ହାଇଦ୍ରାବାଦ:ବିବାହ କରିବେ ଆମୀର ଖାନଙ୍କ ଲାଡ୍ଲି ।ଆଜି (ବୁଧବାର) ଆମୀର ଖାନ ଏବଂ ରୀନା ଦତ୍ତାଙ୍କ ଝିଅ ଇରା ଖାନଙ୍କ ବିବାହ । ଇରା ନିଜ ଦୀର୍ଘ ଦିନର ବୟଫ୍ରେଣ୍ଡ ନୁପୁର ଶିଖରେଙ୍କୁ ସାତ ଜନ୍ମର ସାଥୀ କରିବେ । ତେବେ ଉଭୟ ପରିବାରରେ ବିବାହ ସେଲିବ୍ରେସନ ଜୋରଦାରରେ ଚାଲିଛି । ଗତକାଲି ଇରା ଏବଂ ନୁପୁରଙ୍କ ହଲଦୀ ଏବଂ ମେହେନ୍ଦି ସେରମନି ଆୟୋଜିତ ହୋଇଥିଲା । ଯାହାର ଅନେକ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ସମୟରେ ଆମୀର ଖାନଙ୍କ ପୂର୍ବତନ ପତ୍ନୀ କିରଣ ରାଓ ମଧ୍ୟ ନିଜ ପୁଅ ସହ ଏହି ବିବାହ ସମାରୋହରେ ସାମିଲ ହୋଇଛନ୍ତି ।
ନୁପୁର ଶିଖରେ ଏହି ସମାରୋହର କିଛି ଫଟୋ ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ନୁପୁର ଇରାଙ୍କ ସହ ରୋମାଣ୍ଟିକ ଫଟୋ ସେୟାର କରିଛନ୍ତି । ପ୍ରଥମ ଫଟୋରେ ଉଭୟ କ୍ୟାମେରା ପାଇଁ ପୋଜ ଦେଉଥିବା ବେଳେ ଅନ୍ୟ ୨ଟିରେ ଉଭୟ ପରସ୍ପରକୁ ଖୁଆଉଥିବାର ନଜର ଆସିଛନ୍ତି । ଏହି ଫଟୋ ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି, ତୁମକୁ ଜୀବନସାଥୀ କରିବାକୁ ଆଉ ମାତ୍ର ଗୋଟିଏ ଦିନର ଅପେକ୍ଷା । ମୁଁ ତୁମକୁ ବହୁତ ଭଲ ପାଏ । ଏହି ସମୟରେ ନୁପୁର ଏବଂ ଇରା ମହାରାଷ୍ଟୀଆନ ଲୁକରେ ନଜର ଆସିଛନ୍ତି ।
ସେପଟେ ମଙ୍ଗଳବାର ରାତିରେ ଆମୀର ଏବଂ ତାଙ୍କ ପୁଅ ଜୁନାଦ ଇରାଙ୍କ ମେହେନ୍ଦୀ ସମାରୋହରେ ଗୋଟିଏ କାରରେ ପହଞ୍ଚୁଥିବା ଦେଖିବାକୁ ମିଳିଛି । ସେହିପରି ଆଉ ଏକ କାରରେ ଆମୀରଙ୍କ ଦ୍ବିତୀୟ ତଥା ପୂର୍ବତନ ପତ୍ନୀ କିରଣ ରାଓ ମଧ୍ୟ ତାଙ୍କ ପୁଅ ଆଜାଦଙ୍କ ସହ ଏହି ସମାରୋହରେ ଯୋଗ ଦେବାକୁ ଆସୁଥିବାର ନଜର ଆସିଛନ୍ତି । ଏହି ସମୟରେ ସମସ୍ତଙ୍କୁ ପାରମ୍ପରିକ ଲୁକରେ ଦେଖିବାକୁ ମିଳିଛି ।