ହାଇଦ୍ରାବାଦ: ଅଜବ ଫ୍ୟାଶନ୍ ସେନ୍ସ ପାଇଁ ଉର୍ଫି ଜାଭେଦ୍ ଜଣାଶୁଣା । ସେ ନିଜ ବୋଲ୍ଡ ପୋଷାକ ପାଇଁ ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି । ଏହି କାରଣରୁ, ତାଙ୍କୁ ଟ୍ରୋଲର ମଧ୍ୟ ସାମ୍ନା କରିବାକୁ ପଡେ। ଯଦିଓ ଉର୍ଫି ଏହାକୁ ନେଇ କେବେ ହଇରାଣ ହୋଇନାହାଁନ୍ତି, କିନ୍ତୁ ବର୍ତ୍ତମାନ ତାଙ୍କ ବିଷୟରେ ଏକ ଆଶ୍ଚର୍ଯ୍ୟଜନକ କଥା ସାମ୍ନାକୁ ଆସିଛି । ଉର୍ଫି ଏକ ଆଡଲ୍ଟ ଫିଲ୍ମର ସୁଟିଂ କରୁଥିବା ବେଳେ ପୋଲିସ ତାଙ୍କୁ ରଙ୍ଗେ ହାତ ଧରିନେଇଛି। ତେବେ ଆସନ୍ତୁ ଜାଣିବା ପୂରା ମାମଲା କ’ଣ ।
କଣ୍ଟେଣ୍ଟ କ୍ରିଏଟର ରୋହିତ ଗୁପ୍ତା ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରୁ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ଉର୍ଫି ଏକ ଅଫିସ ଭିତରେ ନଜର ଆସିଛନ୍ତି । ଏଠାରେ ସେ ଫିଲ୍ମ ପାଇଁ ଜଣେ ନିର୍ଦ୍ଦେଶକଙ୍କୁ ଭେଟିବାକୁ ଆସିଥିଲେ । ଏହା ପରେ ନିର୍ଦ୍ଦେଶକ ତାଙ୍କୁ କହିଛନ୍ତି ଯେ, ଏହା ଏକ ସିକ୍ରେଟ ପ୍ରୋଜେକ୍ଟ ଏବଂ ଫିଲ୍ମରେ ରଣବୀର କପୁର ଭିଲେନ୍ ଭୂମିକାରେ ଅଛନ୍ତି । ଭିଡିଓରେ ଏହା ଦେଖିବାକୁ ମିଳିଛି ଯେ ଉର୍ଫି ଏଥିପାଇଁ ବହୁତ ଉତ୍ସାହିତ ଦେଖାଯାଉଛନ୍ତି ।
ଏହା ପରେ ଉର୍ଫିଙ୍କୁ କୁହାଯାଇଛି ଯେ, ହିରୋ ଭୂମିକା ପାଇଁ ଜଣେ ବିଦେଶୀ ଅଭିନେତାଙ୍କୁ ନିଆଯାଇଛି ଏବଂ ସିଙ୍ଗର ବାଦଶାହ ଏହି ଚଳଚ୍ଚିତ୍ର ପାଇଁ ସଂଗୀତ ରଚନା କରିବେ । ଏହା ପରେ ଅନ୍ୟ ଜଣେ ନିର୍ଦ୍ଦେଶକ ରୋହିତ (କଣ୍ଟେଣ୍ଟ କ୍ରିଏଟର) ଙ୍କ ଏଣ୍ଟ୍ରି ହେଉଛି ଏବଂ ତାଙ୍କ ସହିତ ଏହି ଚଳଚ୍ଚିତ୍ରର ଅଭିନେତା, ଯିଏକି ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ତାଙ୍କୁ ଦେଖି ଉର୍ଫି ଅଭିନେତାଙ୍କ ବିଦେଶୀ ବିଷୟରେ ପଚାରନ୍ତି ଏବଂ ସେ ଉଗାଣ୍ଡାରୁ ବୋଲି କହିଛନ୍ତି ।