ମୁମ୍ବାଇ:ପୁଣି ଚର୍ଚ୍ଚାରେ ବଲିଉଡ ଷ୍ଟାର ଦମ୍ପତି ରଣଭୀର ସିଂ ଏବଂ ଦୀପିକା ପାଦୁକୋନ । ଗତକାଲି ରାତିରେ ଏହି ଦମ୍ପତିଙ୍କୁ ଲୋକପ୍ରିୟ ଚଳଚ୍ଚିତ୍ର ନିର୍ମାତା କରଣ ଜୋହରଙ୍କ ଘରେ ଦେଖିବାକୁ ମିଳିଥିଲା। ଏଠାରେ ରଣଭୀର-ଦୀପିକା ଫିଲ୍ମ ‘ରକି ଔର ରାନୀ କି ପ୍ରେମ କାହାନୀ’ର ଓପନିଂ ଡେ’ ହୋଇଥିବା ସଫଳତାକୁ ଧୁମ୍ଧାମ୍ରେ ପାଳନ କରିବାକୁ ପହଞ୍ଚିଥିଲେ। ଉଲ୍ଲେଖନୀୟ ଯେ, ଦୀପିକା ପାଦୁକୋନ ରକି ଔର ରାନୀ କି ପ୍ରେମ କାହାନୀର ସ୍କ୍ରିନିଂରେ ଉପସ୍ଥିତ ନଥିଲେ ଏବଂ ସେ ଗତ ଶୁକ୍ରବାର ଆମେରିକାରୁ ଫେରିଛନ୍ତି।
ଆମେରିକାରୁ ଫେରିବା ପରେ ରଣଭୀର ଏବଂ ଦୀପିକା କରଣ ଜୋହରଙ୍କ ଘରେ ପାର୍ଟୀ କରିବାକୁ ଯାଉଥିବା ବେଳେ କାରରେ ଦୁହିଁଙ୍କୁ ସ୍ପଟ୍ କରାଯାଇଥିଲା । ଏହି ସମୟରେ ଦମ୍ପତିଙ୍କୁ ଏକ ରୋମାଣ୍ଟିକ୍ ଅନ୍ଦାଜରେ ଦେଖିବାକୁ ମିଳିଥିଲା । ଦମ୍ପତିଙ୍କ ଏହି ସୁନ୍ଦର ଅନ୍ଦାଜକୁ ଦେଖି ପ୍ରଶଂସକମାନେ ସେମାନଙ୍କୁ ମୋଷ୍ଟ ଲଭେବଲ୍ ଦମ୍ପତିଙ୍କ ଟ୍ୟାଗ୍ ଦେଇଛନ୍ତି । ବର୍ତ୍ତମାନ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ପାୱାର ଦମ୍ପତିଙ୍କ ବ୍ୟତୀତ ଆୟାନ ମୁଖାର୍ଜୀ, ଜୋୟା ଅଖତର ଏବଂ ମନୀଷ ମଲହୋତ୍ରା ମଧ୍ୟ କରଣଙ୍କ ଘରେ ନଜର ଆସିଥିଲେ।
ଉଲ୍ଲେଖଯୋଗ୍ୟ, ଗତ ଶୁକ୍ରବାର ଦିନ କରଣ ଜୋହରଙ୍କ ଘରେ ଏକ ପାର୍ଟୀ ଅନୁଷ୍ଠିତ ହୋଇଥିଲା। କୁହାଯାଉଛି ଯେ ଦୀପିକା ଆମେରିକାରୁ ଆସିବା ପରେ ଏହି ପାର୍ଟି ରଖାଯାଇଥିଲା, କାରଣ ଦୀପିକା ରକି ଔର ରାନୀ କି ପ୍ରେମ କାହାନୀର ସ୍କ୍ରିନିଂରେ ଉପସ୍ଥିତ ନଥିଲେ। ଏହାପୂର୍ବରୁ ଦୀପିକା ଏକାକୀ କରଣଙ୍କ ଘରେ ପହଞ୍ଚିଥିଲେ ଏବଂ ରଣଭୀର ସିଂ ତାଙ୍କ ପତ୍ନୀଙ୍କୁ ନେବାକୁ ଆସିଥିଲେ। ଏଠାରେ ରଣଭୀର ଏବଂ ଦୀପିକା କାରରେ ରୋମାଣ୍ଟିକ ଅନ୍ଦାଜରେ ନଜର ଆସିଥିଲେ, ପରେ ପ୍ରଶଂସକମାନେ ସେମାନଙ୍କୁ ଲଭବଲ୍ ଦମ୍ପତିଙ୍କ ଟ୍ୟାଗ୍ ଦେଇଥିଲେ। ରଣଭୀର ସିଂ ଧଳା ଟି-ସାର୍ଟ ଏବଂ କ୍ୟାପ୍ ପିନ୍ଧିଥିଲେ। ଏହା ସହିତ ରଣଭୀର ମଧ୍ୟ ଏକ ମାସ୍କ ପିନ୍ଧିଥିଲେ। ଯେତେବେଳେ କି, ଦୀପିକାଙ୍କୁ ଗାଢ ରଙ୍ଗର ସେଡ୍ ପୋଷାକ ଏବଂ ନୋ-ମେକଅପ୍ ଲୁକ୍ରେ ଦେଖିବାକୁ ମିଳିଥିଲା । କପଲଙ୍କ ଭିଡିଓରେ ଫ୍ୟାନ୍ସ କମେଣ୍ଟ କରୁଛନ୍ତି। ଜଣେ ଲେଖିଛନ୍ତି- ଦୀପଭୀରଙ୍କ ପ୍ରେମରେ ନଜର ନଲାଗୁ । ଆଉ କିଛି ୟୁଜର୍ସ ଦୀପିକାଙ୍କ ଲୁକ୍କୁ ପସନ୍ଦ କରିଛନ୍ତି।