ଲସ୍ ଏଞ୍ଜଲିସ: ହଲିଉଡ ଅଭିନେତା ୱିଲ ସ୍ମିଥଙ୍କ 'ଚାପୁଡ଼ା କାଣ୍ଡ' ପରେ ଏଥର ଓସ୍କାର ଆଓ୍ବାର୍ଡ ଶୋ (Oscars 2022) ଏଥର ଅନେକ ଚର୍ଚ୍ଚାରେ ଅଛି । ଓସ୍କାର ବିଜେତା ତଥା ଅଭିନେତା ୱିଲ୍ ସ୍ମିଥ୍ ଶୋ’ରେ ହୋଷ୍ଟ କ୍ରିସ୍ ରକଙ୍କୁ ଚାପୁଡ଼ା ମାରିବା ପରେ ଏକାଡେମୀ ଅଫ୍ ମୋସନ୍ ପିକ୍ଚର୍ ଆର୍ଟ ଆଣ୍ଡ ସାଇନ୍ସ ସଦସ୍ୟତା ପଦରୁ ଇସ୍ତଫା (Will Smith resigns from Academy membership) ଦେଇଛନ୍ତି। ଶୃଙ୍ଗଳା କମିଟିର ନୋଟିସ୍ ପରେ ସେ ନିଜ ସଦସ୍ୟତା ପଦରୁ ଇସ୍ତଫା ଦେଇଛନ୍ତି ।
କ୍ରିସ୍ ରକ୍ 94ତମ ଏକାଡେମୀ ପୁରସ୍କାର ବିତରଣ ଉତ୍ସବ ଆୟୋଜନ କରିଥିଲେ । ଏହି ସୋ’କୁ କମେଡିଆନ୍ କ୍ରିସ୍ ରକ୍ ହୋଷ୍ଟ କରିବା ସମୟରେ ହଲିଉଡ ଅଭିନେତା ୱିଲ୍ ସ୍ମିଥଙ୍କ ପତ୍ନୀଙ୍କୁ ନେଇ ପରିହାସ କରିଥିଲେ । ଏହା ଶୁଣି ୱିଲ ସ୍ମିଥ ରାଗି ଯାଇଥିଲେ । ସେ ମଞ୍ଚ ଉପରକୁ ଆସି କ୍ରିସ ରକ୍ଙ୍କୁ ସମସ୍ତଙ୍କ ସାମ୍ନାରେ ଚାପୁଡା ମାରିଥିଲେ । ଏହାପରେ ସେ ତଳକୁ ଯାଇ ମଧ୍ୟ ତାଙ୍କୁ ଗାଳିଗୁଲଜ କରିଥିଲେ। ଏହି ଘଟଣା ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଥିଲା ।
ଏହା ବି ପଢନ୍ତୁ: ଟାଟୁରେ ୱିଲ୍ ସ୍ମିଥଙ୍କ ଚାପୁଡା କାଣ୍ଡ, ଭିଡିଓ ଭାଇରାଲ
ୱିଲ୍ ସ୍ମିଥ୍ ଏକାଡେମୀ ନୋଟିସର ଜବାବ ଦେଲେ
ୱିଲ୍ ସ୍ମିଥ୍ କହିଛନ୍ତି ଯେ, ମୁଁ ଏକାଡେମୀର ଶୃଙ୍ଖଳିତ ଶୁଣାଣି ନୋଟିସର ସିଧାସଳଖ ଉତ୍ତର ଦେଇଛି। ସେ ତାଙ୍କ ଆଚରଣର ଯେକୌଣସି ଏବଂ ସମସ୍ତ ପରିଣାମକୁ ସମ୍ପୂର୍ଣ୍ଣ ରୂପେ ସ୍ବୀକାର କରିବା କଥା କହିଛନ୍ତି ।