ଓଡିଶା

odisha

By

Published : Jun 21, 2022, 5:59 PM IST

ETV Bharat / entertainment

Sam Bahadur: ସାମ୍‌ ମାନେକ୍ସା ଭୂମିକାରେ ଅଭିନୟ କରିବେ ଭିକି କୌଶଲ

ସର୍ଦ୍ଦାର ଉଦ୍ଧମ ପରେ ଭିକି କୌଶଲ ଅନ୍ୟ ଏକ ପାୱାର-ପ୍ୟାକ୍ ଭୂମିକାରେ ସାଇନ୍ କରିଛନ୍ତି। ସେ ମେଘନା ଗୁଲଜାରଙ୍କ ସାମ ବାହାଦୂରରେ ଫିଲ୍ଡ ମାର୍ଶାଲ ସାମ୍‌ ମାନେକ୍ସା (Sam Manekshaw) ଭୂମିକାରେ ଅଭିନୟ କରିବେ । ଅଧିକ ପଢନ୍ତୁ

ସାମ୍‌ ମାନେକ୍ସା ଭୂମିକାରେ ଅଭିନୟ କରିବେ ଭିକି କୌଶଲ
ସାମ୍‌ ମାନେକ୍ସା ଭୂମିକାରେ ଅଭିନୟ କରିବେ ଭିକି କୌଶଲ

ମୁମ୍ବାଇ: ସର୍ଦ୍ଦାର ଉଦ୍ଧମ ପରେ ଭିକି କୌଶଲ ଅନ୍ୟ ଏକ ପାୱାର-ପ୍ୟାକ୍ ଭୂମିକାରେ ସାଇନ୍ କରିଛନ୍ତି। ସେ ମେଘନା ଗୁଲଜାର (Meghna Gulzar) ଙ୍କ ସାମ ବାହାଦୂର (Sam Bahadur) ରେ ଫିଲ୍ଡ ମାର୍ଶାଲ ସାମ ମାନେକ୍ସା (Sam Manekshaw) ଭୂମିକାରେ ଅଭିନୟ କରିବେ । ଅଭିନେତା ଭିକି କୌଶଲ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ଯେ ସେ ତାଙ୍କର ଆଗାମୀ ଫିଲ୍ମ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି।

ସାମ୍‌ ମାନେକ୍ସା ଭୂମିକାରେ ଅଭିନୟ କରିବେ ଭିକି କୌଶଲ

ମେଘନା ଗୁଲଜାରଙ୍କ ନିର୍ଦ୍ଦେଶିତ ଏବଂ ରାନି ସ୍କ୍ରୁଭାଲାର RSVP ଚଳଚ୍ଚିତ୍ର ଦ୍ୱାରା ନିର୍ମିତ ଚଳଚ୍ଚିତ୍ରରେ ଜାତୀୟ ପୁରସ୍କାର ବିଜେତା ଭିକି କୌଶଲ ଏକ ପ୍ରମୁଖ ଭୂମିକାରେ ଅଭିନୟ କରିବେ । ଭିକି ଏହି ସୂଚନା ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଫିଲ୍ମର ସ୍କ୍ରିପ୍ଟର ଏକ ଫଟୋ ସେୟାର କରି ସେ ଲେଖିଛନ୍ତି, 'Here we go… Prep starts!!!" ସାମ୍ ବାହାଦୂର, ମେଘନା ଗୁଲଜର, RSVP ଚଳଚ୍ଚିତ୍ର ।'

1971 ମସିହାରେ ହୋଇଥିବା ଭାରତ-ପାକିସ୍ତାନୀ ଯୁଦ୍ଧରେ ମାନେକ୍ସା ଭାରତୀୟ ସେନାର ମୁଖ୍ୟ ଥିଲେ। 'ରାଜି' ପରେ ଫିଲ୍ମ 'ସାମ୍ ବାହାଦୂର'ରେ ଗୁଲଜାର ଏବଂ ଭିକି କୌଶଲ ଦ୍ୱିତୀୟ ଥର ଏକାଠି କାମ କରିବେ। 'ରାଜି'ର ସ୍କ୍ରିପ୍ଟ ଲେଖିଥିବା ଭବାନୀ ଆୟର, ଗୁଲଜାର ଏବଂ ଶାନ୍ତନୁ ଶ୍ରୀବାସ୍ତବ ସହ 'ସାମ ବାହାଦୂର'ର ସ୍କ୍ରିପ୍ଟ ଲେଖିଛନ୍ତି।

ଏହି ଚଳଚ୍ଚିତ୍ରରେ ଅଭିନେତ୍ରୀ ସାନ୍ୟା ମଲହୋତ୍ରା ମଧ୍ୟ ଅଭିନୟ କରିବେ, ଯିଏ ମାନେକ୍ସା ଙ୍କ ପତ୍ନୀ ସିଲୁ ଭୂମିକାରେ ଅଭିନୟ କରିବେ । ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ଭୂମିକାରେ ଅଭିନେତ୍ରୀ ଫାତିମା ସନା ଶେଖଙ୍କୁ ମଧ୍ୟ ଦେଖିବାକୁ ମିଳିବ। ତେବେ ନିର୍ମାତାମାନେ 'ସାମ୍‌ ବାହାଦୂର'ର ରିଲିଜ୍ ତାରିଖ ଏଯାଏ ଘୋଷଣା କରିନାହାଁନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details