ଓଡିଶା

odisha

ETV Bharat / entertainment

ଶହେ କୋଟି କ୍ଲବରେ 'ସାମ ବାହାଦୂର', ଖୁସି ଜାହିର କଲେ ବିକି କୌଶଲ

Sam Bahadur 100 Crore: 'ଆନିମଲ' ସହ କଡା ଟକ୍କର ସତ୍ତ୍ବେବିକି କୌଶଲଙ୍କ ଫିଲ୍ମ 'ସାମ ବାହାଦୂର' ବି ସାରା ବିଶ୍ବରେ ଧମାକା କରିଛି । ଏହି ଫିଲ୍ମ ବର୍ତ୍ତମାନ ବିଶ୍ବରେ ୧୦୦କୋଟି କ୍ଲବରେ ସାମିଲ ହୋଇ ସଫଳତା ହାସଲ କରିଛି । ଯାହାକୁ ନେଇ ଖୁସିବ୍ୟକ୍ତ କରିଛନ୍ତି ଅଭିନେତା । ଅଧିକ ପଢନ୍ତୁ,

By ETV Bharat Odisha Team

Published : Dec 18, 2023, 3:05 PM IST

୧୦୦କୋଟି କ୍ଲବରେ ସାମିଲ ହେଲା 'ସାମ ବାହାଦୂର', ଖୁସି ଜାହିର କଲେ ବିକି କୌଶଲ
୧୦୦କୋଟି କ୍ଲବରେ ସାମିଲ ହେଲା 'ସାମ ବାହାଦୂର', ଖୁସି ଜାହିର କଲେ ବିକି କୌଶଲ

ହାଇଦ୍ରାବାଦ: ବିକି କୌଶଲଙ୍କ ଅଭିନୀତ ଫିଲ୍ମ 'ସାମ ବାହାଦୂର' ଡିସେମ୍ବର ୧ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା । ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ରଣବୀର କପୁରଙ୍କ ଫିଲ୍ମ 'ଆନିମଲ' ସହ ପ୍ରତିଦ୍ବନ୍ଦ୍ବିତା ହୋଇଥିଲା । ତଥାପି ବିକିଙ୍କ ଫିଲ୍ମ ବକ୍ସ ଅଫିସରେ ଜଲୱା ଦେଖାଇବାରେ ସଫଳ ହୋଇଛି । ବର୍ତ୍ତମାନ ଏହି ଫିଲ୍ମ ବିଶ୍ବରେ ୧୦୦କୋଟି କ୍ଲବରେ ସାମିଲ ହୋଇ ସଫଳତା ହାସଲ କରିଛି । ବିକି କୌଶଲ ଫିଲ୍ମର ଏହି ଅପଡେଟ ସୋସିଆଲ ମିଡିଆରେ ସେୟାର କରି କୃତଜ୍ଞତା ଜଣାଇଛନ୍ତି ।

ବିକି କୌଶଲ 'ସାମ ବାହାଦୂର' ବିଶ୍ୱସ୍ତରୀୟ କଲେକ୍ସନକୁ ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଫିଲ୍ମ ରିଲିଜର ୧୭ତମ ଦିନରେ ୧୦୦କୋଟି କ୍ଲବରେ ସାମଲ ହୋଇଛି । ତେବେ ଫିଲ୍ମର ପୋଷ୍ଟର ସେୟାର କରି ଅଭିନେତା କ୍ୟାପସନରେ ଲେଖିଛନ୍ତି, 'ସାମ ବାହାଦୂର ବକ୍ସ ଅଫିସରେ ଗର୍ବ ଏବଂ ବିଜୟ ସହ ଆଗକୁ ବଢୁଛି ଏବଂ ଏଥିପାଇଁ ଆମେ ବହୁତ କୃତଜ୍ଞ ।'

ସେପଟେ ଭାରତୀୟ ବକ୍ସ ଅଫିସ ଆୟ ବିଷୟରେ କହିବାକୁ ଗଲେ, ଚଳଚ୍ଚିତ୍ରଟି ଏହାର ୬.୨୫ କୋଟି ସହ ଓପନିଂ କରିଥିଲା ​ । ଏହି ଫିଲ୍ମଟି ପ୍ରଥମ ସପ୍ତାହରେ ୩୮.୭୫ କୋଟି ଟଙ୍କା ରୋଜଗାର କରିଥିଲା । ପରେ ଏହି ଚଳଚ୍ଚିତ୍ର ଦ୍ୱିତୀୟ ସପ୍ତାହରେ ୨୬.୯୦ କୋଟି ଟଙ୍କା ସଂଗ୍ରହ କରିଥିଲା, ଯାହା ପ୍ରଥମ ସପ୍ତାହ ତୁଳନାରେ 31 ପ୍ରତିଶତ କମ୍ ଥିଲା । ଏହି ଫିଲ୍ମଟି ତୃତୀୟ ସପ୍ତାହ ଶୁକ୍ରବାରରେ ୨.୩୦ କୋଟି ଟଙ୍କା ଆୟ କରିଥିଲା । ଏହି ଚଳଚ୍ଚିତ୍ରଟି ତୃତୀୟ ଶନିବାର ଦିନ ୪.୬୦ କୋଟି ଟଙ୍କା ଆୟ କରିଥିଲା । ତୃତୀୟ ରବିବାରରେ ଏହା ୫.୨୦ କୋଟି ଟଙ୍କା ରୋଜଗାର କରିଛି । ଫଳରେ ଫିଲ୍ମର ମୋଟ ଭାରତୀୟ ବକ୍ସ ଅଫିସ ଆୟ ୭୬.୬ କୋଟି ଆୟ କରିଛି ।

ଏହା ମଧ୍ୟ ପଢନ୍ତୁ:'ସାମ ବାହାଦୂର' ପାଇଁ ମେଘନା ଗୁଲଜାରଙ୍କର ପ୍ରଥମ ପସନ୍ଦ ଥିଲେ ଏହି ଅଭିନେତା, ଜାଣନ୍ତୁ କିଏ

'ସାମ ବାହାଦୂର'ର କାହାଣୀ ବିଷୟରେ କହିବାକୁ ଗଲେ, ମେଘନା ଗୁଲଜାରଙ୍କ ଦ୍ୱାରା ନିର୍ଦ୍ଦେଶିତ ଏବଂ ରୋନି ସ୍କ୍ରୁ'ବାଲାଙ୍କ ଦ୍ୱାରା ନିର୍ମିତ ଏହି ଚଳଚ୍ଚିତ୍ରରେ ବିକି ଭାରତର ପ୍ରଥମ ଫିଲ୍ଡ ମାର୍ଶଲ ତଥା ସୈନ୍ୟ ପରାକ୍ରମୀ ସାମ ମାନିକଶାହଙ୍କ ଭୂମିକାରେ ନଜର ଆସିଛନ୍ତି । ଏଥିସହ ଫାତିମା ସାନା ଶେଖଙ୍କୁ ଇନ୍ଦିରା ଗାନ୍ଧୀ ଏବଂ ସାନ୍ୟା ମାଲହୋତ୍ରାଙ୍କୁ ସାମ ମାନିକଶାହଙ୍କ ପତ୍ନୀ ସିଲୁଙ୍କ ଭୂମିକାରେ ଦେଖିବାକୁ ମିଳିଛି ।

ABOUT THE AUTHOR

...view details