ମୁମ୍ବାଇ:ବଲିଉଡରେ ଲଭ୍, ଆଫେୟାର ଏବଂ ରିଲେସନସିପ୍ ଖବରକୁ ସେଲିବ୍ରିଟି ପ୍ରାୟତଃ ଲୁଚାଇ ରଖନ୍ତି । କିନ୍ତୁ ବିଜୟ ବର୍ମା ସେହି ଅଭିନେତାମାନଙ୍କ ମଧ୍ୟରୁ ଜଣେ ଯିଏ ନିଜ ପ୍ରେମକୁ ଖୋଲାଖୋଲି ଭାବରେ ପ୍ରକାଶ କରନ୍ତି । ଗତ କିଛି ଦିନ ହେବ ବିଜୟ ବର୍ମା ଏବଂ ତମନ୍ନା ଭାଟିଆଙ୍କ ମଧ୍ୟରେ ସମ୍ପର୍କ ଥିବା ଖବର ଚର୍ଚ୍ଚାରେ ଅଛି । OTT ଚଳଚ୍ଚିତ୍ର ଲଷ୍ଟ୍ ଷ୍ଟୋରୀ 2ରେ ତମନ୍ନା ଏବଂ ବିଜୟଙ୍କ ସିଜଲିଂ କେମେଷ୍ଟ୍ରି ଦେଖିବାକୁ ମିଳିଥିଲା । ବର୍ତ୍ତମାନ ଲଷ୍ଟ୍ ଷ୍ଟୋରୀ-2ର ପ୍ରମୋସନ ଚାଲିଥିବା ସମୟରେ ଉଭୟ ବିଜୟ ଏବଂ ତମନ୍ନା ନିଜର ପ୍ରେମ ବ୍ୟକ୍ତ କରିଛନ୍ତି ।
ତେବେ ପୂର୍ବରୁ ତମନ୍ନା ଏବଂ ବିଜୟ ପରସ୍ପରକୁ ଭଲ ବନ୍ଧୁ ବୋଲି କହୁଥିଲେ । କିନ୍ତୁ ସେମାନଙ୍କର ପ୍ରେମ ଅଧିକ ଲୁଚି ରହିପାରିଲା ନାହିଁ । ତମନ୍ନା ଏବଂ ବିଜୟଙ୍କ ରିଲେସନ ବିଷୟରେ ଆଲୋଚନା ପ୍ରାୟତଃ ସବୁବେଳେ ହୋଇଥାଏ । ବର୍ତ୍ତମାନ ଏକ ସାକ୍ଷାତକାରରେ ବିଜୟ ବର୍ମାଙ୍କୁ ପଚରାଗଲା ସେ କାହିଁକି ନିଜ ସମ୍ପର୍କକୁ ଲୁଚାଇ ରଖିଛନ୍ତି ? ଅନ୍ୟ ଅଭିନେତାମାନଙ୍କ ପରି, ଆପଣ ତାଙ୍କୁ କେବଳ ଜଣେ ଭଲ ବନ୍ଧୁ ବୋଲି କହିବାର ପଥ ଅନୁସରଣ କରୁଛନ୍ତି କି ? ଏହାର ପ୍ରତିକ୍ରିୟାରେ ବିଜୟ ବର୍ମା କହିଛନ୍ତି, 'ମୋତେ ମୁଗଲ-ଏ-ଆଜମ'ର ‘ଜବ ପ୍ୟାର କିୟା ତୋ ଡରନା କ୍ୟା' ଗୀତ ମୋତେ ବହୁତ ଭଲ ଲାଗେ ।'
ଏହା ମଧ୍ୟ ପଢନ୍ତୁ: Vijay Tamnna: ମୁଭି ଡେଟ୍ ନାଇଟରେ ସ୍ପଟ୍ ହେଲେ ଲଭବାର୍ଡ ବିଜୟ-ତମନ୍ନା, ଭିଡିଓ ଭାଇରାଲ