ଓଡିଶା

odisha

ETV Bharat / entertainment

ବକ୍ସ ଅଫିସରେ ଧମାଲ ମଚାଇଥିଲା ‘ଏକ ଥା ଟାଇଗର’ ଏବଂ ‘ଟାଇଗର ଜିନ୍ଦା ହୈ‘, ପାରିବ ତ 'ଟାଇଗର 3' ? - movie Tiger 3

‘ଏକ ଥା ଟାଇଗର’ ଏବଂ ‘ଟାଇଗର ଜିନ୍ଦା ହୈ’ ପରେ ବର୍ତ୍ତମାନ ସଲମାନ ଖାନ ଏହି ଫ୍ରାଞ୍ଚାଇଜ୍‌ର ପରବର୍ତ୍ତୀ ଚଳଚ୍ଚିତ୍ର ତଥା ‘ଟାଇଗର 3’ ଆଣୁଛନ୍ତି । ଟାଇଗର 3ର ଟିଜର ଦେଖିବା ପରେ ପ୍ରଶଂସକମାନେ ଅନୁମାନ କରୁଛନ୍ତି ଯେ ଏହି ଚଳଚ୍ଚିତ୍ର ବକ୍ସ ଅଫିସରେ ସମସ୍ତ ରେକର୍ଡ ଭାଙ୍ଗିବ ଏବଂ ଏକ ନୂଆ ରେକର୍ଡ ସୃଷ୍ଟି କରିବ । ଅଧିକ ପଢ଼ନ୍ତୁ

ଟାଇଗର 3
ଟାଇଗର 3

By ETV Bharat Odisha Team

Published : Sep 29, 2023, 8:09 AM IST

ହାଇଦ୍ରାବାଦ: ସୁପରଷ୍ଟାର ସଲମାନ ଖାନଙ୍କ ଫ୍ୟାନ୍‌ ଫଲୋଇଂ ଭାରତ ସମେତ ପୂରା ଦୁନିଆରେ ରହିଛି । ତାଙ୍କ ଚଳଚ୍ଚିତ୍ରକୁ ଲୋକେ ଖୁବ୍‌ ପସନ୍ଦ କରନ୍ତି । ଏବେ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ସୁପରଷ୍ଟାର ସଲମାନ ଖାନଙ୍କ 65.7 ମିଲିଅନ୍‌ ଫଲୋଅର୍ସ ଅଛନ୍ତି । ପରଦାରେ ସଲମାନଙ୍କ ଫିଲ୍ମର ଆସିଲେ ପ୍ରଶଂସକଙ୍କ ମଧ୍ୟରେ ଉତ୍ସବର ମାହୋଲ ଦେଖାଯିବା ନିଶ୍ଚିନ୍ତ । ଭାଇଜାନଙ୍କ ପ୍ରଶଂସକମାନେ ଗତ ଦୀର୍ଘ ଦିନ ଧରି ଟାଇଗର 3 ଚଳଚ୍ଚିତ୍ର ପାଇଁ ଅପେକ୍ଷା କରି ରହିଛନ୍ତି। ତେବେ ନିକଟରେ ଦେଶ ତଥା ଦେଶର ଜନତାଙ୍କ ପାଇଁ ଟାଇଗରଙ୍କ ବାର୍ତ୍ତା ଆସିଛି । ଏହାକୁ ଏକ ପ୍ରକାର ଟାଇଗର 3ର ଟିଜର ଭାବରେ ମଧ୍ୟ ବିବେଚନା କରାଯାଉଛି । ଏପଟେ ସଲମାନ ଖାନ ତାଙ୍କର ଆଗାମୀ ଚଳଚ୍ଚିତ୍ର ସହିତ ବକ୍ସ ଅଫିସରେ ନୂଆ ରେକର୍ଡ ସୃଷ୍ଟି କରିବାକୁ ପ୍ରସ୍ତୁତ ହେଉଛନ୍ତି ।

ଟାଇଗରର ଉଭୟ ପୂର୍ବ ଫ୍ରାଞ୍ଚାଇଜ୍ ସୁପରହିଟ୍ ହୋଇଥିଲା । କିନ୍ତୁ ବର୍ତ୍ତମାନ ଫିଲ୍ମର ତୃତୀୟ ଭାଗ ବିଷୟରେ ଅନୁମାନ କରାଯାଉଛି ଯେ ଏହି ଚଳଚ୍ଚିତ୍ର ଉଭୟ ‘ପଠାନ’ ଏବଂ ‘ଜବାନ’କୁ ପଛରେ ପକାଇଦେବ ଏବଂ ସମସ୍ତ ବକ୍ସ ଅଫିସ୍ ରେକର୍ଡ ମଧ୍ୟ ଭାଙ୍ଗିବ। କିନ୍ତୁ ଏହାପୂର୍ବରୁ ‘ଏକ ଥା ଟାଇଗର’ ଏବଂ ‘ଟାଇଗର ଜିନ୍ଦା ହୈ’ର ବକ୍ସ ଅଫିସ୍ କଲେକ୍ସନ ଉପରେ ନଜର ପକାଇବା ।

‘ଏକ ଥା ଟାଇଗର’ର ମୋଟ କଲେକ୍ସନ

ଟାଇଗର ଫ୍ରାଞ୍ଚାଇଜି ଦେଶର ର’ ଏଜେଣ୍ଟ୍‌ଙ୍କ କାହାଣୀ ଉପରେ ଆଧାରିତ, ତେଣୁ ଏହି ଚଳଚ୍ଚିତ୍ରର ପ୍ରଥମ ଭାଗ ‘ଏକ ଥା ଟାଇଗର’ 15 ଅଗଷ୍ଟ 2012ରେ ମୁକ୍ତିଲାଭ କରିଥିଲା । ସଲମାନ ଖାନଙ୍କ ଫିଲ୍ମ ପ୍ରଥମ ଦିନରେ 32 କୋଟି ଟଙ୍କାର ଓପନିଂ ସହ ଆରମ୍ଭ ହୋଇଥିଲା । ଏହି ଚଳଚ୍ଚିତ୍ରଟି ଭାରତରେ 198.78 କୋଟି ଟଙ୍କା କଲେକ୍ସନ କରିଥିଲା ​​। ଏହି ଚଳଚ୍ଚିତ୍ରର ବିଦେଶରେ କଲେକ୍ସନ 58.31 କୋଟି ଏବଂ ଫିଲ୍ମର ବିଶ୍ବବ୍ୟାପୀ ବ୍ୟବସାୟ 335 କୋଟି ଟଙ୍କା ଥିଲା ।

ଏହା ମଧ୍ୟ ପଢନ୍ତୁ: Tiger Ka Message: 'ଯେପର୍ଯ୍ୟନ୍ତ ଟାଇଗର ମରିନାହିଁ ସେପର୍ଯ୍ୟନ୍ତ...' ଜବରଦସ୍ତ ଆକ୍ସନ୍ ସହ ସଲମାନ୍‌ଙ୍କ ଏହି ଖାସ୍‌ ମେସେଜ୍‌

‘ଟାଇଗର ଜିନ୍ଦା ହୈ’ର ମୋଟ କଲେକ୍ସନ

ଯେତେବେଳେ ‘ଏକ ଥା ଟାଇଗର’ ପରେ ‘ଟାଇଗର ଜିନ୍ଦା ହୈ’ ଆସିଲା, ଦର୍ଶକଙ୍କ ମଧ୍ୟରେ ବହୁତ ଉତ୍ସାହ ଦେଖାଦେଇଥିଲା । ଏହି ଚଳଚ୍ଚିତ୍ରଟି 34.10 କୋଟି ଟଙ୍କା ସହିତ ଆରମ୍ଭ ହୋଇଥିଲା । ଯାହା ଏକ ଅତି ଚମତ୍କାର କଲେକ୍ସନ ଭାବରେ ବିବେଚନା କରାଯାଉଥିଲା । ଗୋଟିଏ ସପ୍ତାହ ମଧ୍ୟରେ ସଲମାନ ଖାନଙ୍କ ଟାଇଗର ଜିନ୍ଦା ହୈ 200 କୋଟି ଟଙ୍କାର କ୍ଲବରେ ପ୍ରବେଶ କରିଥିଲା । ଏହି ଚଳଚ୍ଚିତ୍ରର ମୋଟ କଲେକ୍ସନ ଥିଲା 339.16 କୋଟି ।

ଟାଇଗର 3

‘ଏକ ଥା ଟାଇଗର’ ଏବଂ ‘ଟାଇଗର ଜିନ୍ଦା ହୈ’ର ବ୍ଲକବଷ୍ଟର ପରେ ଏବେ ନିର୍ମାତା ଏବଂ ପ୍ରଶଂସକମାନେ ଆଶା କରୁଛନ୍ତି ଯେ ଫିଲ୍ମର ତୃତୀୟ ଭାଗ ବକ୍ସ ଅଫିସରେ ମଧ୍ୟ ହିଟ୍ ହେବ । ଫିଲ୍ମର ଟିଜର ଦେଖିବା ପରେ ଆଲୋଚନା ହେଉଛି ଯେ ସଲମାନଙ୍କ ସାମ୍ନାରେ ଠିଆ ହେବା ସମସ୍ତଙ୍କ ପାଇଁ କଷ୍ଟକର ହେବ । ପ୍ରଶଂସକମାନେ ମଧ୍ୟ ଅନୁମାନ କରୁଛନ୍ତି ଯେ ଏହି ଚଳଚ୍ଚିତ୍ର ନିଶ୍ଚିତ ଭାବରେ 1000 କୋଟିରେ ପହଞ୍ଚିବ । ଏହି ଚଳଚ୍ଚିତ୍ରରେ ସଲମାନ ଏବଂ କ୍ୟାଟ୍ରିନା ଦୀର୍ଘ 6 ବର୍ଷର ବ୍ୟବଧାନ ପରେ ଟାଇଗର ଏବଂ ଜୋୟା ଭୂମିକାରେ ଫେରୁଛନ୍ତି । ଏହି ସିନେମାରେ ଭିଲେନ ଭୂମିକାରେ ଇମ୍ରାନ ହାଶମୀ ନଜର ଆସିବେ । ମନୀଷ ଶର୍ମା ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦାୟିତ୍ବ ସମ୍ଭାଳିବେ ।

ABOUT THE AUTHOR

...view details