ମୁମ୍ବାଇ: ବିବେକ ରଂଜନ ଅଗ୍ନିହୋତ୍ରୀ ଏବଂ ପଲ୍ଲବୀ ଯୋଶୀଙ୍କ ଆଗାମୀ ଚଳଚ୍ଚିତ୍ର 'ଦ ଭ୍ୟାକ୍ସିନ୍ ୱାର୍' ସେପ୍ଟେମ୍ବର 28ରେ ମୁକ୍ତିଲାଭ କରିବାକୁ ଯାଉଛି । ଫିଲ୍ମର ଟ୍ରେଲର ରିଲିଜ ହେବା ଠାରୁ ଦର୍ଶକଙ୍କ ମଧ୍ୟରେ ଫିଲ୍ମକୁ ନେଇ କ୍ରେଜ ଦେଖିବାକୁ ମିଳିଛି । ଏହାରି ମଧ୍ୟରେ ବର୍ତ୍ତମାନ ବିବେକ ଅଗ୍ନିହୋତ୍ରୀ 'ଦ ଭ୍ୟାକ୍ସିନ୍ ୱାର୍' ସହ ଜଡିତ ଟାଇମ୍ସ ସ୍କୋୟାରର ଏକ ଭିଡିଓ ସେୟାର କରିଛନ୍ତି ।
ବିବେକ ଅଗ୍ନିହୋତ୍ରୀ ନିଜ ଟ୍ୱିଟରରେ ଟାଇମ୍ସ ସ୍କୋୟାରର ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ଏକ ଡ୍ୟାନ୍ସ ଗୋଷ୍ଠୀ ପାରମ୍ପାରିକ ପୋଷାକରେ କଥକ ନୃତ୍ୟ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଛି । ବିବେକ ଅଗ୍ନିହୋତ୍ରୀ ସୂଚନା ଦେଇଛନ୍ତି ଯେ ଫ୍ଲାସ୍ ମୋବ୍ ନ୍ୟୁୟର୍କର ଟାଇମ୍ସ ସ୍କୋୟାରରେ ସନାତନ ଋକବେଦର ନାସଦିଆ ସୁକ୍ତ ଯାହା 'ଦ ଭ୍ୟାକ୍ସିନ୍ ୱାର୍' ସହ ଜଡିତ ତାହାକୁ କଥକ ଫର୍ମରେ ପ୍ରଦର୍ଶନ କରିଛନ୍ତି କିଛି ନୃତ୍ୟଶିଳ୍ପୀ । ଏହା ସେୟାର କରି ସେ ଲେଖିଛନ୍ତି, G20 ସମ୍ମିଳନୀ ପୂର୍ବରୁ ଇତିହାସ ରଚାଯାଇଛି । ଦିନେ ଦ ଭ୍ୟାକ୍ସିନ ୱାରରୁ ବ୍ରହ୍ମାଣ୍ଡ କିପରି ସୃଷ୍ଟି ହୋଇଥିଲା । ଏହି ବିଜ୍ଞାନ ଉପରେ ନାସଦିଆ ସୁକ୍ତର ପ୍ରଦର୍ଶନ ନ୍ୟୁୟର୍କର ଟାଇମ୍ସ ସ୍କୋୟାରରେ କଥକ ଶୈଳୀରେ କରାଯିବ ବୋଲି କେହି ଭାବିନଥିବେ । ସେ ଏହା ମଧ୍ୟ ଲେଖିଛନ୍ତି 'କେହି କେବେ ବି ସନାତନକୁ ବିନାଶ କରିପାରିବ ନାହିଁ।'