ହାଇଦ୍ରାବାଦ: ଦୀର୍ଘ ସମୟ ଧରି ଦର୍ଶକମାନେ ଅପେକ୍ଷା କରିଥିବା ଚଳଚ୍ଚିତ୍ର ପ୍ରେକ୍ଷାଳୟରେ ଏପ୍ରିଲ 14 ରେ ରିଲିଜ ହୋଇସାରିଛି । ପ୍ରେକ୍ଷାଳୟରେ 'KGF ଚାପ୍ଟର 2' କୁ ଜବରଦସ୍ତ ପ୍ରତିକ୍ରିୟା ମିଳୁଛି । ଏଥି ସହିତ, ୟଶ ଷ୍ଟାରର 'KGF ଚାପ୍ଟର 2' ପରେ, 'KGF ଚାପ୍ଟର 3' ଆସିବାର ସଙ୍କେତ ମଧ୍ୟ ମିଳୁଛି । ପ୍ରଥମ ସୋ ଦେଖିବା ପରେ ପ୍ରଶଂସକମାନେ ଭିଡିଓ ସେୟାର କରିବା ଆରମ୍ଭ କରିଥିଲେ, ଯାହା ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ ନିର୍ମାତାମାନେ ବର୍ତ୍ତମାନ KGF ଚାପ୍ଟର 3 ପାଇଁ କାମ ଆରମ୍ଭ କରୁଛନ୍ତି । ଏହାପରଠୁ 'KGF ଚାପ୍ଟର 3' ଟ୍ୱିଟରରେ ଟ୍ରେଣ୍ଡ କରିବା ଆରମ୍ଭ କରିଛି।
ଅନେକ ଟ୍ୱିଟର ୟୁଜର 'KGF ଚାପ୍ଟର 2'ର ଶେଷ ସିନର ଭିଡିଓ ପ୍ରସ୍ତୁତ କରି ଏହାକୁ ଟ୍ୱିଟ୍ କରି ନିଜର ଖୁସି ବ୍ୟକ୍ତ କରିଛନ୍ତି । ଏହି ସିନରେ ଅଭିନେତ୍ରୀ ରବୀନା ଟଣ୍ଡନଙ୍କୁ ଦେଖିବାକୁ ମିଳୁଛି, ଯେଉଁଥିରେ ଏକ ଫାଇଲ ଖୋଲୁଥିବାର ଦେଖାଯାଉଛି ଯେଉଁଥିରେ ସିଆଇଏ ଲେଖା ଅଛି । ଏହି ଫାଇଲକୁ ହଟାଇବା ମାତ୍ରେ ଏହାର ତଳେ ଆଉ ଏକ ଫାଇଲ୍ ଅଛି ଯାହା ଉପରେ KGF ଚାପ୍ଟର 3 ଲେଖାଯାଇଛି ।