ଓଡିଶା

odisha

IND vs NZ SEMIFINAL: ବିରାଟ କୋହଲିଙ୍କ ବାୟୋପିକ କରିବେ ରଣବୀର କପୁର? ଏମିତି କହିଲେ ଅଭିନେତା

By ETV Bharat Odisha Team

Published : Nov 15, 2023, 3:34 PM IST

ରଣବୀର କପୁର ଟିମ୍ ଇଣ୍ଡିଆର ଷ୍ଟାର କ୍ରିକେଟର ବିରାଟ କୋହଲିଙ୍କ ବାୟୋପିକ୍ ନେଇ ଏମିତି ପ୍ରତିକ୍ରିୟା ଦେଲେ ରଣବୀର କପୁର । କ’ଣ କହିଛନ୍ତି ଅଭିନେତା ଜାଣନ୍ତୁ....

ବିରାଟ କୋହଲିଙ୍କ ବାୟୋପିକ କରିବେ କି ରଣବୀର କପୁର? ଏମିତି କହିଲେ ଅଭିନେତା
ବିରାଟ କୋହଲିଙ୍କ ବାୟୋପିକ କରିବେ କି ରଣବୀର କପୁର? ଏମିତି କହିଲେ ଅଭିନେତା

ହାଇଦ୍ରାବାଦ:ବଲିଉଡ ଅଭିନେତା ରଣବୀର କପୁର ଆଜିକାଲି ନିଜ ଆଗାମ ଫିଲ୍ମ ଆନିମଲର ଜୋରଦାର ପ୍ରମୋସନ କରୁଛନ୍ତି । ଏହି ସମୟରେ ସେ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ନିଜ ଫିଲ୍ମ ଆନିମଲ୍‌ର ପ୍ରମୋଟ କରିବାକୁ ପହଞ୍ଚିଛନ୍ତି । ଯେଉଁଠାରେ ଭାରତ ବନାମ ନ୍ୟୁଜିଲ୍ୟାଣ୍ଡ ସେମିଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଛି । ଏହି ସମୟରେ ରଣବୀର ନିଜ ପ୍ରିୟ କ୍ରିକେଟରଙ୍କ ବିଷୟରେ ଖୁଲାସା କରିବା ସହ ବିରାଟ କୋହଲିଙ୍କ ଉପରେ ବାୟୋପିକ ନେଇ ପ୍ରତିକ୍ରିୟା ଦେଇଛନ୍ତି ।

ସୂଚନା ଅନୁସାରେ, 2019 ମସିହାରେ ଇଂଲଣ୍ଡରେ ଅନୁଷ୍ଠିତ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ସେମିଫାଇନାଲ ମ୍ୟାଚ୍ ଷ୍ଟାଡିୟମରେ ରଣବୀର କପୁରଙ୍କୁ ଦେଖିବାକୁ ମିଳିଥିଲା । ତେବେ ବର୍ତ୍ତମାନ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ସେମିଫାଇନାଲ ମ୍ୟାଚ୍ ଦେଖିବାକୁ ପୁଣି ଥରେ ଷ୍ଟାଡିୟମରେ ପହଞ୍ଚିଛନ୍ତି ରଣବୀର କପୁର । ଅଭିନେତା ତାଙ୍କର ଆଗାମୀ ଚଳଚ୍ଚିତ୍ର ଆନିମଲର ପ୍ରମୋସନ ପାଇଁ ମଧ୍ୟ ଏଠାରେ ପହଞ୍ଚିଛନ୍ତି । ଏହି ସମୟରେ ରଣବୀର କପୁର କ୍ରୀଡ଼ା ସହ ଜଡିତ ଅନେକ ବିଷୟ ଆଲୋଚନା କରିଥିଲେ ଏବଂ ଟିମ୍ ଇଣ୍ଡିଆ କ୍ୟାପଟେନ ରୋହିତ ଶର୍ମାଙ୍କୁ ତାଙ୍କର ପ୍ରିୟ କ୍ରିକେଟର ବୋଲି କହିଥିଲେ । ରଣବୀର କହିଛନ୍ତି ଯେ ସେ ଜଣେ ମହାନ କ୍ରିକେଟର ।

ଏଥିସହ ବିରାଟ କୋହଲିଙ୍କ ଉପରେ ବାୟୋପିକ କରିବା ନେଇ ପ୍ରତିକ୍ରିୟା ଦେଇଛନ୍ତି । ଯେତେବେଳେ ଜଟିନ୍ ସାପ୍ରୁ ରଣବୀରଙ୍କୁ ପଚାରିଥିଲେ ଯେ ଆପଣ ବିରାଟ କୋହଲିଙ୍କ ଉପରେ ବାୟୋପିକ୍ କରିବେ କି ? ଏହା ଉପରେ ରଣବୀର ବହୁତ ସୁନ୍ଦର ଉତ୍ତର ଦେଇ କହିଛନ୍ତି ଯେ ଯଦି ବିରାଟ କୋହଲିଙ୍କ ଉପରେ ବାୟୋପିକ୍ ତିଆରି ହୁଏ, ତେବେ କୋହଲି ନିଜେ ତାଙ୍କ ଭୂମିକାରେ ଅଭିନୟ କରିବା ଉଚିତ । କାରଣ ବିରାଟ ଅନେକ କଳାକାରଙ୍କ ତୁଳନାରେ ବହୁତ ସୁନ୍ଦର ଏବଂ ତାଙ୍କର ଫିଟନେସ୍ ସହ କୌଣସି ତୁଳନା ନାହିଁ ।

ଏହା ମଧ୍ୟ ପଢନ୍ତୁ:ଅଭିନୟରୁ ୬ ମାସ ବ୍ରେକ ନେବେ ରଣବୀର କପୁର, କହିଲେ କାରଣ

ସୂଚନା ଥାଉ କି, ରଣବୀରଙ୍କ ବ୍ୟତୀତ ସାଉଥ ସୁପରଷ୍ଟାର ରଜନୀକାନ୍ତ, ଅମିତାଭ ବଚ୍ଚନ ମ୍ୟାଚ ଦେଖିବାକୁ ୱାଙ୍ଖଡେ ଷ୍ଟାଡିୟମରେ ଯୋଗ ଦେବେ । ସେପଟେ ଇଂଲଣ୍ଡର ପୂର୍ବତନ ଫୁଟବଲର୍ ତଥା ଅଧିନାୟକ ଡେଭିଡ ବେକହମ୍ ମଧ୍ୟ ଏଥିରେ ସାମିଲ ହେବେ । ସେ ଏହି ମ୍ୟାଚ୍ ପାଇଁ ଦୁଇ ଦିନ ପୂର୍ବରୁ ଭାରତରେ ପହଞ୍ଚିଥିଲେ। ଅନ୍ୟପଟେ ବଲିଉଡର ପ୍ରସିଦ୍ଧ ଅଭିନେତା ସଲମାନ ଖାନ ଏବଂ ଆମୀର ଖାନ ମଧ୍ୟ ୱାଙ୍ଖଡେ ଷ୍ଟାଡିୟମରେ ମ୍ୟାଚ୍‌ ଦେଖିବେ ବୋଲି ଖବର ରହିଛି । ଏଥିରେ ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ଯୋଗଦେବେ ।

ABOUT THE AUTHOR

...view details