ତିରୁପତି ମନ୍ଦିର ଦର୍ଶନ କଲେ ଶାହରୁଖ ମୁମ୍ବାଇ:ଶାହରୁଖ ଖାନଙ୍କ ଫିଲ୍ମ ‘ଜବାନ’ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ପ୍ରସ୍ତୁତ । ଲୋକଙ୍କ ମଧ୍ୟରେ ଫିଲ୍ମକୁ ନେଇ ଉତ୍ସାହ ବଢ଼ିବାରେ ଲାଗିଛି । ଅଗ୍ରୀମ ବୁକିଂ ଦେଖି ଏହା କୁହାଯାଇପାରେ ଯେ, ଜବାନ ଏକ ଧମାକାଦର କଲେକ୍ସନ କରିବାକୁ ଯାଉଛି । ତେବେ ଫିଲ୍ମ ରିଲିଜ ହେବା ପୂର୍ବରୁ ଶାହରୁଖ ଖାନ ଝିଅ ସୁହାନା ଖାନ ଏବଂ ନୟନତାରାଙ୍କ ସହ ତିରୁପତି ସ୍ଥିତ ଶ୍ରୀଭେଙ୍କଟେଶ୍ୱର ମନ୍ଦିରକୁ ଦର୍ଶନ କରିବାକୁ ଯାଇଛନ୍ତି ।
ମନ୍ଦିରରୁ ଶାହାରୁଖ ଖାନଙ୍କ ଭିଡିଓ ସହ ଫଟୋ ମଧ୍ୟ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ, ମନ୍ଦିରରେ ପ୍ରବେଶ କରୁଥିବାବେଳେ ଶାହରୁଖ ଖାନ୍ ପ୍ରଶଂସକମାନଙ୍କୁ ନମସ୍କାର କରୁଥିବାର ନଜର ଆସିଛନ୍ତି । ଜବାନ ରିଲିଜ୍ ହେବା ପୂର୍ବରୁ ଶାହାରୁଖ ଭଗବାନଙ୍କ ଦର୍ଶନ ନେଇ ଫିଲ୍ମର ସଫଳତା ପାଇଁ ପ୍ରାର୍ଥନା କରିଛନ୍ତି । ଶାହରୁଖ ଖାନ୍ଙ୍କ ଲୁକ୍ ବିଷୟରେ କହିବା ତ, ସେ ଧଳା ରଙ୍ଗର ପୋଷାକ ପିନ୍ଧିଛନ୍ତି । ଧଳା ସାଲଓ୍ୱାର କମିଜ୍ରେ ସୁହାନା ଖାନ ଏବଂ ନୟନତାରା ମଧ୍ୟ ନଜର ଆସିଥିଲେ । ଭିଡିଓରେ ସମସ୍ତେ ଭଗବାନଙ୍କ ଦର୍ଶନ ପାଇଥିବାର ନଜର ଆସିଛନ୍ତି ।
ବୈଷ୍ଣୋଦେବୀ ମଧ୍ୟ ଯାଇଥିଲେ
ତେବେ ଏହା ପ୍ରଥମ ଥର ନୁହେଁ, ଶାହରୁଖ କିଛିଦିନ ତଳେ ମା’ ବୈଷ୍ଣୋଦେବୀଙ୍କୁ ଦର୍ଶନ କରିବାକୁ ଜାମ୍ମୁକାଶ୍ମୀର ଯାଇଥିଲେ । ସେଠାରେ ସେ ମା’ଙ୍କ ମନ୍ଦିରକୁ ଯାଇ ଫିଲ୍ମର ସଫଳତା ନେଇ ପୂଜାର୍ଚ୍ଚନା କରିଥିଲେ । ସୋସିଆଲ ମିଡିଆରେ ଶାହାରୁଖ ଖାନ୍ଙ୍କ ଭିଡିଓ ଖୁବ ଭାଇରାଲ ହୋଇଥିଲା । ସେ ତାଙ୍କ ମୁହଁକୁ ଘୋଡାଇ ରଖିଥିଲେ ଯେପରି କେହି ତାଙ୍କୁ ଚିହ୍ନି ପାରିବେ ନାହିଁ । ଶାହାରୁଖ ଡେନିମ୍ ଏବଂ ଟି-ସାର୍ଟ ସହିତ ଏକ ହୁଡି ପିନ୍ଧିଥିଲେ । ଏହା ସହିତ ଶାହାରୁଖ ମାସ୍କ ମଧ୍ୟ ପିନ୍ଧିଥିଲେ ।
ଏହା ମଧ୍ୟ ପଢନ୍ତୁ: Teachers Day 2023: ଅଭିନୟ ଜଗତକୁ ଆସିବା ପୂର୍ବରୁ ଶିକ୍ଷକ ଥିଲେ ଏହି ସେଲିବ୍ରିଟି
୨୦୨୩ ମସିହାରେ ଆରମ୍ଭରେ ଶାହରୁଖ୍ ଖାନ୍ଙ୍କ ଅଭିନୀତ ଚଳଚ୍ଚିତ୍ର ‘ପଠାନ୍’ ବକ୍ସ ଅଫିସରେ କମାଲ୍ କରିବା ପରେ ଏବେ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଜବାନ’ ମୁକ୍ତିଲାଭ କରିବାକୁ ଯାଉଛି । ଫିଲ୍ମ ଜବାନରେ ଶାହରୁଖଙ୍କ ବ୍ୟତୀତ ନୟନତାରା, ବିଜୟ ସେତୁପତି, ସାନିଆ ମାଲହୋତ୍ରା ଏବଂ ପ୍ରିୟମଣି ପ୍ରମୁଖ ମୁଖ୍ୟ ଭୂମିକାରେ ନଜର ଆସିବେ । ଏହି ଫିଲ୍ମ ୭ ସେପ୍ଟେମ୍ବରରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଅଟଲି କୁମାର ।