ହାଇଦ୍ରାବାଦ: ଫିଲ୍ମ 'ଲାଇଗର'ରୁ ବିଜୟ ଦେବରକୋଣ୍ଡାଙ୍କ ଦମଦାର୍ ଲୁକ୍ ସାମ୍ନାକୁ ଆସିଛି। ଅଭିନେତା ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏହି ପୋଷ୍ଟର ସେୟାର କରି ତାଙ୍କ ଚରିତ୍ରର ଝଲକ ଦେଖାଇଛନ୍ତି । ବିଜୟ ଦେବରକୋଣ୍ଡାଙ୍କ ବ୍ୟତୀତ ଅନନ୍ୟା ପାଣ୍ଡେ ମଧ୍ୟ ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଛନ୍ତି। ଗୋଟିଏ ପଟେ ବିଜୟ ଏହି ଚଳଚ୍ଚିତ୍ର ମାଧ୍ୟମରେ ବଲିଉଡରେ ଡେବ୍ୟୁ କରୁଛନ୍ତି। ଅନ୍ୟପକ୍ଷରେ ଅନନ୍ୟା ପାଣ୍ଡେ ମଧ୍ୟ 'ଲାଇଗର୍' ସହିତ ଦକ୍ଷିଣ ଇଣ୍ଡଷ୍ଟ୍ରିରେ ପାଦ ଦେବାକୁ ଯାଉଛନ୍ତି।
ବିଜୟଙ୍କ ଦ୍ୱାରା ସେୟାର କରାଯାଇଥିବା ଏହି ପୋଷ୍ଟ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି । ଏହି ଫଟୋରେ ବିନା ପୋଷାକରେ ଅଭିନେତା ପୋଜ୍ ଦେଇଥିବା ନଜର ଆସିଛନ୍ତି । ଏହି ଫଟୋକୁ ପୋଷ୍ଟ କରି ବିଜୟ ଏହି ଚଳଚ୍ଚିତ୍ରରେ କାମ କରିବାର ଅନୁଭବକୁ ସଂକ୍ଷେପରେ ସେୟାର କରିଥିଲେ । ବିଜୟ ଲେଖିଛନ୍ତି, 'ଏକ ଚଳଚ୍ଚିତ୍ର ଯାହା ମୋର ସବୁକିଛି ନେଇଯାଇଛି । ମାନସିକ ଏବଂ ଶାରୀରିକ ସ୍ତରରେ ଏହା ମୋର ସବୁଠାରୁ ଚ୍ୟାଲେଞ୍ଜିଂ ଭୂମିକା ଅଟେ । ମୁଁ ଏଥିପାଇଁ ମୋର ସବୁକିଛି ଦେଇଛି ! ଶୀଘ୍ର ଆସୁଛି।'