ହାଇଦ୍ରାବାଦ: ଚର୍ଚ୍ଚାରେ ସୁଜୟ ଘୋଷଙ୍କ ନିର୍ଦ୍ଦେଶିତ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ଜାନେ ଜାନ' । ଏହି ଫିଲ୍ମର ଟ୍ରେଲର ରିଲିଜ ହେବା ଦିନଠାରୁ ଲୋକମାନେ ଏହି ଫିଲ୍ମ ଦେଖିବାକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ବିଜୟ ବର୍ମା ପ୍ରଥମ ଥର ପାଇଁ କରୀନା କପୁର ଖାନଙ୍କ ସହ ନଜର ଆସିବେ । ସୋମବାର ରାତିରେ ଫିଲ୍ମର ସ୍କ୍ରିନିଂ ଅନୁଷ୍ଠିତ ହୋଇଥିଲା ।
‘ଜାନେ ଜାନ’ ସ୍କ୍ରିନିଂରେ ଯୋଗ ଦେଇଥିଲେ ଏହି ସେଲିବ୍ରିଟି
18 ସେପ୍ଟେମ୍ବର 2023 ରେ ଅନୁଷ୍ଠିତ 'ଜାନେ ଜାନ୍'ର ସ୍କ୍ରିନିଂରେ ବଲିଉଡ ସେଲିବ୍ରିଟିଙ୍କ ଭିଡ଼ ଜମିଥିଲା । ଅର୍ଜୁନ କପୁରଙ୍କଠାରୁ ଆରମ୍ଭ କରି ଇଶା ଗୁପ୍ତା, ନୋରା ଫତେହି ପର୍ଯ୍ୟନ୍ତ ତାରକାମାନେ ଦେଖିବାକୁ ମିଳିଥିଲେ। କଳା ପ୍ୟାଣ୍ଟ ଏବଂ ଡେନିମ୍ ସାର୍ଟ ସହିତ ଧଳା ସ୍ନେକର୍ସରେ ଅର୍ଜୁନ କପୁର କୁଲ୍ ଦେଖାଯାଉଥିଲେ । ଏହି କାର୍ଯ୍ୟକ୍ରମରେ ସୋଫି ଚୌଧୁରୀଙ୍କୁ ଧଳା ସାର୍ଟ ଏବଂ କଳା ପ୍ୟାଣ୍ଟରେ ଦେଖିବାକୁ ମିଳିଥିଲା । ସେ ସିମ୍ପଲ ଏବଂ ସୋଭର ଦେଖାଯାଉଥିଲେ । ସୋଫିଙ୍କ ବ୍ୟତୀତ ଅନ୍ୟାନ୍ୟ ସେଲିବ୍ରିଟିମାନେ ଷ୍ଟାଇଲିସ୍ ଅନ୍ଦାଜରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।
ହାତ ଧରାଧରି ହୋଇ ସ୍କ୍ରିନିଂରେ ପହଞ୍ଚିିଲେ ବିଜୟ ଏବଂ ତମନ୍ନା
‘ଜାନେ ଜାନ’ର ପ୍ରିମିୟର୍ ଇଭେଣ୍ଟରେ ନୂଆ ନୂଆ ପ୍ରେମରେ ପଡିଥିବା ବିଜୟ ବର୍ମା ଏବଂ ତମନ୍ନା ଭାଟିଆ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଉଭୟ ହାତ ଧରାଧରି ହୋଇ ସ୍କ୍ରିନିଂ ହାତରେ ପହଞ୍ଚିଥିଲେ । ଏହି କାର୍ଯ୍ୟକ୍ରମରେ ଦୁହେଁ ବହୁତ ସୁନ୍ଦର ଦେଖାଯାଉଥିଲେ । ବିଜୟ ଗୋଲ୍ଡେନ ରଙ୍ଗର ପ୍ୟାଣ୍ଟ ଏବଂ ବ୍ଲେଜର ସହିତ କଳା ସାର୍ଟରେ ଷ୍ଟାଇଲିସ୍ ଦେଖାଯାଉଥିଲେ । ଏହି ସମୟରେ, ନୀଳ ପୋଷାକରେ ତମନ୍ନା ଭାଟିଆଙ୍କ ଗ୍ଲାମର ଲୁକ୍ ସବୁଠୁ ହଟ୍କେ ଥିଲା । ତମନ୍ନା ହାଇ ହିଲ୍ ସାଙ୍ଗକୁ ନ୍ୟୁଡ ମେକଅପ୍ରେ ସୁନ୍ଦର ଦେଖାଯାଉଥିଲେ । ତେବେ ସ୍କ୍ରିନିଂରେ ଫିଲ୍ମର ପୁରା ଷ୍ଟାର କାଷ୍ଟ ଉପସ୍ଥିତ ଥିଲେ, କିନ୍ତୁ କରୀନା କପୁର ନଜର ଆସିନଥିଲେ ।