍କ ଭୂମିକାରେ ଆଲିଆ ଭଟ୍ଟଙ୍କ ନାମ ସାମ୍ନାକୁ ଆସିଛି । କିନ୍ତୁ ନିର୍ମାତାମାନେ ଏପର୍ଯ୍ୟନ୍ତ ରାମାୟଣ କାଷ୍ଟକୁ କିଛି ସୁନିଶ୍ଚିତ କରିନାହାଁନ୍ତି । ତେବେ ଏହି ରିଅଲ ଲାଇଫ ଦମ୍ପତି ରଣବୀର କପୁର ଏବଂ ଆଲିଆ ଭଟ୍ଟ ପୂର୍ବରୁ ଆୟାନ ମୁଖାର୍ଜୀଙ୍କ ଫିଲ୍ମ 'ବ୍ରହ୍ମାସ୍ତ୍ର'ରେ ସ୍କ୍ରିନ୍ ସେୟାର କରି ସାରିଛନ୍ତି । ଏହି ଚଳଚ୍ଚିତ୍ରଟି ସୁପର-ଡୁପର ହିଟ୍ ଥିବା ନିର୍ମାତା ଦାବି କରିଥିଲେ । ବର୍ତ୍ତମାନ ଏହାର ସ୍ବିକେଲ ପାଇଁ ମଧ୍ୟ ଉଭୟ ପ୍ରସ୍ତୁତ ହେଉଛନ୍ତି ।