ଓଡିଶା

odisha

ପ୍ରମୋସନ ପାଇଁ ଅଭିନେତ୍ରୀଙ୍କୁ ଅପହରଣ ନାଟକ, କ୍ଷମା ମାଗିଲା ପ୍ରଡକ୍ସନ ହାଉସ

By

Published : May 21, 2023, 7:27 AM IST

ଟ୍ବିଟର ଠାରୁ ଆରମ୍ଭ କରି ଇନଷ୍ଟାଗ୍ରାମ, ଫେସବୁକରେ ଅଭିନେତ୍ରୀ ସୁନେନା ମାସିଲାମାନି ଅପହରଣ ମାମଲା ଟ୍ରେଣ୍ଡ କରୁଛି । ତେବେ ସତରେ ତାଙ୍କ ଆପହରଣ ହୋଇଛି ନା ସବୁ ଗୁଜବ । ଅଧିକ ପଢ଼ନ୍ତୁ

କ୍ଷମା ମାଗିଲା ପ୍ରଡକ୍ସନ ହାଉସ
କ୍ଷମା ମାଗିଲା ପ୍ରଡକ୍ସନ ହାଉସ

ଚେନ୍ନାଇ: ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଅଭିନେତ୍ରୀ ସୁନେନା ମାସିଲାମାନି ଅପହରଣ ମାମଲା । ଟ୍ବିଟର ଠାରୁ ଆରମ୍ଭ କରି ଇନଷ୍ଟାଗ୍ରାମ, ଫେସବୁକରେ ଏହି ଚର୍ଚ୍ଚା । ସୁନେନା ମାସିଲାମାନିଙ୍କ ଫ୍ୟାନ୍ସ ତାଙ୍କୁ ଅପହରଣରୁ ମୁକୁଳେଇବା ପାଇଁ ଆରମ୍ଭ କରିଛନ୍ତି ଅଭିଯାନ । ସୋସିଆଲ ମିଡିଆରେ ‘ସେଭ ସୁନେନା’ ନାଁରେ ଭାଇରାଲ ହେଉଛି ହ୍ୟାସ ଟ୍ୟାଗ । ଯାହାକୁ ନେଇ ପୋଲିସ ମଧ୍ୟ ଆରମ୍ଭ କରିଛି ସୁନେନା ମାସିଲାମାନିଙ୍କୁ ଖୋଜିବା ଆଭିଯାନ । ତେବେ ପ୍ରକୃତରେ କ’ଣ ସୁନେନାଙ୍କ ଅପହରଣ ହୋଇଛି । ନାଁ ଏହି ସବୁ ଟ୍ରେଣ୍ଡ ଫେକ୍ । ତେବେ ପ୍ରଥମେ ଚାଲନ୍ତୁ ଜାଣିବା ସୁନେନା ମାସିଲାମାନି କିଏ ?

ଅଭିନେତ୍ରୀ ସୁନେନା ମାସିଲାମାନି: ଅଭିନେତ୍ରୀ ସୁନେନା ମାସିଲାମାନି ତାମିଲ ସିନେମା ଭାଲକନନାଦିରୁ ନିଜ ଫିଲ୍ମ କ୍ୟାରିୟର ଆରମ୍ଭ କରିଥି୍ଲେ । ଏହାପରେ ସେ ଅନେକ ତାମିଲ, ତେଲଗୁ ଏବଂ ହିନ୍ଦୀ ଫିଲ୍ମରେ ମଧ୍ୟ କାମ କରିଛନ୍ତି । ସେ ମହାରାଷ୍ଟ୍ରର ଏକ ମରାଠୀ ପରିବାରେ ଜନ୍ମ ଗ୍ରହଣ କରିଥିବା ବେଳେ, ସେ ଗତ ୧୫ ବର୍ଷଧରୀ ତାମିଲ ସିନେ ଜଗତରେ କାମ କରି ଆସୁଛନ୍ତି । ସେ ଏବେ ନିଜ ନୂଆ ଫିଲ୍ମ ‘ରେଗିନା’ରେ କାମ କରୁଛନ୍ତି । ଏହି ଫିଲ୍ମ ୪ଟି ଭାଷାରେ ରିଲିଜ ହେବ । ତାମିଲ, ତେଲଗୁ, ମଲାୟାଲମ ଓ ହିନ୍ଦୀ ।

ଅଭିନେତ୍ରୀ ସୁନେନା ମାସିଲାମାନି ଅପହୃତ !

ଅଭିନେତ୍ରୀ ସୁନେନା ମାସିଲାମାନି ମିସିଙ୍ଗ: ଦୁଇ ଦିନଧାରି ସୁନେନା ମିସିଙ୍ଗ ହୋଇଯାଇଥିବା ଖବର ସୋସିଆଲ ମିଡିଆ ସାଇଟରେ ନିଆଁ ଭଳି ବ୍ୟାପିବାରେ ଲାଗିଛି । ତାଙ୍କ ଫୋନ ସୁଇଜ ଅଫ ଥିବା ବେଳେ ସେ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲରୁ ଶେଷ ପୋଷ୍ଟ ଆପିଏଲ ମ୍ୟାଚ୍ ଦେଖୁଥିବାର ଏକ ଭିଡିଓ ସେୟାର କିରଥିଲେ । ଏହି ଭିଡିଓ ୫ ବର୍ଷ ପୁରୁଣା ହୋଇଥିବା ବେଳେ ଏହାପରେ ସେ ନିଜ ସୋସିଆଲ ମିଡିଆ ସାଇଟରେ ଆଉ କିଛି ପୋଷ୍ଟ କରି ନାହିଁନ୍ତି । ଯାହା ପରେ ସେ ମିସିଙ୍ଗ ଓ ଅପହରଣ ହୋଇଥିବା କଥା ଭାଇରାଲ ହୋଇଥିଲା ।

ପୋଲିସର ତଦନ୍ତ:ଏହି ଘଟଣା ସୋସିଆଲ ମିଡିଆ ସାଇଟରେ ଟ୍ରେଣ୍ଡ କରିବା ପରେ ପୋଲିସ ନିଜ ଆଡୁ ମାମଲା ରୁଜୁ କରି ସୁନେନାଙ୍କୁ ଖୋଜିବା ଅରମ୍ଭ କରିଥିଲା । ସୁନେନା ରହୁଥିବା ଘର ଠାରୁ ଆରମ୍ଭ କରି ତାଙ୍କ ସାଙ୍ଗମାନଙ୍କୁ ପଚରାଉଚରା କରିଥିଲା ପୋଲିସ । ଏହାପରେ ସୁନେନାଙ୍କ ପ୍ରଡକ୍ସନ କମ୍ପାନୀରେ ମଧ୍ୟ ପଚରାଉଚରା କରିଥିଲା । ଯେଉଁଠି ପୋଲିସ ଜଣିବାକୁ ପାଇଥିଲା କି ଏହା ଏକ ଗୁଜବ ଆଟେ । ଫିଲ୍ମର ପ୍ରମୋସନ କରିବା ପାଇଁ ପ୍ରଡକ୍ସନ କମ୍ପାନୀ ଦ୍ବାରା ଏକ ମିସିଙ୍ଗ ଭିଡିଓ ଭାଇରାଲ କରାଯାଇଥିଲା । ଏଥିରେ କୌଣସି ସତ୍ୟାସତ୍ୟ ନାହିଁ ।

ଫିଲ୍ମକୁ ସୁପର ହିଟ୍‌ କରିବା ପାଇଁ ଆଜିକାଲି ଅଜବଗଜବ ଫଣ୍ଡା ଆପଣାଉଛନ୍ତି ଫିଲ୍ମ କମ୍ପାନୀ । ତେବେ ଏହି କାରଣରୁ ଅନେକ ଗୁଜବ ପ୍ରଚାର ସହ ଲୋକଙ୍କ ଭାବାବେଗ ସହ ମଧ୍ୟ ଖେଳୁଛନ୍ତି । ତେବେ ଏହି ଭୁଲ ପାଇଁ ପ୍ରଡକ୍ସନ କମ୍ପାନୀ ପୋଲିସକୁ ଭୁଲ ମାଗିବା ସହ ଫ୍ୟାନ୍ସଙ୍କ ମଧ୍ୟ ଭୁଲ ମାଗିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details