ଓଡିଶା

odisha

ETV Bharat / entertainment

ହୃଦଘାତ ନୁହେଁ ଛାତିରେ ଯନ୍ତ୍ରଣା ହେବାରୁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ବିକ୍ରମ: ଡାକ୍ତର

ସୁସ୍ଥ ଅଛନ୍ତି ସାଉଥ ସୁପରଷ୍ଟାର ବିକ୍ରମ । ଗତକାଲି (ଜୁଲାଇ 8) ଛାତିରେ ଯନ୍ତ୍ରଣା ହେବାରୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଥିଲେ ବିକ୍ରମ । ଅଧିକ ପଢନ୍ତୁ

ଛାତିରେ ଯନ୍ତ୍ରଣା ହେବାରୁ ମେଡିକାଲରେ ଭର୍ତ୍ତି ହୋଇଥିଲେ ବିକ୍ରମ, ଡାକ୍ତର ଦେଲେ ସୂଚନା
ଛାତିରେ ଯନ୍ତ୍ରଣା ହେବାରୁ ମେଡିକାଲରେ ଭର୍ତ୍ତି ହୋଇଥିଲେ ବିକ୍ରମ, ଡାକ୍ତର ଦେଲେ ସୂଚନା

By

Published : Jul 9, 2022, 10:10 AM IST

ଚେନ୍ନାଇ: ସୁସ୍ଥ ଅଛନ୍ତି ତାମିଲ ସିନେମା ସୁପରଷ୍ଟାର ବିକ୍ରମ । ଗତକାଲି (ଜୁଲାଇ 8) ବିକ୍ରମଙ୍କ ସ୍ୱାସ୍ଥ୍ୟ ହଠାତ୍ ଖରାପ ହୋଇଯିବାରୁ ତାଙ୍କୁ ଚେନ୍ନାଇ ସ୍ଥିତ କାବେରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ମିଡିଆ ରିପୋର୍ଟ ଅନୁଯାୟୀ, ଗତ 7ତାରିଖରୁ ବିକ୍ରମ ଛାତିରେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରୁଥିଲେ। ଗତକାଲି ଛାତିରେ ଯନ୍ତ୍ରଣା ବଢ଼ିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

Health Update Of Vikram

କିଛି ମିଡିଆ ରିପୋର୍ଟରେ ଏହା ମଧ୍ୟ ଦାବି କରାଯାଉଥିଲା କି, ୫୬ ବର୍ଷୀୟ ବିକ୍ରମ ହୃଦଘାତର ଶିକାର ହୋଇଛନ୍ତି । ଏହି ଖବର ଶୁଣି ବିକ୍ରମଙ୍କ ପ୍ରଶଂସକମାନେ ଖୁବ୍‌ ଚିନ୍ତିତ ହେବା ସହ ତାଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ। ଏହି ଖବରକୁ ନେଇ ଅଭିନେତାଙ୍କ ପୁଅ ଏବଂ ଡାକ୍ତରଖାନା ପରିଚାଳନା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଅଭିନେତା ବିକ୍ରମଙ୍କୁ ହୃଦ୍‌ଘାତ ଯୋଗୁଁ ନୁହେଁ, ବରଂ ଛାତିରେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରିବାରୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସାଧାରଣ ଚିକିତ୍ସା ପରେ ଖୁବ ଶୀଘ୍ର ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯିବ ବୋଲି ଇନ୍‌ଷ୍ଟାଗ୍ରାମରେ ଅଭିନେତାଙ୍କ ପୁଅ ଧ୍ରୁବ ପୋଷ୍ଟ କରିଛନ୍ତି ।

ଉଲ୍ଲେଖନୀୟ ଯେ, ଅଭିନେତାଙ୍କୁ ଜୁଲାଇ 8 ତାରିଖରେ ତାଙ୍କର ଆଗାମୀ ପିରିୟଡ୍ ଫିଲ୍ମ 'ପୋନିୟିନ୍ ସେଲଭାନ୍ ପାର୍ଟ 1'ର (Ponniyin Selvan Part 1) ଟ୍ରେଲର ଲଞ୍ଚରେ ଯୋଗ ଦେବାର ଥିଲା । ନିକଟରେ ମଣିରତ୍ନନଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର 'ପୋନ୍ନିୟିନ ସେଲବନ ପାର୍ଟ 1' ରୁ ଅଭିନେତାଙ୍କର ଏକ ନୂଆ ପୋଷ୍ଟର ମୁକ୍ତିଲାଭ କରିଥିଲା । ଏହି ଚଳଚ୍ଚିତ୍ର ଚଳିତ ବର୍ଷ ମୁକ୍ତିଲାଭ କରିବାକୁ ଯାଉଛି । 'ପୋନ୍ନିୟିନ ସେଲବନ ପାର୍ଟ 1'ରେ ସାଉଥ୍ ସୁପରଷ୍ଟାର ବିକ୍ରମଙ୍କ ବ୍ୟତୀତ ଜୟମ ରବି, କାର୍ତ୍ତି ତୃଷା, ସରଥ କୁମାର, ପ୍ରକାଶ ରାଜ, ସୋଭିତା ଧୁଲିପାଲା, ବିକ୍ରମ ପ୍ରଭୁ ଏବଂ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ଏକ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ ।

ଏହି ଚଳଚ୍ଚିତ୍ରଟି ହାଇଦ୍ରାବାଦ ଏବଂ ମଧ୍ୟପ୍ରଦେଶ ସମେତ ଦେଶର ବିଭିନ୍ନ ସହରରେ ସୁଟିଂ କରାଯାଇଛି । ମଣିରତ୍ନମ୍‌ ଦୀର୍ଘ ସମୟ ଧରି ଫିଲ୍ମ ପ୍ରସ୍ତୁତ କରୁଛନ୍ତି । କହିବାକୁ ଗଲେ, ଏହି ଚଳଚ୍ଚିତ୍ର ଚଳିତ ବର୍ଷ 30 ସେପ୍ଟେମ୍ବରରେ ସାରା ବିଶ୍ୱରେ ମୁକ୍ତିଲାଭ କରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details