ହାଇଦ୍ରାବାଦ: ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ କପଲ ବିଜୟ ଦେବରକୋଣ୍ଡା ଏବଂ ରଶ୍ମିକା ମନ୍ଦାନା ଆଜିକାଲି ବେଶ ଚର୍ଚ୍ଚାରେ ରହିଛନ୍ତି । ଏହି କପଲଙ୍କ ବିଷୟରେ ଖବର ଆସିଥିଲା ଯେ, ଦୁହେଁ ଚଳିତ ବର୍ଷ ଫେବୃଆରୀରେ ନିର୍ବନ୍ଧ କରିବାକୁ ଯାଉଛନ୍ତି । ଏହି ଖବର ବେଶ ଆଲୋଚନା ହୋଇଥିଲା । ବର୍ତ୍ତମାନ ଏହି ଖବର ନେଇ ମୁହଁ ଖୋଲିଛନ୍ତି ଅଭିନେତାଙ୍କ ଟିମ୍ । ବିଜୟ ଦେବରକୋଣ୍ଡା ଏବଂ ରଶ୍ମିକା ମନ୍ଦାନାଙ୍କ ନିର୍ବନ୍ଧ ଖବରକୁ ମିଥ୍ୟା ବୋଲି କହିଛନ୍ତି ।
ରିପୋର୍ଟ ଅନୁସାରେ, ବିଜୟ ଦେବରକୋଣ୍ଡା-ରଶ୍ମିକା ମନ୍ଦାନାଙ୍କ ଡେଟିଂ ନେଇ ଖୁବ ଆଲୋଚନା ହେଉଛି । ଉଭୟ ତାରକାଙ୍କ ଫେବୃଆରୀ ଦ୍ୱିତୀୟ ସପ୍ତାହରେ ନିର୍ବନ୍ଧ କରୁଥିବା ଖବର ସାମ୍ନାକୁ ଆସିଥିଲା । ଏବେ ବିଜୟଙ୍କ ଟିମ ଏହାକୁ ମିଥ୍ୟା କହି ଏହି ରୁମର ଖବର ଉପରର ଅନ୍ତ ଘଟାଇଛନ୍ତି । ସୂଚନା ଥାଉ କି, ବିଜୟ ଦେବରକୋଣ୍ଡା ଓ ରଶ୍ମିକା ମନ୍ଦାନା ଦୁଇଟି ଚଳଚ୍ଚିତ୍ର 'ଗୀତା ଗୋବିନ୍ଦମ୍' ଓ 'ଡିୟର କମରେଡ'ରେ ଏକାଠି କାମ କରିଛନ୍ତି । ଫିଲ୍ମରେ ଉଭୟଙ୍କ ଲଭକେମେଷ୍ଟ୍ରି ଦର୍ଶକ ବେଶ ପସନ୍ଦ କରିଥିଲେ । ଏବେ ରିଅଲ ଲାଇଫରେ ମଧ୍ୟ ଉଭୟ ଡେଟ କରୁଥିବା ଚର୍ଚ୍ଚା ଜୋର ଧରିଛି । ଏପରିକି ଲିଭଇନରେ ରହୁଥିବା ମଧ୍ୟ ଆଲୋଚନା ହେଉଛି । କିନ୍ତୁ ଉଭୟ ସେମାନଙ୍କ ସମ୍ପର୍କକୁ ନେଇ ଖୁଲାସା କରିନାହାନ୍ତି ।