ଓଡିଶା

odisha

By ETV Bharat Odisha Team

Published : Nov 26, 2023, 10:00 AM IST

ETV Bharat / entertainment

'ସାମ ବାହାଦୂର' ପାଇଁ ମେଘନା ଗୁଲଜାରଙ୍କର ପ୍ରଥମ ପସନ୍ଦ ଥିଲେ ଏହି ଅଭିନେତା, ଜାଣନ୍ତୁ କିଏ

Meghna Gulzar First Choice For Sam Bahadur: ରିଲିଜ ହେବାକୁ ଯାଉଛି ବିକି କୌଶଲଙ୍କ ଆଗାମୀ ଚଳଚ୍ଚିତ୍ର 'ସାମ ବାହାଦୂର' । ଆପଣ ଜାଣିଛନ୍ତି କି ଫିଲ୍ମ ସାମ୍ ବାହାଦୂର ପାଇଁ ନିର୍ଦ୍ଦେଶକ ମେଘନାଙ୍କ ପ୍ରଥମ ପସନ୍ଦ ବିକି କୌଶଲ ନୁହେଁ ବରଂ ଅନ୍ୟ ଜଣେ ଅଭିନେତା ଥିଲେ । ଜାଣନ୍ତୁ କିଏ ଥିଲେ ମେଘନାଙ୍କ ପ୍ରଥମ ପସନ୍ଦ ।

sam bahadur
sam bahadur

ମୁମ୍ବାଇ: ରିଲିଜ ହେବାକୁ ଯାଉଛି ବଲିଉଡ ଅଭିନେତା ବିକି କୌଶଲଙ୍କ ଆଗାମୀ ଫିଲ୍ମ 'ସାମ୍‌ ବାହାଦୂର' । ମେଘନା ଗୁଲଜାରଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମଟି ଡିସେମ୍ବର ୧ରେ ରିଲିଜ ହେବ । ତେବେ ଫିଲ୍ମଟି ରିଲିଜ ହେବା ପୂର୍ବରୁ ଅଭିନେତାଙ୍କ ସହିତ ନିର୍ଦ୍ଦେଶକ ମେଘନା ଗୁଲଜାର ମଧ୍ୟ ଫିଲ୍ମ ପ୍ରମୋସନ ପାଇଁ ବ୍ୟସ୍ତ ରହିଛନ୍ତି । ଆଉ ଫିଲ୍ମ ସମ୍ବନ୍ଧୀୟ ପୋଷ୍ଟ ମଧ୍ୟ ସେୟାର କରୁଛନ୍ତି । ତେବେ ଏହାରି ମଧ୍ୟରେ ସାମ୍ନାକୁ ଆସିଛି ଯେ, ଫିଲ୍ମ 'ସାମ ବାହାଦୂର' ପାଇଁ ମେଘନାଙ୍କର ପ୍ରଥମ ପସନ୍ଦ ବିକି କୌଶଲ ନୁହଁ ବରଂ ଅନ୍ୟ ଜଣେ ଅଭିନେତା ଥିଲେ । ତେବେ ଆସନ୍ତୁ ଜାଣିବା ଅଭିନେତା କିଏ ଯିଏ ମେଘନାଙ୍କର ପ୍ରଥମ ପସନ୍ଦ ଥିଲେ ।

ଏହା ମଧ୍ୟ ପଢନ୍ତୁ -'ସାମ ବାହାଦୂର' ସୁଟିଂ ବେଳେ ଭାବବିହ୍ବଳ ମେଘନା ଗୁଲଜାର, କହିଲେ ଏମିତି

ସୂଚନା ଅନୁସାରେ, ମେଘନା ବିକି କୌଶଲଙ୍କ ପୂର୍ବରୁ ରଣବୀର ସିଂଙ୍କୁ ଏହି ଭୂମିକା ଦେଇଥିଲେ । 'ଛପାକ' ସମୟରେ ମେଘନା ରଣବୀର ସିଂଙ୍କ ସହ ଯୋଗାଯୋଗ କରି ତାଙ୍କୁ 'ସାମ୍ ବାହାଦୂର' ପାଇଁ ଅଫର୍ ଦେଇଥିଲେ । ହେଲେ ରଣବୀର 'ସାମ୍ ବାହାଦୂର'କୁ ନେଇ ହଁ କହି ପାରିନଥିଲେ । ଖବର ଅନୁଯାୟୀ, ଯେତେବେଳେ ମେଘନା ରଣବୀରଙ୍କୁ ଏହି ଚଳଚ୍ଚିତ୍ର ଅଫର୍ କରିଥିଲେ, ସେତେବେଳେ ଅଭିନେତାଙ୍କ ପାଖରେ ଅନେକ ଚଳଚ୍ଚିତ୍ର ରହିଥିଲା ​​ଏବଂ ସେହି ସମୟରେ ସେ ଜୋୟା ଅଖତରଙ୍କ 'ଗଲି ବଏ' ଏବଂ କବୀର ଖାନଙ୍କ '83'ରେ ବ୍ୟସ୍ତ ଥିଲେ ।

ଏହା ମଧ୍ୟ ପଢନ୍ତୁ- 'ସାମ୍‌ ବାହାଦୂର' ରିଲିଜ ପୂର୍ବରୁ ଯବାନଙ୍କ ସହ ଖୁକରୀ ଡ୍ୟାନ୍ସ କରିଲେ ବିକି

ଏହାପରେ ମେଘନା ସାମ୍ ବାହାଦୂର ପାଇଁ ବିକି କୌଶଲଙ୍କ ସହ ଯୋଗାଯୋଗ କରିଥିଲେ । ଆଉ ବିକି ଏହି ଫିଲ୍ମକୁ ନେଇ ହଁ କହିଥିଲେ । ତେବେ 'ସାମ ବାହାଦୂର'ର କାହାଣୀ ବିଷୟରେ କହିବାକୁ ଗଲେ, ଭାରତର ପ୍ରଥମ ଫିଲ୍ଡ ମାର୍ଶଲ ତଥା ସୈନ୍ୟ ପରାକ୍ରମୀ ସାମ୍‌ ମାନିକଶାହଙ୍କ ଜୀବନ ଉପରେ ଆଧାରିତ । ଏହି ଚଳଚ୍ଚିତ୍ରରେ ବିକି ସାମ୍‌ ମାନିକଶାହଙ୍କ ଭୂମିକାରେ ଅଭିନୟ କରିଥିବାବେଳେ ଫାତିମା ସାନା ଶେଖଙ୍କୁ ଇନ୍ଦିରା ଗାନ୍ଧୀ ଏବଂ ସାନ୍ୟା ମାଲହୋତ୍ରାଙ୍କୁ ସାମ ମାନିକଶାହଙ୍କ ପତ୍ନୀ ସିଲୁଙ୍କ ଭୂମିକାରେ ଦେଖିବାକୁ ମିଳିବ । ମେଘନା ଗୁଲଜାରଙ୍କ ଦ୍ୱାରା ନିର୍ଦ୍ଦେଶିତ ଏବଂ ରୋନି ସ୍କ୍ରୁ'ଭାଲାଙ୍କ ଦ୍ୱାରା ନିର୍ମିତ ଏହି ଚଳଚ୍ଚିତ୍ରଟି ଡିସେମ୍ବର ୧ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ।

ABOUT THE AUTHOR

...view details