ହାଇଦ୍ରାବାଦ: ବର୍ଷିୟାନ ଅଭିନେତ୍ରୀ ୱାହିଦା ରେହମାନ ଭାରତୀୟ ସିନେମାର ସବୁଠାରୁ ବଡ ପୁରସ୍କାର 'ଦାଦାସାହେବ ଫାଲକେ ପୁରସ୍କାର' ପାଇବାକୁ ଯାଉଛନ୍ତି। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି । ୱାହିଦା ରେହମାନ 60-70 ଦଶକରେ ସିନେମା ଜଗତରେ ରାଜ୍ କରୁଥିଲେ। ତାଙ୍କର ଦମଦାର ଅଭିନୟ, ନୃତ୍ୟ ଏବଂ ସୌନ୍ଦର୍ଯ୍ୟର ଲକ୍ଷ ଲକ୍ଷ ପ୍ରଶଂସକ ଅଛନ୍ତି । ପ୍ରଶଂସକମାନେ ୱାହିଦା ରେହମାନ ଏବଂ ଦେବ ଆନନ୍ଦଙ୍କ ଯୋଡିକୁ ବହୁତ ଭଲ ପାଉଥିଲେ । 'ସିଆଇଡି' ରୁ 'ଗାଇଡ୍' ପର୍ଯ୍ୟନ୍ତ ଦୁହେଁ ଏକାଠି ଅନେକ ମହାନ ଚଳଚ୍ଚିତ୍ର କରିଛନ୍ତି ।
କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଲେଖିଛନ୍ତି, ଭାରତୀୟ ସିନେମାରେ ଉଲ୍ଲେଖନୀୟ ଅବଦାନ ପାଇଁ ୱହିଦା ରେହମାନ ଜୀଙ୍କୁ ସମ୍ମାନଜନକ ଦାଦାସାହେବ ଫାଲକେ ଲାଇଫ ଟାଇମ୍ ଆଚିଭମେଣ୍ଟ ଆୱାର୍ଡରେ ସମ୍ମାନିତ କରାଯିବ ଘୋଷଣା କରି ମୁଁ ଅତ୍ୟନ୍ତ ଆନନ୍ଦିତ ଏବଂ ଗର୍ବିତ ଅନୁଭବ କରୁଛି ।' ଉଲ୍ଲେଖନୀୟ ଯେ, ୱାହିଦା ରେହମାନଙ୍କୁ ଜାତୀୟ ପୁରସ୍କାର, ଦୁଇଥର ଫିଲ୍ମଫେୟାର ପୁରସ୍କାର, ପଦ୍ମଶ୍ରୀ ଏବଂ ପଦ୍ମଭୂଷଣ ଭଳି ପୁରସ୍କାର ପ୍ରଦାନ କରାଯାଇଛି ।
ଏହା ମଧ୍ୟ ପଢନ୍ତୁ: Dada Saheb Phalke Award: ଆଶା ପାରେଖଙ୍କୁ ମିଳିବ ଦାଦାସାହେବ ଫାଲକେ ପୁରସ୍କାର