ଓଡିଶା

odisha

ETV Bharat / entertainment

Money Laundering Case: ଫ୍ୟାନ୍ସଙ୍କ ପାଇଁ ଫସିଗଲେ ସାଉଥ୍‌ ସୁପରଷ୍ଟାର ବିଜୟ !

ମନି ଲଣ୍ଡରିଂ ମାମଲାରେ ବିଜୟ ଦେବରାକୋଣ୍ଡାଙ୍କୁ ପ୍ରାୟ ନଅ ଘଣ୍ଟା ଧରି ଇଡି ପଚରାଉଚରା କରିଛି । ବିଜୟ ଦେବରକୋଣ୍ଡାଙ୍କ ପ୍ରଥମ ହିନ୍ଦୀ ଫିଲ୍ମ ଲାଇଗର ଫଣ୍ଡିଂକୁ ନେଇ ଇଡି ଏହି ପଚରାଉଚରା କରିଛି । ଅଧିକ ପଢନ୍ତୁ

ଫ୍ୟାନ୍ସଙ୍କ ପାଇଁ ଫସିଗଲେ ସାଉଥ୍‌ ସୁପରଷ୍ଟାର ବିଜୟ !
ଫ୍ୟାନ୍ସଙ୍କ ପାଇଁ ଫସିଗଲେ ସାଉଥ୍‌ ସୁପରଷ୍ଟାର ବିଜୟ !

By

Published : Dec 1, 2022, 12:14 PM IST

ହାଇଦ୍ରାବାଦ:ଫିଲ୍ମ 'ଲାଇଗର'କୁ ନେଇ ସାଉଥ୍‌ ସୁପରଷ୍ଟାର ବିଜୟ ଦେବରକୋଣ୍ଡାଙ୍କୁ ବୁଧବାର ପଚରାଉଚରା କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ଇଡି ବିଜୟଙ୍କୁ ଦୀର୍ଘ 9 ଘଣ୍ଟା ଧରି ଜେରା କରିଛି ।

'ପ୍ରଶଂସକଙ୍କ ପ୍ରେମର ପ୍ରଭାବ'

ପ୍ରଶ୍ନ କରିବା ପରେ ତୁରନ୍ତ ବିଜୟ ଦେବରାକୋଣ୍ଡା କହିଛନ୍ତି ଯେ, ସେ ସମସ୍ତ ପ୍ରଶ୍ନର ଉତ୍ତର ଦେଇଛନ୍ତି । ଅଭିନେତା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଏହି ପଚରାଉଚରାକୁ ତାଙ୍କ ପ୍ରଶଂସକଙ୍କ ପ୍ରେମର "ପାର୍ଶ୍ବ ପ୍ରତିକ୍ରିୟା" ଏବଂ "ସମସ୍ୟା" ବୋଲି କହିଛନ୍ତି । ସେ କହିଛନ୍ତି, "ଆପଣମାନେ ଦେଇଥିବା ପ୍ରେମ ଏବଂ ସ୍ନେହ ଯୋଗୁଁ କିଛି ଅସୁବିଧା ଏବଂ ପାର୍ଶ୍ୱ ପ୍ରତିକ୍ରିୟା ଆସିବ । କିନ୍ତୁ ଏହା ଏକ ଅନୁଭୂତି ଏବଂ ଏହା ଜୀବନ ଅଟେ । ଯେତେବେଳେ ମୋତେ ଡକାଗଲା, ମୁଁ ମୋର କର୍ତ୍ତବ୍ୟ କଲି । ମୁଁ ସମସ୍ତ ପ୍ରଶ୍ନର ଉତ୍ତର ଦେଇଛି ।" ଯେତେବେଳେ ଅଭିନେତାଙ୍କୁ ପଚରାଗଲା ତାଙ୍କୁ ପୁନର୍ବାର ପଚରାଉଚରା କରାଯିବ କି ନାହିଁ, ସେ ଉତ୍ତର ନା' କହିଛନ୍ତି ।

ଏହା ବି ପଢନ୍ତୁ:Money Laundering Case: ଲାଇଗର୍‌ରେ କାମ କରି ଫସିଲେ ବିଜୟ ଦେବରାକୋଣ୍ଡା, ଇଡିର ତନାଘନା

12 ଘଣ୍ଟା ତନାଘନା

ଗତ କିଛି ମାସ ଧରି ଏହି ପାଣ୍ଠିକୁ ନେଇ 'ଲାଇଗର୍' ଚଳଚ୍ଚିତ୍ର ନିବେଶକମାନଙ୍କ ମଧ୍ୟରେ ଅନେକ ସନ୍ଦେହ ସୃଷ୍ଟି ହୋଇଥିଲା । ଏହାର ନିର୍ଦ୍ଦେଶକ ପୁରୀ ଜଗନ୍ନାଥ ଏବଂ ତାଙ୍କ ବ୍ୟବସାୟିକ ସହଯୋଗୀ ଚାର୍ମି କୌରଙ୍କୁ ପ୍ରାୟ 12 ଘଣ୍ଟା ଧରି ଇଡି ପଚରାଉଚରା କରିଥିଲା । ଏହି ସମୟରେ ବିଦେଶୀ ମୁଦ୍ରା ପ୍ରବନ୍ଧନ ଅଧିନିୟମ ଉଲ୍ଲଘଂନ ଅଭିଯୋଗକୁ ନେଇ ଇଡି ଜେରା କରିଥିଲା ।

ଏହା ବି ପଢନ୍ତୁ:ଲାଇଗର୍ ପାଇଁ କେଉଁଠୁ ଆସିଲା ଟଙ୍କା ? ବ୍ଲାକ ମନିକୁ ନେଇ ଚାର୍ମି କୌର-ପୁରୀ ଜଗନ୍ନାଥଙ୍କୁ ଇଡିର ପଚରାଉଚରା

କଂଗ୍ରେସ ନେତା ବକ୍କା ଜଡସନ୍ ଏହି ଫିଲ୍ମରେ କଳାଧନ ବିନିଯୋଗ ହୋଇଥିବା ଅଭିଯୋଗ କରିଥିଲେ । ଏହା ପରେ ଇଡି ସମଗ୍ର ଘଟଣାର ଯାଞ୍ଚ ଆରମ୍ଭ କରିଥିଲା । ବକ୍କା ଜଡସନ ତାଙ୍କ ଅଭିଯୋଗରେ କହିଛନ୍ତି ଯେ, ଅନେକ ରାଜନେତା ମଧ୍ୟ 'ଲାଇଗର୍'ରେ ଟଙ୍କା ବିନିଯୋଗ କରିଛନ୍ତି । ସେ ଏହା ମଧ୍ୟ ଦାବି କରିଛନ୍ତି ଯେ ନିବେଶକମାନଙ୍କୁ ସେମାନଙ୍କର କଳା ଟଙ୍କାକୁ ଧଳା ରଙ୍ଗରେ ପରିଣତ କରିବାର ସହଜ ଉପାୟ ଲାଗିଥିଲା ।

ABOUT THE AUTHOR

...view details