ଓଡିଶା

odisha

ଇସ୍ରାଏଲରୁ ସୁରକ୍ଷିତ ସ୍ବଦେଶ ଫେରିଲେ ନୁସରତ ଭରୁଚା

By ETV Bharat Odisha Team

Published : Oct 8, 2023, 5:23 PM IST

ଇସ୍ରାଏଲରୁ ସୁରକ୍ଷିତ ଭାବେ ମୁମ୍ବାଇ ଫେରିଛନ୍ତି ନୁସରତ ଭରୁଚା । ମୁମ୍ବାଇ ଏୟାରପୋର୍ଟରେ ଅଭିନେତ୍ରୀ ନଜର ଆସିଛନ୍ତି । ଅଧିକ ପଢନ୍ତୁ

ଇସ୍ରାଏଲରୁ ସୁରକ୍ଷିତ ଭାବେ ଭାରତ ଫେରିଲେ ନୁସରତ ଭରୁଚା, ମୁମ୍ବାଇ ଏୟାରପୋର୍ଟରେ ଆସିଲେ ନଜର
ଇସ୍ରାଏଲରୁ ସୁରକ୍ଷିତ ଭାବେ ଭାରତ ଫେରିଲେ ନୁସରତ ଭରୁଚା, ମୁମ୍ବାଇ ଏୟାରପୋର୍ଟରେ ଆସିଲେ ନଜର

ଇସ୍ରାଏଲରୁ ସୁରକ୍ଷିତ ଭାବେ ଭାରତ ଫେରିଲେ ନୁସରତ ଭରୁଚା, ମୁମ୍ବାଇ ଏୟାରପୋର୍ଟରେ ଆସିଲେ ନଜର

ମୁମ୍ବାଇ: ଭାରତ ପହଞ୍ଚିଲେ ବଲିଉଡ ଅଭିନେତ୍ରୀ ନୁସରତ ଭରୁଚା । ଦୀର୍ଘ ଦିନ ଧରି ଇସ୍ରାଏଲରେ ଅଟକି ରହିବା ପରେ 'ଡ୍ରିମ୍ ଗାର୍ଲ' ଅଭିନେତ୍ରୀ ଏବେ ନିଜ ଦେଶକୁ ଫେରିଛନ୍ତି । ଆଜି (8 ଅକ୍ଟୋବର) ଅଭିନେତ୍ରୀ ମୁମ୍ବାଇ ବିମାନବନ୍ଦରରେ ସୁରକ୍ଷିତ ଭାବେ ପହଞ୍ଚିଛନ୍ତି ।

ସେ ହାଇଫା ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ଯୋଗ ନେବାକୁ ଇସ୍ରାଏଲ ଯାଇଥିଲେ । ତାଙ୍କ ଚଳଚ୍ଚିତ୍ର 'ଅକେଲି' ପାଇଁ ନୁସରତ ଏହି ଉତ୍ସବରେ ସାମିଲ ହେବାକୁ ଯାଇଥିଲେ । ଯେଉଁଠାରେ ପାଲେଷ୍ଟାଇନ ସହ ଇସ୍ରାଏଲର ଯୁଦ୍ଧ ମଧ୍ୟରେ ଅଟକି ଯାଇଥିଲେ । ବର୍ତ୍ତମାନ ଅଭିନେତ୍ରୀ ସୁରକ୍ଷିତ ଭାବେ ମୁମ୍ବାଇ ପହଞ୍ଚିଛନ୍ତି । ନୁସରତଙ୍କୁ ମୁମ୍ବାଇ ବିମାନବନ୍ଦରରେ ପିଙ୍କ ରଙ୍ଗର ଆଉଟଫିଟରେ ଦେଖିବାକୁ ମିଳିଛି । ଏହି ସମୟରେ ନୁସରତଙ୍କ ଭୟଭୀତ ଦେଖାଯାଉଥିବା ବେଳେ ଗଣମାଧ୍ୟମ ସହ କଥାବାର୍ତ୍ତା କରିନଥିଲେ । କିନ୍ତୁ ସେ କହିଥିଲେ ଯେ ମୁଁ ବର୍ତ୍ତମାନ ବହୁତ ବିବ୍ରତ, ମୋତେ ଘରେ ପହଞ୍ଚିବାକୁ ଦିଅ ।

ସୂଚନା ଥାଉ କି, ପାଲେଷ୍ଟାଇନର ହମାସ୍‌ ଆତଙ୍କବାଦୀ ଗୋଷ୍ଠୀ ଶନିବାର ସକାଳୁ ଇସ୍ରାଏଲ ଉପରେ ଅଚାନକ ଘନ ଘନ ରକେଟ ମାଡ଼ କରିଥିଲା । ଗାଜା ଷ୍ଟ୍ରିପ୍‌ରୁ ୫୦୦୦ରୁ ଅଧିକ ରକେଟ ବର୍ଷା କରିବା ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଘନାଇବାରେ ଲାଗିଛି । ଏହି ଆକ୍ରମଣରେ ଇସ୍ରାଏଲରେ ୩୦୦ରୁ ଅଧିକ ନାଗରିକଙ୍କ ମୃତ୍ୟୁ ହୋଇଥିବା ବେଳେ ହଜାର ହଜାର ଲୋକେ ଆହତ ହୋଇଛନ୍ତି । ଏହି ୨ ଦେଶର ଯୁଦ୍ଧ ମଧ୍ୟରେ ଅଭିନେତ୍ରୀ ଇସ୍ରାଏଲରେ ଫସିଯାଇଥିଲେ । ଅଭିନେତ୍ରୀଙ୍କ ଟିମଙ୍କ ଅନୁଯାୟୀ, ସେ ଅକ୍ଟୋବର 7ରେ ଆକ୍ରମଣ ପରେ ଅଭିନେତ୍ରୀଙ୍କ ସହ ଯୋଗାଯୋଗ ହରାଇଥିଲେ । ପୂର୍ବାହ୍ନ ସାଢେ ୧୨ରେ ଟିମ ନୁସରତଙ୍କ ସହ ଯୋଗାଯୋଗ କରିଥିଲା । ସେତେବେଳେ ସେ ବେସ୍‌ମେଣ୍ଟରେ ସୁରକ୍ଷିତ ଥିବା କଥା ଜଣାଇଥିଲେ । ହେଲେ ଏହା ପରଠୁ ତାଙ୍କ ସହ ଯୋଗାଯୋଗ ହରାଇଥିଲେ ।

ଏହା ମଧ୍ୟ ପଢନ୍ତୁ:ଇସ୍ରାଏଲରୁ ଫେରୁଛନ୍ତି ଅଭିନେତ୍ରୀ ନୁସରତ୍ ଭରୁଚା; ଯୋଗାଯୋଗ କଲା ଦୂତାବାସ

ୱାର୍କ ଫ୍ରଣ୍ଟ କଥା କହିବାକୁ ଗଲେ, ନୁସରତ ପ୍ୟାର୍ କା ପୁଞ୍ଚନାମା ସିରିଜ୍, ସୋନୁ କି ଟିଟୁ କି ସ୍ବିଟି ଏବଂ ଛୋରୀ, ଡ୍ରିମ ଗାର୍ଲ ଭଳି ଲୋକପ୍ରିୟ ଚଳଚ୍ଚିତ୍ରରେ ଅଭିନୟ କରି ଲୋକପ୍ରିୟତା ହାସଲ କରିଛନ୍ତି । ଏଥିସହ ନିକଟରେ ସେ ଅକେଲି ଫିଲ୍ମରେ ନଜର ଆସିଥିଲେ । ଅକେଲି ଏକ ଆଇଏସଆଇଏସ ଆତଙ୍କବାଦୀ ଏବଂ ପାକିସ୍ତାନ ସହ ଜଡିତ ଥିବା କାହାଣୀ ଉପରେ ନିର୍ମିତ ଫିଲ୍ମ ଅଟେ । ଏଥିରେ ନୁସରତ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ।

ABOUT THE AUTHOR

...view details