ହାଇଦ୍ରାବାଦ:ବଲିଉଡ ଅଭିନେତା ଅନୀଲ କପୁରଙ୍କ ଇନଷ୍ଟାଗ୍ରାମରେ ସେୟାର ହୋଇଥିବା ସମସ୍ତ ପୋଷ୍ଟ ସହ ଡିସପ୍ଲେ ଫଟୋ ଡିଲିଟ ହୋଇଛି । ଏନେଇ ଅନିଲ କପୁରଙ୍କ ଝିଅ ତଥା ଅଭିନେତ୍ରୀ ସୋନମ କପୁରଙ୍କ ଆଶ୍ଚର୍ଯ୍ୟଜନକ ପ୍ରତିକ୍ରିୟା ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି । ଏହା ପରେ ଫ୍ୟାନ୍ସ ମଧ୍ୟ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଛନ୍ତି । ଏପରି ପୋଷ୍ଟ ଡିଲିଟ ନେଇ ଅନେକ ମିଷ୍ଟର ଇଣ୍ଡିଆ ସହ ସଂଯୋଗ କରି ମିଷ୍ଟର ଇଣ୍ଡିଆ ୨ ଆସିବା ନେଇ ଚର୍ଚ୍ଚା ଜୋର ଧରିଛି ।
ମିଡିଆ ରିପୋର୍ଟ ଅନୁସାରେ, ଅନୀଲ କପୁରଙ୍କ ସୋସିଆଲ ମିଡିଆ ଗାଏବ ହେବା ୧୯୮୭ର ମିଷ୍ଟର ଇଣ୍ଡିଆରେ ସେ ଅଭିନୟ କରିଥିବା ଭୂମିକା ସହ ଜଡିତ କରାଯାଇଛି । ଏବଂ ଏହାର ସିକ୍ବେଲ ଆସିବା ନେଇ କଳ୍ପନାଜଳ୍ପନା କରୁଛନ୍ତି । ମିଷ୍ଟର ଇଣ୍ଡିଆ ଓରଫ ଅନୀଲ କପୁରଙ୍କ ପାଖରେ ଅଦୃଶ୍ୟ ହେବାର ଶକ୍ତି ଥିଲା । ତେବେ ଏହି ପଦକ୍ଷେପ ତାଙ୍କ ଚରିତ୍ରର ଦକ୍ଷତାର ଏହାର ସିକ୍ବେଲରେ ଉପସ୍ଥାପନା ଭାବେ ଦେଖାଇବେ ବୋଲି କୁହାଯାଉଛି । କିନ୍ତୁ ଏହି ପ୍ରସଙ୍ଗରେ ଅର୍ଥାତ୍ ଫିଲ୍ମର ସିକ୍ବେଲ ନେଇ ମିଷ୍ଟର ଇଣ୍ଡିଆ ଫିଲ୍ମ ନିର୍ମାତା ବୋନି କପୁର ଏବଂ ଅଭିନେତା ଅନୀଲ କପୁର କୌଣସି ପ୍ରତିକ୍ରିୟା ଦେଇନାହାନ୍ତି । ପ୍ରକାଶ ଥାଉ କି, 1987 ରେ ମିଷ୍ଟର ଇଣ୍ଡିଆ ମୁକ୍ତିଲାଭ କରିଥିଲା । ଏଥିରେ ସ୍ୱର୍ଗତା ଅଭିନେତ୍ରୀ ଶ୍ରୀଦେବୀ ଜଣେ ସାମ୍ବାଦିକ ଭୂମିକାରେ ଅଭିନୟ କରିଥିଲେ । ଫିଲ୍ମରେ ଶ୍ରୀଦେବୀ ଏବଂ ଅନୀଲଙ୍କ ଅଭିନୟକୁ ବେଶ ପ୍ରଶଂସା କରାଯିବା ସହ ଫିଲ୍ମଟି ବେଶ ଲୋକପ୍ରିୟତା ହାସଲ କରିଥିଲା ।