ହାଇଦ୍ରାବାଦ:ସାଉଥ୍ ସୁପରଷ୍ଟାର ତଥା କେଜିଏଫ୍ ଷ୍ଟାର ୟଶ ଆଜିକାଲି ତାଙ୍କର ଆଗାମୀ ଚଳଚ୍ଚିତ୍ର KGF 2 ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି । ସେ ଗୋଟିଏ ପରେ ଗୋଟିଏ ସହରରେ ଫିଲ୍ମର ପ୍ରମୋସନ କରୁଛନ୍ତି । ଏହି ଆଧାରରେ ଗତକାଲି ଆନ୍ଧ୍ରପ୍ରଦେଶରେ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା। ୟଶ ଏହି ଇଭେଣ୍ଟକୁ ନିଶ୍ଚିତ ଭାବେ ଆସିଥିଲେ କିନ୍ତୁ ସେ ଏଠାରେ ପହଞ୍ଚିବାରେ ପ୍ରାୟ ଦେଢ଼ ଘଣ୍ଟା ବିଳମ୍ବ କରିଥିଲେ । ଫଳରେ ଅଭିନେତା ୟଶଙ୍କୁ ନାରାଜ ହୋଇଯାଇଥିବା ସାମ୍ବାଦିକଙ୍କୁ କ୍ଷମା ମାଗିବାକୁ ପଡିଥିଲା ।
ୟଶ କ୍ଷମା ମାଗି କହିଛନ୍ତି ଯେ, ତାଙ୍କୁ ଜଣାନଥିଲା କି କାର୍ଯ୍ୟକ୍ରମ 11 ଟା ସମୟରେ ଅଛି। ଏଥିପାଇଁ ଅତ୍ୟନ୍ତ ଦୁଃଖିତ ସାର୍, ମୁଁ ଜାଣି ନଥିଲି। ମୋତେ ଯେଉଁଠାକୁ ଯିବାକୁ କୁହାଯାଏ ମୁଁ ଯାଏ । ଯଦି ଶୋ ଦଶ ମିନିଟ୍ ବିଳମ୍ବ ହୋଇଯାଇଛି, ତେବେ ସେଥିପାଇଁ ମୁଁ ଦୁଃଖିତ। ବର୍ତ୍ତମାନ ଆପଣ ବିଳମ୍ବ ପ୍ରସଙ୍ଗ ଉଠାଇବା ପରେ ହିଁ ମୁଁ ଏହା ବିଷୟରେ ଜାଣିପାରିଲି । ମୁଁ ସମୟର ମହତ୍ତ୍ୱ ବୁଝିପାରୁଛି । ଅପେକ୍ଷା କରିଥିବାରୁ ଆପଣ ସମସ୍ତଙ୍କୁ ମୁଁ ହୃଦୟରୁ କ୍ଷମା ପ୍ରାର୍ଥନା କରୁଛି ।